ETV Bharat / state

Jagatsinghpur Rape Case: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ

author img

By

Published : Feb 17, 2023, 10:47 AM IST

୨୦୧୮ ମସିହା ଜଗତସିଂହପୁର ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଲେ ଫାଷ୍ଟ ଟ୍ରାକ କୋର୍ଟ। ଅଧିକ ପଢନ୍ତୁ

ଜଗତସିଂହପୁର ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ

ଜଗତସିଂହପୁର: ୨୦୧୮ ମସିହାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଗୁରୁବାର ଜଗତସିଂହପୁର ବିଚାର ବିଭାଗର ଫାଷ୍ଟ ଟ୍ରାକ କୋର୍ଟ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଦୁଷ୍କର୍ମକାରୀ ଜଣକ ହେଉଛି ତିର୍ତ୍ତୋଲ ବ୍ଲକ ଅଞ୍ଚଳର ସନ୍ତୋଷ ଭୋଳ । ୨୦ ବର୍ଷ ଜେଲ ଦଣ୍ଡ ସହ ଅଦାଲତ ଦୋଷୀକୁ ୨୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ଅଧିକ ୬ ମାସ ଜେଲ୍ ଦଣ୍ଡ ମିଳିବ ବୋଲି ବିଚାରପତି ଅଜୟ କୁମାର ମହାନ୍ତି ରାୟରେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ୨୦୧୮ ମସିହା ଅକ୍ଟୋବର ୨୦ ତାରିଖରେ ଏହି ଦୁଷ୍କର୍ମ ହୋଇଥିଲା । ତିର୍ତ୍ତୋଲ ଅଞ୍ଚଳର ୧୦ ବର୍ଷୀୟା ନାବାଳିକାଙ୍କ ବାପାମାଆ ହାଇଦ୍ରାବାଦରେ ରହୁଥିବାବେଳେ ସେ ନିଜ ଜେଜେମାଆ ସହ ରହିଆସୁଥିଲେ । ଅଭିଯୁକ୍ତ ସନ୍ତୋଷ ଭୋଳ ସେହି ଗ୍ରାମର ହୋଇଥିବାରୁ ସେ ଅନେକ ସମୟରେ ତାଙ୍କ ଘରକୁ ଯିବାଆସିବା କରୁଥିଲା । ୨୦୧୮ ଅକ୍ଟୋବର ୨୦ ରାତିରେ ସନ୍ତୋଷ ପୀଡିତାଙ୍କ ଘରେ ପହଞ୍ଚି ରାତ୍ରିଯାପନ ପାଇଁ ତାଙ୍କ ଜେଜେମାାଙ୍କୁ ଅନୁରୋଧ କରିଥିଲା । ବୃଦ୍ଧା ପ୍ରଥମେ ମନା କରିଥିଲେ । ହେଲେ ଅଭିଯୁକ୍ତ କାକୁତି ମିନତି ହୋଇ ଆଶ୍ରୟ ଦେବାକୁ ଅନୁରୋଧ କରିବାରୁ ଶେଷରେ ସେ ରାଜି ହୋଇ ଶୋଇବା ପାଇଁ ଅନ୍ୟ ଏକ ଘର ଦେଇଥିଲେ ।

ଏହାପରେ ରାତିରେ ନାବାଳିକା ଜେଜେମାଆ ପାଖରେ ଶୋଇଥିବା ବେଳେ ସନ୍ତୋଷ କୌଶଳକ୍ରମେ ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ପୀଡିତାଙ୍କ ପାଟି ଶୁଣି ଜେଜେମାଆ ଉଠି ପଡିଥିଲେ । ଏହି ଘଟଣା ପ୍ରଘଟ ହେବାପରେ ଗାଁ ଲୋକେ ନାବାଳିକାଙ୍କୁ ନେଇ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଦୁଷ୍କର୍ମ ଘଟଣା ଜାଣିବା ପରେ ତିର୍ତ୍ତୋଲ ପୋଲିସକୁ ଖବର ଦେଇଥିଲେ । ଏହାପରେ ଅଭିଯୁକ୍ତ କୁଆଡେ ଫେରାର ହୋଇଯାଇଥିଲା ।

ହାଇଦ୍ରାବାଦରେ ରହୁଥିବା ପୀଡିତାଙ୍କ ବାପାମାଆ ତିର୍ତ୍ତୋଲରେ ପହଞ୍ଚି ଥାନାରେ ଏତଲା ଦେଇଥିଲେ । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ୧୮ ଜଣ ସାକ୍ଷୀ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତିକରି ତତ୍କାଳୀନ ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମାଝୀ ଚମ୍ପଟ ମାରିଥିବା ଅଭିଯୁକ୍ତକୁ କଟକରୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ବିଚାରପତି ଅଜୟ କୁମାର ମହାନ୍ତି ଏହି ନାବାଳିକା ଦୁଷ୍କର୍ମ ଘଟଣାରେ ସନ୍ତୋଷ ଭୋଳକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ୍ ଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହିତ ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକାରଣକୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ପୀଡିତାଙ୍କୁ ୩ ଲକ୍ଷ ୫୦ ହଜାର ଟଙ୍କା ମିଳିଥିବା ବେଳେ ଅବଶିଷ୍ଟ ଅର୍ଥ ତୁରନ୍ତ ପ୍ରଦାନ କରାଯିବାକୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.