ETV Bharat / state

ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ସେକ୍ସ ରାକେଟ ମାମଲା, ପ୍ରତିକ୍ରିୟା ରଖିଲେ ପ୍ରେମିକା ସୋମାଲିକା

author img

By

Published : Jul 14, 2022, 5:19 PM IST

ଜଗତସିଂହପୁର ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପ୍ରେମିକା ଆଣିଥିବା ସେସ୍କ ରାକେଟ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ! ଏନେଇ ପ୍ରତିକ୍ରିୟା ରଖି କଣ କହିଲେ ପ୍ରେମିକା ସୋମାଲିକା ଜାଣନ୍ତୁ ।

ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ସେକ୍ସ ରାକେଟ ମାମଲାର ପ୍ରତିକ୍ରିୟା ରଖିଲେ ପ୍ରେମିକା ସୋମାଲିକା ଦାଶ

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଥିବା ସେକ୍ସ ରାକେଟ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ! ପ୍ରେମିକା ସୋମାଲିକା ଦାଶଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ବ ନେଇଥିବା ବେଳେ ଏନେଇ ମୁହଁ ଖୋଲିଛନ୍ତି ସୋମାଲିକା ।

ସୋମାଲିକା କହିଛନ୍ତି ଯେ, "ବିଜୟ ଶଙ୍କର ତାଙ୍କୁ ଯୌନ ନିର୍ଯାତନା ଦେବା ସହିତ ପ୍ରତାରିତ କରିଥିଲେ । ଯାହାକୁ ନେଇ ସେ ଗତ ମେ' 13 ତାରିଖରେ ଜଗତସିଂହପୁର ଏସପି ଅଖିଲେଶ୍ୱର ସିଂଙ୍କୁ ଭେଟି ଅଭିଯୋଗ କରିବା ସହ ବିଜୟ ଶଙ୍କରଙ୍କ ନାମରେ IPC ଧାରା 376(ଦୁଷ୍କର୍ମ) ଅଭିଯୋଗରେ ଗିରଫ କରିବାକୁ ଦାବି କରିଥିଲେ । ଏସିପିଙ୍କ ନିକଟରେ ସୋମାଲିକା ଏନେଇ ଅଭିଯୋଗ କରିବା ପରେ ବିଜୟ ଶଙ୍କର ବିବାହ ପାଇଁ ରାଜି ହେବା ସହ ସବ-ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଥିଲେ । ଏହି ସମୟରେ ଜଗତସିଂହପୁର ଥାନା ଅଧିକାରୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ମାମଲା ପ୍ରତ୍ୟାହାର କରିବାକୁ ସୋମାଲିକାଙ୍କ ଉପରେ ଚାପ ପକାଇଥିବା ସେ କହିଛନ୍ତି ।"

ସୋମାଲିକା ମଧ୍ୟ ତିର୍ତ୍ତୋଲ ବିଧାୟକ ଅନେକ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ଥିବା ସେ ସିଧାସଳଖ ଅଭିଯୋଗ କରିବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ତେବେ ଏନେଇ ସୋମାଲିକା କଣ କହୁଛନ୍ତି ଶୁଣନ୍ତୁ ।

ପ୍ରକାଶ ଯେ, ବିଧାୟକଙ୍କ ବିରୁଦ୍ଧରେ ପ୍ରେମିକା ସୋମାଲିକା ଦାଶ ଆଣିଥିବା ସେକ୍ସ ରାକେଟ୍ ଅଭିଯୋଗର ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ । ଏଥିପାଇଁ ଜଗତସିଂହପୁର ଏସପି ଅଖିଳେଶ୍ବର ସିଂ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିପିଙ୍କୁ ଚିଠି ଲେଖିଛନ୍ତି । ଯାହା ବର୍ତ୍ତମାନ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ ବଢାଇଛି । ବିଧାୟକଙ୍କ ପ୍ରେମ ବିବାଦ ସମୟରେ ପ୍ରେମିକା ସୋମାଲିକା ଦାଶ ତାଙ୍କ ବିରୁଦ୍ଧରେ ସେକ୍ସ ରାକେଟ ଚଳାଉଥିବାର ସାଙ୍ଘାତିକ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.