ଜତସିଂହପୁର: ଆଜି କୁଜଙ୍ଗ ଅଂଚଳର ସୁଲୋଚନା ଦାସ ଓ ତାଙ୍କ ବଡ ପୁଅ ସୁବ୍ରତ ଦାସ ବିଧାନସଭା ସମ୍ମୁଖରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିବା ଉପରେ ସ୍ପଷ୍ଟିକରଣ ରଖିଛନ୍ତି ଜଗତସିଂହପୁର ଏସପି ଆର ପ୍ରକାଶ ।
ସେ କହିଛନ୍ତି ଯେ ଗତ ଜୁଲାଇ 20, 2019 ତାରିଖରେ କୁଜଙ୍ଗ ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପୁଅ ଅମୃତ କୁମାର ଦାସଙ୍କୁ କଟକରୁ କୁଜଙ୍ଗ ଫେରୁଥିବା ବେଳେ ତିର୍ତ୍ତୋଲ ଥାନା ବାଲିପାଟଣା ନିକଟରେ ପାରାଦ୍ୱୀପ ଆଡୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଜଣ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା।
ଏ ସମ୍ପର୍କରେ ଅମୃତଙ୍କ ବାପା ରମାକାନ୍ତ ଦାସ ପୋଲିସରେ ଅଭିଯୋଗ କରିଥିଲେ। ତିର୍ତ୍ତୋଲ ଏସଡିପିଓ, ପାରାଦୀପ ଅତିରିକ୍ତ ଏସପି ଓ ଜଗତସିଂହପୁର ଅତିରିକ୍ତ ଏସପିଙ୍କ ତତ୍ତ୍ୱବଧାନରେ ତଦନ୍ତ କରାଯାଇଥିବା ବେଳେ ଅମୃତଙ୍କ ମୃତ୍ୟୁ ଟ୍ରକ ଦୁର୍ଘଟଣା ଜନିତ ହୋଇଥିବା ତଦନ୍ତରୁ ଜାଣିବାକୁ ପାଇଥିଲେ ପାଇଥିଲା ପୋଲିସ ।
ମୃତ ଅମୃତଙ୍କ ବାପା ରମାକାନ୍ତ ନିଜେ ମଧ୍ୟ କୁଜଙ୍ଗ ତହସିଲଦାରଙ୍କ ପାଖରେ ଦୁର୍ଘଟଣା ଜନିତ ପୁଅର ମୃତ୍ୟୁକୁ ନେଇ ସହାୟତା ପାଇଁ ନିବେଦନ କରିଥିଲେ। ତତ୍କାଳୀନ ତହସିଲଦାର ତାଙ୍କୁ ଦୁର୍ଘଟଣାଜନିତ କ୍ଷତିପୂରଣ ବାବଦରେ ରେଡକ୍ରସ ପାଣ୍ଠି ରୁ 10 ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯାଇଥିବା ଏସପି କହିଛନ୍ତି । ଏହାର ପ୍ରମାଣପତ୍ର ମଧ୍ୟ ମିଳିଥିବା ସେ ସ୍ପଷ୍ଟ କରିଛନ୍ତି । ଏହି ଘଟଣାରେ ପୋଲିସ ତରଫରୁ କୌଣସି ଅବହେଳା ହୋଇନଥିବା ଓ ନିରପେକ୍ଷ ତଦନ୍ତ ହୋଇଥିବା ସେ ଏସପି ଆର ପ୍ରକାଶ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର , ଇଟିଭି ଭାରତ