ETV Bharat / state

ବିଡିଓଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଧାରଣାରେ ବସିଲେ ଜଗତସିଂହପୁର ସାମ୍ବାଦିକ - ସାମ୍ବାଦିକଙ୍କ ସହ ବିରିଡି ବିଡିଓଙ୍କ ଦୁର୍ବ୍ୟବହାର ଅଭିଯୋଗ

ଜଗତସିଂହପୁରରେ ସାମ୍ବାଦିକଙ୍କୁ ଜଣେ ସରକାରୀ ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାର ପ୍ରତିବାଦରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଦୁର୍ବ୍ୟବହାର ଅଭିଯୋଗ, ଧାରଣାରେ ବସିଲେ ଜଗତସିଂହପୁର ସାମ୍ବାଦିକ

author img

By

Published : Apr 18, 2022, 6:09 PM IST

Updated : Apr 18, 2022, 10:23 PM IST

ଜଗତସିଂହପୁର: ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜଣେ ସରକାରୀ ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ସାମ୍ବାଦିକମାନେ ଧାରଣା ଦେଇଛନ୍ତି । ବିରିଡି ବ୍ଲକର କାର୍ଯ୍ୟରତ BDO ହେମନ୍ତ କୁମାର ମହାନ୍ତ ଗତମାସ ୩୧ ତାରିଖ ଦିନ ଜଣେ ବୈଦୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା ।

ବିଡିଓଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଧାରଣାରେ ବସିଲେ ଜଗତସିଂହପୁର ସାମ୍ବାଦିକ

ବିରିଡି ବିଡିଓ ସାମ୍ବାଦିକଙ୍କ ବୁମ୍‌ ପେଲାଠେଲା କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ, କିନ୍ତୁ ଜିଲ୍ଲାପାଳ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସାମ୍ବାଦିକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଏହାକୁ ବିରୋଧ କରି ଆଜି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

Last Updated : Apr 18, 2022, 10:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.