ETV Bharat / state

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

author img

By

Published : Mar 8, 2022, 9:05 AM IST

ମଣ୍ଡିରେ ଧାନବିକ୍ରି ସମସ୍ୟା ନେଇ ଚିନ୍ତାରେ ଜଗତସିଂହପୁର ଚାଷୀ । ଟୋକନ ପାଇ ମଣ୍ଡିରେ ଧାନ ପଡିରହିଥିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଅଧିକ ପଢନ୍ତୁ

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ
ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ଜଗତସିଂହପୁର: ଜିଲ୍ଲାରେ ମଣ୍ଡି ସମସ୍ୟାକୁ ନେଇ ଚିନ୍ତାରେ ଚାଷୀ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାର ଲାଗିଛି । ଜଗତସିଂହପୁରର ଏକାଧିକ ମଣ୍ଡି ରେ ଟୋକାନ ପାଇ ଚାଷୀ ଧାନକୁ ପକାଇ ଜଗି ରହିଛି, ହେଲେ ମିଲରଙ୍କ ଦେଖା ମିଳୁନି। ଫଳରେ ଟୋକାନର ଅବଧି ସରି ଆସୁଥିବାରୁ ଚାଷୀ ହତାଶ ହୋଇ ପଡିଛି। ସପ୍ତାହେ ହେବ ଧାନ ପଡି ରହିଥିବାରୁ କେତେକ ଚାଷୀ ଜିଲ୍ଲାପାଳଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଜଣାଇ ଥିଲେ। ଏହାପରେ ଏହି ଘଟଣା ନେଇ ଜିଲ୍ଲାପାଳ ପାରୁଲ ପଟୱରି ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଙ୍କୁ ରିପୋର୍ଟ ମାଗିଛନ୍ତି।

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ଜିଲ୍ଲାର 100 ରୁ ଅଧିକ ଚାଷୀଙ୍କର ଟୋକନ ଅବଧି ସରିଯାଇ ଥିବା ବେଳେ ଆଉ ଅନେକଙ୍କ ଟୋକନ ଦିନେ ଦୁଇଦିନ ମଧ୍ୟରେ ସାରିଯିବ ବୋଲି ଚାଷୀ କହିଛନ୍ତି। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ପାଳ ଚାଷୀ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.