ଜଗତସିଂହପୁର: ସହରର ଭିନ୍ନ ଏକ ମଣିଷ ନିଲୁ ମିତ୍ର । ଦେଶ ହେଉ କି ରାଜ୍ୟ, ସବୁଠି ପଶୁମାନଙ୍କ ଉପରେ ନିର୍ଯାତନା ଓ କ୍ରୁରତା ଦେଖିବାକୁ ମିଳୁଥିବା ବଳେ ଜଗତସିଂହପୁର ସହରର ନିଲୁ ମିତ୍ର ଏହି ବୁଲା ପଶୁମାନଙ୍କ ପାଇଁ ପାଲଟି ଯାଇଛନ୍ତି ପ୍ରକୃତ ବନ୍ଧୁ ।
ଲକଡାଉନ ଘୋଷଣା ହେବା ପରେ ସହରର ବୁଲା ଗୋରୁ ଓ କୁକୁର ଦିନ ଦିନ ଧରି ଉପବାସରେ ରହୁଥିଲେ । ଏପରିସ୍ଥିତିରେ ଏମାନଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଥିଲେ ନିଲୁ । ଆଉ ଯୋଗାଇ ଦେଇଥିଲେ ଖାଦ୍ୟ । ଏହା ଦେଖି ପୌର ପ୍ରଶାସନ ମଧ୍ୟ କିଛି ଦିନ ସହାୟତାର ହାତ ବଢ଼ାଇ ଥିଲା, କିନ୍ତୁ ନିଜ ଖର୍ଚ୍ଚରେ ମାସମାସ ଧରି ବୁଲା କୁକୁର ଓ ଗାଈ ଗୋରୁଙ୍କୁ ନିଲୁ ପଲଉ ପରସୁ ଥିବା ଦେଖିବାକୁ ମିଳିଛି । ସଙ୍କଟ ସମୟରେ କଥା କହିପାରୁ ନଥିବା ଏହି ପଶୁଙ୍କୁ ଖାଦ୍ୟ ଯୋଗାଇ ମାନବିକତାର ପରିଚୟ ଦେଇଥିବାରୁ ବିଭିନ୍ନ ମହଲରେ ନିଲୁଙ୍କୁ ପ୍ରଂଶସା କରାଯାଉଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ