ETV Bharat / state

Diwali 2023: ଦୀପାବଳି କ୍ରେଜ, ବାଣ ଦୋକାନରେ ଗ୍ରାହକଙ୍କ ଲାଗିଲା ଭିଡ଼

author img

By ETV Bharat Odisha Team

Published : Nov 11, 2023, 10:56 PM IST

ଜଗତସିଂହପୁରରେ ଦୀପାବଳି କ୍ରେଜ । ବାଣ ଦୋକାନରେ ଲାଗିଲା ଭିଡ଼ । ଅଧିକ ପଢନ୍ତୁ

Diwali 2023 shopping in Jagatsinghpur
Diwali 2023 shopping in Jagatsinghpur
Diwali 2023: ଜିଲ୍ଲାରେ ଦୀପାବଳି କ୍ରେଜ, ବାଣ ଦୋକାନରେ ଗ୍ରାହକଙ୍କ ଲାଗିଲା ଭିଡ଼

ଜଗତସିଂହପୁର: ଦୀପାବଳି ପାଇଁ ଉତ୍ସଵମୁଖର ଗାଁଠୁ ସହର । ଆଲୋକର ପର୍ବ ଦୀପାବଳିକୁ ପାଳନ କରିବା ପାଇଁ ଲୋକେ ଇଲୋଟ୍ରୋନିକ ଦୋକାନ, ଦୀପ ଓ ବାଣ ଦୋକାନରେ ଭିଡ଼ ଜମାଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁଜ ବାଣ ବିକ୍ରିକୁ ଅନୁମତି ଦିଆଯାଇଛି । ତେବେ ସହରରେ ଏହି ନିୟମକୁ ପାଳନ କରାଯାଉଥିବା ବେଳେ ଗାଁ ଗହଳିରେ ବେଆଇନ ବାଣ ବିକ୍ରି ହେଉଥିବା ନେଇ ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏହାପରେ ପୋଲିସ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣରେ ବେଆଇନ ବାଣ ଜବତ କରାଯାଇଛି ବୋଲି ସୂଚନା ମିଳିଛି ।

ଜଗତସିଂହପୁର ସହରର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନ ନିରୂପଣ କରାଯାଇ ସେଠାରେ ବାଣ ଦୋକାନ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ଫଳରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ପ୍ରାୟ ୫୦ରୁ ଅଧିକ ବାଣ ଦୋକାନ ଖୋଲାଯାଇଛି । ସହର ଓ ସହର ଉପକଣ୍ଠରେ ବସବାସ କରୁଥିବା ଲୋକେ ବାଣ ପାଇଁ ଏହି ସ୍ଥାନକୁ ଆସୁଥିବା ଦେଖିବାକୁ ମିଳିଛି। ତେବେ ବାଣ ଦୋକାନର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଗ୍ନିଶମ ବିଭାଗ ଯାଞ୍ଚ କରୁଥିବା କୁହାଯାଇଛି।

ଏହା ବି ପଢନ୍ତୁ- Diwali 2023: ଦୀପାବଳିରେ ଏଡାଇ ପାରିବେ ଅଘଟଣ, ଅଗ୍ନିଶମ ବାହିନୀ କରୁଛି ସଚେତନ

ସବୁଜ ବାଣ ସହିତ ସୁତୁଲୀ ବମ, ଚାଇନା ଫୋଟକା ଓ ତାଳ ଫୋଟକା ଆଦି ବାଣ ବିକ୍ରି କରାଯାଉଥିବା ଦେଖିବାକୁ ମିଳୁଛି । ଦୀପାବଳି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରାତି ୧୦ଟା ପରେ ବାଣ ନ ଫୁଟାଇବାକୁ ଜନ ସାଧାରଣଙ୍କୁ ନିବେଦନ କରିଛି । ଦୀପାବଳୀକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଦୀପାବଳୀ ସମୟରେ କୌଣସି ଅଘଟଣ ଘଟେ ତେବେ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

ଏହା ବି ପଢନ୍ତୁ- Diwali 2023: ବାଣ ଦୋକାନରେ କ୍ରିକେଟ ବାଣ କ୍ରେଜ୍, ମୟୂର ବେଙ୍ଗ ବତକ ବାଣର ବେଶୀ ଡିମାଣ୍ଡ

ସେହିପରି ପୋଲିସ ପ୍ରଶାସନ ପକ୍ଷରୁ ଦୀପାବଳି ପାଇଁ ସ୍ବତନ୍ତ୍ର ପାଟ୍ରୋଲିଂର ବ୍ୟବସ୍ଥା କରାଯାଇଛି । ଗାଁ ଗହଳିରେ ବେଆଇନ ବାଣ ବିକ୍ରି ଉପରେ ପୋଲିସ ପକ୍ଷରୁ ନଜର ରଖାଯାଇଛି । ବେଆଇନ ବାଣ ବିକ୍ରି ହେଉଥିବା ଖବର ପାଇ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରାଯାଇଛି । ଅନ୍ୟ କୌଣସି ସ୍ଥାନରେ ଏଭଳି ବେଆଇନ ବାଣ ବିକ୍ରୀ ସମ୍ପର୍କରେ ଜଣାପଡ଼ିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରିଛି ପୋଲିସ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.