ETV Bharat / state

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ - ଜଗତସିଂହପୁର ଜିଲ୍ଲା ଫlଷ୍ଟଟ୍ରାକ କୋର୍ଟ

ଦୁଷ୍କର୍ମକାରୀକୁ ୧୦ ବର୍ଷର ସଜ୍ଜା ଶୁଣାଇଲେ ଜଗତସିଂହପୁର ଜିଲ୍ଲା ଫାଷ୍ଟ୍‌ଟ୍ରାକ୍‌ କୋର୍ଟ । ନାବାଳିକାକୁ ଜୋର ଜବରଦସ୍ତ ଅପହରଣ ଓ ଦୁଷ୍କର୍ମ ମାମଲାରେ ଶୁଣାଣି । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲଦଣ୍ଡାଦେଶ

author img

By ETV Bharat Odisha Team

Published : Oct 20, 2023, 9:08 AM IST

ଜଗତସିଂହପୁର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ 10 ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା କରାଯାିଇଛି । ଦୁଷ୍କର୍ମକାରୀକୁ ଏଭଳି ରାୟ ଶୁଣାଇଛନ୍ତି ଜଗତସିଂହପୁର ଜିଲ୍ଲା ଫାଷ୍ଟଟ୍ରାକ କୋର୍ଟ । ୨୦୧୮ମସିହା ସେପ୍ଟେମ୍ବର ମାସ ୧୮ ତାରିଖ ଦିନ ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା ।

ସୂଚନା ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ହୀରାପୁର ଗ୍ରାମର ନାରାୟଣ ପୂଜାହାରୀ ପୁଅ ସୁକାନ୍ତ ପୂଜାହାରୀ ପାରାଦ୍ୱୀପରେ ରହି ଆସୁଥିଲା । ୨୦୧୮ମସିହା ସେପ୍ଟେମ୍ବର ମାସ ୧୮ ତାରିଖ ଦିନ ପାରାଦ୍ୱୀପ ବାଲିଯାତ୍ରା ଦେଖିବା ପାଇଁ ଆସିଥିବା ଜଣେ ୧୪ ବର୍ଷୀୟା ନାବାଳିଳାକୁ ଜୋର ଜବରଦସ୍ତ ଅପହରଣ କରିନେଇ ନେଇଥିଲା ସୁକାନ୍ତ ପୂଜାହାରୀ । ଅପହରଣ କରି ସାଲେପୁର ନେଇ ସେଠାରେ ଏକ ନିର୍ଜନ ସ୍ଥାନରେ ରଖି ନାବାଳିକା ସହ ବାରମ୍ବାର ଦୁଷ୍କର୍ମ କରିଥିଲା । ପରେ ନାବାଳିକାଟିକୁ ଜଗତସିଂହପୁର ଜିଲ୍ଲା ସ୍ଥିତ ଶାରଳା ରୋଡ଼ ନିକଟରେ ଛାଡ଼ିଦେଇ ଚାଲି ଯାଇଥିଲା ।

ଏହାମଧ୍ୟ ପଢନ୍ତୁ..୮ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ନାବାଳକ, ଥାନାରେ ମାମଲା

ପରେ ପୀଡ଼ିତା ନାବାଳିକର ବାପାମାଆ ଏନେଇ ଖବର ପାଇବା ପରେ ଝିଅଟିକୁ ଉଦ୍ଧାର କରିଥିଲେ । ପରେ ପାରାଦ୍ୱୀପ ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ପାରାଦ୍ୱୀପ ପୋଲିସ ଏହି ଘଟଣାରେ ତଦନ୍ତ କରି ସାଲେପୁରରୁ ଅଭିଯୁକ୍ତ ସୁକାନ୍ତକୁ ଗିରଫ କରିଥିଲା । ଡ଼ାକ୍ତରୀ ରିପୋର୍ଟ ଓ ୨୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଗୁରୁବାର ଦିନ ଜଗତସିଂହପୁର ଫାଷ୍ଟଟ୍ରାକ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହ 10 ବର୍ଷର ସଶ୍ରମ କାରାଦଣ୍ଡଦେଶ ସହ ୧୫ ହଜାର ଟଙ୍କା ଜରିମାନା ନେଇ ରାୟ ଶୁଣାଇଥିଲେ । ଅନ୍ୟପଟେ ପୀଡ଼ିତା ନାବାଳିକାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ସେହିଭଳି ଅଗଷ୍ଟ 1 ତାରିଖ ଦିନ ୭ ବର୍ଷୀୟା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ଶୁଣାଇଥିଲେ ଜଗତସିଂହପୁର ଜିଲ୍ଲା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଅଜୟ କୁମାର ମହାନ୍ତି । ଏହା ସହିତ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ଗତ ୨୦୧୯ ମସିହାରେ ସଦର ଥାନା ଅଞ୍ଚଳରେ ଜଣେ ୭ବର୍ଷୀୟା ନାବାଳିକା ଘର ନିକଟରେ ଖେଳୁଥିବା ବେଳେ ସେହି ଗାଁର ଅଭିଯୁକ୍ତ ନିଜ ଘରକୁ ଡାକି ନେଇଥିଲା । ଏକୁଟିଆ ପାଇ ସେକ୍‌ ମୁନୁ ସମ୍ପୃକ୍ତ ନାବାଳିକା ସହ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଘରକୁ ଫେରି ମାଆଙ୍କୁ ଘଟଣା ବିଷୟରେ କହିବା ପରେ ନାବାଳିକାଙ୍କ ମାଆ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ । ପରେ ପୋଲିସ ତଦନ୍ତ କରି ସେକ ମୁନୁଙ୍କୁ ଗିରଫ କରିଥିଲା । ସେହି ମାମଲାର ବିଚାର କରି ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଅଜୟ କୁମାର ମହାନ୍ତି ଦୁଷ୍କର୍ମ ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡ ସହ ୨୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୪ମାସ ଜେଲଦଣ୍ଡ ଦଣ୍ଡିତ କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.