ETV Bharat / state

୧୫ରୁ ଆରମ୍ଭ ହେବ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ - ୧୫ରୁ ଆରମ୍ଭ ହେବ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ

ଚଳିତ ମାସରୁ ଆରମ୍ଭ ହେବ ଜିଲ୍ଲା ମହୋତ୍ସବ କଲ୍ଲୋଳ । ଝୁମିବ ଜଗତସିଂହପୁର । ଅଧିକ ପଢ଼ନ୍ତୁ

zilla mahotsava kallola
ଜିଲ୍ଲା ମହୋତ୍ସବ କଲ୍ଲୋଳ
author img

By

Published : Jan 10, 2023, 10:40 AM IST

ଜିଲ୍ଲା ମହୋତ୍ସବ କଲ୍ଲୋଳ

ଜଗତସିଂହପୁର : ଆସନ୍ତା ୧୫ରୁ ଆରମ୍ଭ ହେବ ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ଏଥର ଏହି ମହୋତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୁହେଁ ବରଂ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ପାଳନ କରାଯିବ । ଯାହାକୁ ନେଇ ଜିଲ୍ଲାପାଳ ପାରୁଲ ପଟୱାରୀ ସୂଚନା ଦେଇଛନ୍ତି।

ଜିଲ୍ଲାପାଳ କହିଛନ୍ତି ଯେ ଚଳିତ ବର୍ଷ ରାଜ୍ୟରେ ହକି ବିଶ୍ୱକପ ଅନୁଷ୍ଠିତ ହେଉଥିବାରୁ ସେହି ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେହିପରି ଜଗତସିଂହପୁର ଜିଲ୍ଲା ପ୍ରତିଷ୍ଠା ଦିବସ ଅପ୍ରେଲ1ତାରିଖରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏହାକୁ ଜାନୁଆରୀ 15 ତାରିଖରେ ପାଳନ କରାଯିବ । ଏହା 21 ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

5ଦିନ ଧରି ଏହି ମହୋତ୍ସବରେ ପୁସ୍ତକ ମେଳା, ପଲ୍ଲୀଶ୍ରୀ ମେଳା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲାର ସାଂସ୍କୃତିକ ଦଳ ସହିତ ପଶୁ ନୃତ୍ୟ, ମଣିପୁରୀ, ସମ୍ବଲପୁରୀ, ଗୋଟିପୁଅ, ଆନ୍ଧ୍ରପ୍ରଦେଶର ଲମ୍ବଡି ଡ଼୍ୟାନ୍ସ, ଆସାମର ବିହୁ ନୃତ୍ୟ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଞ୍ଜର ଛଉ, ଗୁଜୁରାଟର ଗରବା, ରାଜସ୍ଥାନର ତେସ୍ସା, ମଣିପୁର କଥକ ଆଦି ପରିବେଷଣ କରାଯିବ । ଏହାସହ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ସିନେ କଳାକାର ଓ କଣ୍ଠ ଶିଳ୍ପୀ ଯୋଗ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିବା ଯୋଜନା ରହିଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.