ETV Bharat / state

ବଲିଉଡ ଗୀତରେ ଡ୍ୟାନ୍ସ କଲେ ଉପଜିଲ୍ଲାପାଳ, ଜମିଲା କଲ୍ଲୋଳ - ଜଗତସିଂହପୁର ଜିଲ୍ଲା ମହୋତ୍ସବରେ ଉପଜିଲ୍ଲାପାଳଙ୍କ ଡ୍ୟାନ୍ସ

ଜଗତସିଂହପୁର ଜିଲ୍ଲା ମହୋତ୍ସବରେ ଉପଜିଲ୍ଲାପାଳଙ୍କ ଡ୍ୟାନ୍ସ । ମଞ୍ଚ ତଳେ ବଲିଉଡ ଗୀତରେ ଧୂଳି ଉଡା ଡ୍ୟାନ୍ସ କଲେ ଉପଜିଲ୍ଲାପାଳ । ଅଧିକ ପଢନ୍ତୁ

ଜଗତସିଂହପୁର ଜିଲ୍ଲା ମହୋତ୍ସବ
ଜଗତସିଂହପୁର ଜିଲ୍ଲା ମହୋତ୍ସବ
author img

By

Published : Jan 17, 2023, 4:20 PM IST

ଜଗତସିଂହପୁର ଜିଲ୍ଲା ମହୋତ୍ସବ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମହୋତ୍ସବର ଦ୍ୱିତୀୟ ଦିନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିଆନ ଆଇଡଲ ବ୍ରାଣ୍ଡର ଏମଡି ମହମ୍ମଦ ଦାନିସଙ୍କ ସୁମଧୁର ଗୀତରେ ଝୁମିଛନ୍ତି ଦର୍ଶକ । ବଲିଉଡ ଗୀତର ତଳେ ତାଳେ ଶହ ଶହ ଯୁବକ ଯୁବତୀ ନାଚି ଉଠିଛନ୍ତି । ଏହି ଅବସରରେ ଜଗତସିଂହପୁର ଉପଜିଲ୍ଲାପାଳଙ୍କ ବିନ୍ଦାସ ଡ୍ୟାନ୍ସ ଦେଖିବାକୁ ମିଳିଛି । ମଞ୍ଚ ତଳେ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ବଲିଉଡ ଗୀତରେ ଡ୍ୟାନ୍ସ କରିଛନ୍ତି ।

କଲ୍ଲୋଳ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ମହମ୍ମଦ ଦାନିସ ସଙ୍ଗୀତ ପରିବେଷଣ କରିଥିଲେ । ରାତି ୯ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ସେ ନିଜର ଜଲୱା ଦେଇଥିଲେ । ତାଙ୍କ ଗୀତ ଶୁଣି ଦର୍ଶକମାନେ ନାଚିବା ଆରମ୍ଭ କରିବା ବେଳେ ଉପଜିଲ୍ଲାପାଳ ମଧ୍ୟ ନିଜକୁ ସମ୍ଭାଳି ପାରିନଥିଲେ । ବିଭିନ୍ନ ଅଧିକାରୀଙ୍କ ସହ ସେ ଧୁମ୍ ଡ୍ୟାନ୍ସ କରିଥିଲେ । ଏପରିକି ସାମ୍ବାଦିକ ଗ୍ୟାଲେରୀକୁ ଆସି ସାମ୍ବାଦିକଙ୍କୁ ନାଚିବା ପାଇଁ ଆମନ୍ତ୍ରଣ କରିଥିଲେ । ସେହିପରି ରାତି ୮ଟା ସମୟରେ ଜିଲ୍ଲାପାଳ ପାରୁଲ ପଟୱାରୀ ନିଜ ପରିବାର ସହ ମହୋତ୍ସବରେ ପହଞ୍ଚିଥିଲେ । ଜିଲ୍ଲାପାଳଙ୍କ ପରିବାର ଲୋକେ ମଧ୍ୟ ଗୀତର ତାଳେ ତାଳେ ଝୁମୁଥିବା ଦେଖିବାକୁ ମିଳିଥିଲା । କାର୍ଯ୍ୟକ୍ରମ ଆରମ୍ଭ ହେବା କ୍ଷଣି ଯୁବବର୍ଗଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଯାଇଥିଲା ।

ରବିବାର ସନ୍ଧ୍ୟାରେ ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଜଗତସିଂହପୁର ଜିଲ୍ଲା କଲ୍ଲୋଳ ମହୋତ୍ସବ ଉଦଘାଟନ ହୋଇଥିବା ବେଳେ ଏହା ୨୧ ତାରିଖ ଯାଏଁ ଚାଲିବ । ଏହି ମହୋତ୍ସବରେ ପୁସ୍ତକ ମେଳା, ପଲ୍ଲୀଶ୍ରୀ ମେଳା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲାର ସାଂସ୍କୃତିକ ଦଳ ସହିତ ପଶୁ ନୃତ୍ୟ, ମଣିପୁରୀ, ସମ୍ବଲପୁରୀ, ଗୋଟିପୁଅ, ଆନ୍ଧ୍ରପ୍ରଦେଶର ଲମ୍ବଡି ଡ଼୍ୟାନ୍ସ, ଆସାମର ବିହୁ ନୃତ୍ୟ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଞ୍ଜର ଛଉ, ଗୁଜୁରାଟର ଗରବା, ରାଜସ୍ଥାନର ତେସ୍ସା, ମଣିପୁର କଥକ ଆଦି ପରିବେଷଣ କରାଯିବ । ଏହାସହ ଏହି କାର୍ଯ୍ୟକ୍ରମରେ ଆଗାମୀ ଦିନରେ ଓଡ଼ିଶାର ବିଶିଷ୍ଟ ସିନେ କଳାକାର ଓ କଣ୍ଠ ଶିଳ୍ପୀ ଯୋଗଦେଇ ଦର୍ଶକଙ୍କ ମନୋରଞ୍ଜନ କରିବା ଯୋଜନା ରହିଛି । ଆଜି ଓଲିଉଡ ଷ୍ଟାର ଦମ୍ପତି ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା କାର୍ଯ୍ୟକ୍ରମରେ ସାମିଲ ହେବେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.