ETV Bharat / state

ମାଳ ମାଳ ସମସ୍ୟା ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ଡାକ୍ତର ଅଭାବ, ଲମ୍ବା ଧାଡିରେ ରୋଗୀ

author img

By

Published : Sep 26, 2022, 8:38 PM IST

ସାମନାକୁ ଆସିଲା ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିକଳ ଚିତ୍ର । ଉପର ସିନା ଚକଚକ, କିନ୍ତୁ ଭିତରର ଦୃଶ୍ୟ ଓ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ । ହସ୍ପିଟାଲରେ ଡାକ୍ତରଙ୍କ ଅଭାବ ଥିବା ଯୋଗୁଁ ଘଣ୍ଟା ଘଣ୍ଟା ଧରି ରୋଗୀ ଲାଇନ ଲଗାଉଛନ୍ତି । ଏଠାରେ ନିଯୁକ୍ତି ପାଇଥିବା ରୋଗୀ କଟକ ବଡ଼ ମେଡ଼ିକାଲରେ କାର୍ଯ୍ୟ କରୁଛନ୍ତି । ମୌଳିକ ସୁବିଧା ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି ଲୋକେ । ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଏପରି ସ୍ବାସ୍ଥ୍ୟସେବାକୁ ନେଇ ବୁଦ୍ଧିଜୀବୀ ମହଲରେ ସରକାରଙ୍କୁ ସମାଲୋଚନା କରାଯାଇଛି । ଦେଖନ୍ତୁ ଏହି ରିପୋର୍ଟ

ମାଳ ମାଳ ସମସ୍ୟା ଘେରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ: ଡାକ୍ତର ଅଭାବ, ଲମ୍ବା ଧାଡ଼ିରେ ରୋଗୀ

ଜଗତସିଂହପୁର: ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏବେ ଅସୁସ୍ଥ । ନାହିଁ ନାହିଁରେ ଚାଲୁଛି ସ୍ବାସ୍ଥ୍ୟ ସେବା । ଉପର ସିନା ଚକଚକ, କିନ୍ତୁ ଭିତରର ଦୃଶ୍ୟ ଓ ବ୍ୟବସ୍ଥା ଦେଖି କେହି ବିଶ୍ବାସ କରି ପାରିବେନି ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୋଲି । ମାଳ ମାଳ ସମସ୍ୟା ଘେରରେ ରହିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ହସ୍ପିଟାଲରେ ଡାକ୍ତରଙ୍କ ଅଭାବ ଥିବା ଯୋଗୁଁ ଘଣ୍ଟା ଘଣ୍ଟା ଧରି ରୋଗୀ ଲାଇନ ଲଗାଉଛନ୍ତି । ସେପଟେ ଏଠାରେ ନିଯୁକ୍ତି ପାଇଥିବା ଡାକ୍ତର କଟକ ବଡ଼ ମେଡ଼ିକାଲରେ ଡ୍ୟୁଟି କରୁଛନ୍ତି । ଫଳରେ ଜିଲ୍ଲାବାସୀଙ୍କ ସୁପର ସ୍ପେଶିଆଲିଟି ହସ୍ପିଟାଲର ସୁନେଲି ସ୍ବପ୍ନ ଦିବାସ୍ବପ୍ନ ଭଳି ମନେ ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦରୋଗ, ନିୟୁରୋଲୋଜି, ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି, ୟୁରୋଲୋଜି ବିଭାଗ ନଥିବାରୁ ଉନ୍ନତ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଜିଲ୍ଲାବାସୀ । ଅଧିକ ଡାକ୍ତର ନିଯୁକ୍ତି ପାଇଁ ଦାବି ହୋଇଛି ।

ଜିଲ୍ଲାରେ ପ୍ରାୟ ୧୨ ଲକ୍ଷରୁ ଅଧିକ ଲୋକେ ବସବାସ କରୁଥିବା ବେଳେ ସ୍ୱାସ୍ଥ୍ୟ ସେବା ପାଇଁ ଏମାନେ ପ୍ରାୟତଃ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମୋଟ ବେଡ଼ ସଂଖ୍ୟା ୩୦୦ ରହିଥିବା ବେଳେ ଏଥିରୁ ମାତ୍ର ୧୯୮ଟି ବେଡ଼ ବ୍ୟବହାର କରାଯାଉଛି । ସେହିଭଳି ମୁଖ୍ୟ ଚିକିତ୍ସାଳୟରେ ମୋଟ ଡାକ୍ତରୀ ପଦବୀ ୫୮ ରହିଥିବା ବେଳେ ସେଥି ମଧ୍ୟରୁ ମାତ୍ର ୩୩ ଜଣ ଡାକ୍ତର ନିୟୋଜିତ ଅଛନ୍ତି । ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ରୋଗୀ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାରୁ ଲୋକେ ଉପଯୁକ୍ତ ସ୍ୱାସ୍ଥସେବାରୁ ବଞ୍ଚିତ ହେଉଛନ୍ତି । ଆଶ୍ଚର୍ଯ୍ୟର କଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ପାଇଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡକ୍ଟର ବିଷ୍ଣୁପଦ ନାୟକ, ହୃଦରୋଗ ବିଶେଷଜ୍ଞ ଡକ୍ଟର ନିହାର ରଞ୍ଜନ ପରିଡ଼ା, ଡକ୍ଟର ବିପତ ରଞ୍ଜନ ଲେଙ୍କା, ନିୟୁରୋଲୋଜିଷ୍ଟ ଡକ୍ଟର ଇତିବ୍ରତ ମହାନ୍ତି, ଡ଼ ଦୀପକ ବଂଶଲ, ଡ଼ ଦେବାଶିଷ ମହାଳି ପ୍ରମୁଖ ସୁପର ସ୍ପେଶାଲିଷ୍ଟ ଡାକ୍ତରକଟକ ବଡ଼ ଡାକ୍ତରଖାନାରେ କାର୍ଯ୍ୟ କରୁଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠିଛି ।

ଏହି ୬ ସୁପର ସ୍ପେସାଲିଷ୍ଟ ଡାକ୍ତର ମେଡ଼ିକାଲ କଲେଜ ଡାକ୍ତର ହୋଇନଥିବାରୁ ଏମାନେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଏଷ୍ଟାବ୍ଲିସମେଣ୍ଟରୁ ଦରମା ନେଉଛନ୍ତି । ଫଳରେ ଜିଲ୍ଲାର ରୋଗୀ ଏହି ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଣ୍ଡୋସ୍କୋପି, ସିଟିସ୍କାନ ଓ MRI ଭଳି ପରୀକ୍ଷା ଉପଲବ୍ଧ ହେଉନାହିଁ ଫଳରେ ଗରିବ ଶ୍ରେଣୀର ଲୋକେ ଚିକିତ୍ସା ପାଇଁ ସର୍ବସାନ୍ତ ହେଉଛନ୍ତି । ଯାହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସଲ ସ୍ଥିତି ପଦାରେ ପଡ଼ିଛି । ଏନେଇ CDMO କ୍ଷେତ୍ରବାସୀ ଦାସ କହିଛନ୍ତି, " ସରକାରଙ୍କ ନିର୍ଦ୍ଦେଶରେ ଏହି ଅଭିଜ୍ଞ ଡାକ୍ତରଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି । ୬ ଜଣ ଡାକ୍ତରଙ୍କ ମଧ୍ୟରୁ ୪ ଜଣ ସେଠାରେ କାର୍ଯ୍ୟ କରୁଛନ୍ତି ।"

ଅତି ସାଧାରଣ ରୋଗୀଟିଏ ଯଦି ହସ୍ପିଟାଲ ଆସୁଛି ତେବେ ତାକୁ ଘଣ୍ଟା ଘଣ୍ଟା ଧରି ଲାଇନରେ ରହିବାକୁ ପଡୁଛି । ମୁଖ୍ୟ ହସ୍ପିଟାଲରେ ପ୍ରସୂତି ବିଭଗର କଥା ନ କହିବା ଭଲ । ୨୦୧୯ ମସିହାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ବେଡ଼ ନିର୍ମାଣ ହୋଇଥିବା ବେଳେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ଯାହାକୁ ନେଇ ଜିଲ୍ଲାର ଅସଲି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ରର ଦେଖିବାକୁ ମିଳିଛି । ଜଗତସିଂହପୁର ଜିଲ୍ଲାରୁ ବହୁ ନେତା ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଭାବେ ରହି ଆସିଛନ୍ତି । କିନ୍ତୁ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଯଥା ପୂର୍ବଂ ତଥା ପରଂ ।

ସେହିପରି ଜିଲ୍ଲାରେ ପାରାଦ୍ୱୀପ ବନ୍ଦର ଠାରୁ ଆରମ୍ଭ କରି ଶତାଧିକ କଳ କାରଖାନା ଗଢି ଉଠିଛି । ଏହାର CSR ଫଣ୍ଡ ମଧ୍ୟ ସ୍ୱାସ୍ଥ୍ୟ ସେବାରେ ବିନିଯୋଗ ହେବା କଥା । କିନ୍ତୁ ତାହା ହୋଇପାରୁନାହିଁ । ଫଳରେ ଉନ୍ନତ ସ୍ୱାସ୍ଥ୍ୟ ସେବାରୁ ଲୋକେ ବଞ୍ଚିତ ହେଉଛନ୍ତି । ଯଦି ଶିଳ୍ପ ସମୃଦ୍ଧ ଉପକୂଳରେ ଏହିଭଳି ସ୍ୱାସ୍ଥ୍ୟ ମିଳୁଛି ତେବେ ଉପାନ୍ତ ଅଞ୍ଚଳରେ କିଭଳି ସ୍ୱାସ୍ଥ୍ୟ ସେବା ଲୋକେ ପାଉଥିବେ ଏଥିରୁ ସ୍ପଷ୍ଟ ଅନୁମେୟ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.