ETV Bharat / state

କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ ଜେଲ କର୍ମଚାରୀ

author img

By ETV Bharat Odisha Team

Published : Sep 14, 2023, 1:44 PM IST

ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳ ଓ କୁଜଙ୍ଗ ସ୍ଥିତ ସମାଗୋଳ ଉପକାରାଗାରରେ ଜେଲ କର୍ମଚାରୀଙ୍କ କଳାବ୍ୟାଚ ପିନ୍ଧି ପ୍ରତିବାଦ । ଆସନ୍ତା ୨୫ ତାରିଖରେ ଆମରଣ ଅନଶନ କରିବାକୁ ଚେତାବନୀ । ଅଧିକ ପଢନ୍ତୁ

warders wear black batch
warders wear black batch
warders wear black batch

ଜଗତସିଂହପୁର: ଜେଲ କର୍ମଚାରୀଙ୍କ କଳାବ୍ୟାଚ ପିନ୍ଧି ପ୍ରତିବାଦ । ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳ ଓ କୁଜଙ୍ଗ ସ୍ଥିତ ସମାଗୋଳ ଉପକାରାଗାରରେ ଗତକାଲି ଠାରୁ ଜେଲ କର୍ମଚାରୀମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି । ବିଭିନ୍ନ ଦାବି ପୂରଣ ନେଇ ପ୍ରତିବାଦ କରିଛନ୍ତି ସମସ୍ତ ଉପକାରଗର ଜେଲ ୱାର୍ଡର ଓ ମୁଖ୍ୟ ୱାର୍ଡର କର୍ମଚାରୀମାନେ । ସେହିପରି ଦାବି ପୂରଣ ନ ହେଲେ ଆସନ୍ତା ୨୫ ତାରିଖରେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଛି ଜେଲ କର୍ମଚାରୀ ସଂଘ । ବର୍ଦ୍ଧିତ ଦରମା ସାଙ୍ଗକୁ ପଦୋନ୍ନତି କ୍ଷେତ୍ରରେ ପୁରୁଣା ନିୟମ ଲାଗୁ କରିବାକୁ କର୍ମଚାରୀମାନେ ଦାବି କରିଛନ୍ତି ।

ତେବେ ଜେଲ କର୍ମଚାରୀ ମାନଙ୍କର ଦରମା ବୃଦ୍ଧି ସାଙ୍ଗକୁ ପୁରୁଣା ପଦୋନ୍ନତି (2012 ) ନିୟମ ଲାଗୁ କରିବାକୁ ବାରମ୍ବାର ଦାବି ହୋଇ ଆସୁଛି । ହେଲେ ରାଜ୍ୟ ସରକାର ଏଥିପ୍ରତି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ଜେଲ ୱାର୍ଡର ମାନଙ୍କ ଗ୍ରେଡ଼ ପେ ୨୦୦୦ ରୁ ୨୪ ଶହକୁ ବୃଦ୍ଧି, ପୁରୁଣା ପଦୋନ୍ନତି ନିୟମ ଲାଗୁ କରିବା, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ ଓ ଖାଦ୍ୟ ଭତ୍ତା ୪୦୦ ଟଙ୍କାରୁ ୧୪ ଶହ ଟଙ୍କାକୁ ବୃଦ୍ଧି କରିବା ଓ ବର୍ଷକ ୧୩ ମାସିଆ ଦରମା ବୃଦ୍ଧିକୁ ଲାଗୁ କରିବାକୁ ସଂଘ ଦାବି କରିଛି । ସଂଘ ପକ୍ଷରୁ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ବିଚାର କରୁ ନଥିବାରୁ ଗତକାଲି ଆଳିପିଙ୍ଗଳ ଉପ କାରାଗାର ସମ୍ମୁଖରେ ଜେଲ କର୍ମଚାରୀମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି । ଏଥି ସହିତ ଦାବି ପୂରଣ ନ ହେଲେ ଆସନ୍ତା ୨୫ ତାରିଖରେ ଆମରଣ ଅନଶନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଗୁରୁ ଦିବସରେ କଳାପଟି ବାନ୍ଧି ରାଜରାସ୍ତାକୁ ଓହ୍ଲାଇଲେ ଗୁରୁ

ସେହିପରି କିଛି ଦିନ ପୂର୍ବେ କଳା ପଟି ବାନ୍ଧି ଭୁବନେଶ୍ବରର ଲୋୟର ପିଏମଜି ଠାରେ ନୀରବ ଶୋଭାଯାତ୍ରା କରିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ । କେବଳ ଓଷ୍ଟା ସଂଘ ନୁହେଁ ଏପରିକି 622 ଶିକ୍ଷକ ସଂଘ ଏବଂ କଲେଜ ଅଧ୍ୟାପକ ମାନେ ଦାବି ପୂରଣ ନେଇ ଆନ୍ଦୋଳନ କରିଥିଲେ । ଗତ ଅଗଷ୍ଟ ୧୬, ୧୭, ୧୮ ତିନି ଦିନ ଧରି ଅହୋରାତ୍ର ଧାରଣାରେ ରହିଥିଲେ ଶିକ୍ଷକ ସଂଘ । ଧାରଣାର ଶେଷ ଦିନରେ ସରକାରଙ୍କ ଠାରୁ ପାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନହେବାରୁ ଗୁରୁ ଦିବସରେ ବିଦ୍ୟାଳୟ ଛାଡି ରାସ୍ତାରେ ଆନ୍ଦୋଳନ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.