ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ସହ ନିରବ ପ୍ରାର୍ଥନା କରାଯାଇଛି । ଗତ ଶନିବାର ଦିନ ଛତିଶଗଡ଼ ବିଜେପୁର ଜିଲ୍ଲାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି 22 ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ ।
ଦେଶ ମାତୃକା ପ୍ରତି ନିଜର ପ୍ରାଣକୁ ଉତ୍ସର୍ଗିକୃତ ଭାବେ ସହୀଦ ଯବାନ ମାନେ ନିଜର ବିରତ୍ୱର ପରିଚୟ ଦେଇଛନ୍ତି । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ସାମ୍ବାଦିକ, ବୁଦ୍ଧିଯୀବୀ ଯୋଗ ଦେଇଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ