ETV Bharat / state

ରାଜ୍ୟରେ ସ୍ବାୟତ୍ତ ଶାସନ ଦିବସ ପାଳିତ, ଜଗତସିଂହପୁରରେ ଅତିଥି ନିମନ୍ତ୍ରଣଙ୍କୁ ନେଇ କେଁ

ଜଗତସିଂହପୁର, କଟକ ଓ ବୌଦ୍ଧରେ ସ୍ବାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 1, 2023, 12:04 PM IST

Updated : Sep 1, 2023, 12:33 PM IST

swayat shasan dibas
swayat shasan dibas
swayat shasan dibas
swayat shasan dibas

ଜଗତସିଂହପୁର: ଗତକାଲି ରାଜ୍ୟରେ ପାଳନ ହୋଇଯାଇଛି ସ୍ବାୟତ୍ତ ଶାସନ ଦିବସ । ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସବୁଠି ସ୍ବାୟତ୍ତ ଦିବସ ପାଳନ ହୋଇଥିବା ବେଳେ ଜଗତସିଂହପୁର ପୌରାଞ୍ଚଳ ପକ୍ଷରୁ ସ୍ଥାନୀୟ ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଚ୍ଛଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହରର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ମତ ରଖିଥିଲେ । ସେହିପରି ଆଲୋକ ବ୍ୟବସ୍ଥା, ୧୦ ନମ୍ବର କେନାଲ ଉପରେ ବକ୍ସ କଲଭଟ ନିର୍ମାଣ, ସହରକୁ ଆବର୍ଜନା ମୁକ୍ତ କରିବା ଓ ବସ୍ତି ବାସିନ୍ଦାଙ୍କ ଥଇଥାନ ନିମନ୍ତେ ବ୍ୟବସ୍ଥା କରାଯାଉଥିବା କହିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ।

ସେହିପରି ଜଗତସିଂହପୁର ବିଧାୟକ ତଥା ବିଜେଡି ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଥିଲେ ଯେ, ଜଗତସିଂହପୁରର ବିକାଶ ପାଇଁ ରାଜ୍ୟ ସରକାର ହାତ ଖୋଲି ଦେଇଛନ୍ତି । 5କୋଟି ଟଙ୍କାର ବିନିମୟରେ ଏକ ଅଦର୍ଶ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । 10 ନମ୍ବର କେନାଲକୁ ସମ୍ପୂର୍ଣ୍ଣ ବକ୍ସ କଲଭଟ ମାଧ୍ୟମରେ ଘୋଡାଇ ରଖିବା ପାଇଁ 27 କୋଟି ଟଙ୍କା ବେୟ ବରାଦ କରାଯାଇଛି। 5ଟି ସଚିବ ଜଗତସିଂହପୁର ଜିଲ୍ଲା ଗସ୍ତ ସମୟରେ ତାଙ୍କୁ ଏ ସମ୍ପର୍କରେ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ସେ ଏହାକୁ ଗ୍ରହଣ କରି ଜଳ ସମ୍ପଦ ବିଭାଗକୁ ଏ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଜଳ ସମ୍ପଦ ବିଭାଗ ଏ ବାବଦରେ ରିପୋର୍ଟ ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବକ୍ସ କଲଭଟ ନିର୍ମାଣ ପାଇଁ 27 କୋଟି ଟଙ୍କାର ଅନୁଦାନ ଘୋଷଣା ହୋଇଛି । ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଶେଷ କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ ବିଧାୟକ।

ଏହା ମଧ୍ୟ ପଢନ୍ତୁ-ସ୍ବାୟତ୍ତ ଶାସନ ଦିବସ ପାଳିଲା ଆନନ୍ଦପୁର ପୌର ପରିଷଦ

ଅନ୍ୟପଟେ ଜଗତସିଂହପୁର ପୌର ପରିଷଦ ପକ୍ଷରୁ ପାଳିତ ହୋଇଥିବା ସ୍ବାୟତ ଶାସନ ଦିବସକୁ ବର୍ଜନ କରିଛନ୍ତି ପୌର ଉପାଧ୍ୟକ୍ଷ । ଯାହାକୁ ନେଇ ରାଜନୀତି ସରଗରମ ହୋଇଛି । ପୌର ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ ଏକ ସାମ୍ବାଦିକ ସମ୍ମିଳନୀ କରି ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂଙ୍କ ଉପରେ ବର୍ଷିବା ସହିତ ଜଗତସିଂହପୁରରେ କଂଗ୍ରେସ ଓ ବିଜେଡି ମଧ୍ୟରେ ଭିତିରି ବୁଝାବଣା ହୋଇଥିବା ଅଭିଯୋଗ କରିଥିଲେ । ସେ କହିଥିଲେ, ସ୍ବାୟତ୍ତ ଶାସନ ଦିବସ ପାଳନ ପାଇଁ ଅତିଥି ଚୟନ କମିଟି ବସିଥିଲା । ସେଥିରେ ସ୍ବାୟତ୍ତ ଶାସନ ଦିବସ କିଭଳି ପାଳନ କରାଯିବ ତାକୁ ନେଇ ଆଲୋଚନା କରାଗଲା । ବୈଠକରେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ଅତିଥି ଭାବରେ ଡକାଯିବାକୁ କହିଥିଲି । କିନ୍ତୁ ତାଙ୍କୁ ନିମନ୍ତ୍ରଣ କରାଗଲା ନାହିଁ ।

ସ୍ବାୟତ୍ତ ଶାସନ ପାଳର 4ଦିନ ପୂର୍ବରୁ ପୌର ଉପାଧ୍ୟକ୍ଷଙ୍କୁ କାର୍ଡ ଦିଆଯାଇଥିଲା । ସେଥିରେ ସୁରଜ ସୂର୍ଯ୍ୟବଂଶୀଙ୍କ ନାମ ନଥିବାରୁ ଉପାଧ୍ୟକ୍ଷ ଖୁବ୍ଧ ହୋଇଥିଲେ । ଜଗତସିଂହପୁର ପୌର ଉପାଧ୍ୟକ୍ଷ ବିଜେପି ସମର୍ଥିତ ହୋଇ ଥିବାରୁ ତାଙ୍କୁ ଜାଣିଶୁଣି ଅଣଦେଖା କରାଯାଇଥିବା ସେ କହିଛନ୍ତି । ଏହାକୁ ବିରୋଧ କରି ପୌର ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ଗତକାଲି ସ୍ବାୟତ୍ତ ଶାସନ ଦିବସକୁ ବର୍ଜନ କରିଥିଲେ। ଏ ସମ୍ପର୍କରେ ପୌରାଧ୍ୟକ୍ଷ ଅର୍ଚ୍ଚନା ସିଂ କହିଛନ୍ତି ଯେ, ଏହା ଆମ ଘର ଭିତରର ସମସ୍ୟା ଯାହା ହୋଇଛି ତାକୁ ବିଚାରକୁ ନିଆଯିବ ।

ସେହିପରି କଟକ ସିଡିଏ ସ୍ଥିତ ୱିଣ୍ଡିଶୋର୍ ପାଲେସ ଠାରେ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା । ଏହି ସାଧାରଣ ସଭାରେ ମେୟର ସୁବାସ ସିଂ ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ଡିସିପି ପିନାକ ମିଶ୍ର, ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ଜିଲ୍ଲା ପରିଷଦ ସଭାପତି କିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ହଜାର ବର୍ଷର ପୁରୁଣା ସହର କଟକର ଐତିହ ଓ ଇତିହାସ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ନିଗମର ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। । 4000ରୁ ଊର୍ଦ୍ଧ୍ବ ସଫେଇ କର୍ମଚାରୀ ମାନେ ସହରରେ ନିୟମିତ ସଫେଇ କରୁଛନ୍ତି । ଏଥି ପାଇଁ 400ରୁ ଉର୍ଦ୍ଧ୍ବ ଗାଡ଼ି ନିୟୋଜିତ ହୋଇଛି ବୋଲି କହିଥିଲେ କମିଶନର।

ସେହିପରି ବୌଦ୍ଧ ପୌରାଞ୍ଚଳରେ ମଧ୍ୟ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୌରାଞ୍ଚଳ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିବା ସହିତ ମହାନଦୀ କୂଳରେ ଥିବା ଆଳତୀ ଘାଟର ଉଦଘାଟନ କରିଥିଲେ । 1961 ମସିହାରେ ବୌଦ୍ଧ ପୌରାଞ୍ଚଳ ପ୍ରତିଷ୍ଠା କରାଯାଇଥିଲା । ସତର ଗୋଟି ଓ୍ବାର୍ଡ ବିଶିଷ୍ଟ ବୌଦ୍ଧ ଏନ୍ଏସିରେ ବର୍ତ୍ତମାନ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ଜାଗା ମିଶନ ମାଧ୍ୟମରେ ଆଦର୍ଶ ବିଜୁ ପଟ୍ଟନାୟକ କଲୋନୀ ସ୍ଥାପନ କରାଯାଇ ରାଜ୍ୟ ସ୍ତରରେ ପୁରସ୍କୃତ ହୋଇପାରିଛି ।

ଇଟିଭି ଭାରତ, ଜଗତସିଂହପୁର, କଟକ, ବୌଦ୍ଧ

Last Updated : Sep 1, 2023, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.