ETV Bharat / state

ଘାରିଲା ଖରାଦିନିଆ ବାତ୍ୟା ଆଶଙ୍କା, ଭୟଭୀତ ଜଗତସିଂହପୁରବାସୀ - ବାତ୍ୟା

ପୁଣି ଏକ ବାତ୍ୟା ଆସିବା କଥା ଶୁଣି ଉପକୂଳିଆ ଜଗତସିଂହପୁର ଜିଲ୍ଲାବାସୀଙ୍କ ମନରେ ଛନକା ପଶିଛି । ବାତ୍ୟା ନାଁ ଶୁଣି ଭୟଭୀତ ଅବସ୍ଥାରେ ରହିଛନ୍ତି ଜିଲ୍ଲାବାସୀ । ଅଧିକ ପଢନ୍ତୁ

Jagatsinghpur people scared for cyclon
ବାତ୍ୟା ନାଁ ଶୁଣି ଭୟଭୀତ ଜଗତସିଂହପୁରବାସୀ
author img

By

Published : May 4, 2023, 9:39 AM IST

ବାତ୍ୟା ନାଁ ଶୁଣି ଭୟଭୀତ ଜଗତସିଂହପୁରବାସୀ

ଜଗତସିଂହପୁର: ପୁଣି ଏକ ବାତ୍ୟା ଆସୁଛି ! ବଙ୍ଗୋପସାଗରରେ ଖରାଦିନିଆ ବାତ୍ୟା ଆଶଙ୍କା ବଢିଛି । ବାତ୍ୟା ଆକଳନ କରାଯିବା ପରେ ଉପକୂଳିଆ ଜିଲ୍ଲାବାସୀଙ୍କ ମଧ୍ୟରେ ଛନକା ପିଶିଛି । ବିଶେଷ କରି ମହାବାତ୍ୟାର କରାଳ ରୂପ ଦେଖିଥିବା ଜଗତସିଂହପୁର ଜିଲ୍ଲାବାସୀ ବାତ୍ୟା ନାଁ ଶୁଣି ଭୟଭୀତ ହୋଇଛନ୍ତି । ପ୍ରକୃତି ତାଣ୍ଡବକୁ ପାଖରୁ ଦେଖିଥିବା ଜିଲ୍ଲାବାସୀ ପୁଣି ଏକ ବାତ୍ୟା ନାଁ ଶୁଣି ଚିନ୍ତାରେ ପଡିଛନ୍ତି ।

1999 ମହାବାତ୍ୟାଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅନେକ ବାତ୍ୟାର କରାଳ ରୂପକୁ ଅଙ୍ଗେ ଲିଭେଇଛନ୍ତି ଜଗତସିଂହପୁର ଜିଲ୍ଲାବାସୀ। ବିଶେଷ କରି ବାତ୍ୟା ନାଁ ଶୁଣିଲେ ଏରସମା ବ୍ଲକର ସମୁଦ୍ର କୁଳିଆ ଗାଁର ଲୋକଙ୍କ ମନରେ ଛନକା ପଶିଯାଏ । ଏରସମା ବ୍ଲକର ଆମ୍ବିକି, ଗଡ଼ ବିସନପୁର, ଜପା, ଦହିବର, ଓ ଟାଙ୍କଳ ଆଦି ଗ୍ରାମକୁ ବିଶେଷ ଭାବରେ ବିପଦ ରହିଥାଏ । ଲଘୁଚାପ ସୃଷ୍ଟି ହେଲେ ସମୁଦ୍ର ଅଶାନ୍ତ ରହିବା ସହିତ ଉଚ୍ଚ ଜୁଆର ଗାଁ ମଧ୍ୟକୁ ପ୍ରବେଶ କରେ ଫଳରେ ଲୋକେ ବାତ୍ୟା ଆଶ୍ରୟସ୍ଥଳକୁ ଯିବାପାଇଁ ବାଧ୍ୟ ହୁଅନ୍ତି । ପାଣିପାଗ ବିଭାଗର ପୂର୍ବ ଆକଳନ ସମୁଦ୍ର କୁଳିଆ ଲୋକଙ୍କ ପାଇଁ ଚିନ୍ତା ବଢାଇଛି ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ 6 ତାରିଖରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ 7 ତାରିଖରେ ଲଘୁଚାପ ଓ 8 ତାରିଖରେ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି । ଆସନ୍ତା 9 ତାରିଖରେ ସମୁଦ୍ରରେ ବାତ୍ୟା ସୃଷ୍ଟି ହୋଇପାରେ । ଏହି ଖବର ପ୍ରସାରଣ ପରେ ଉପକୂଳିଆ ଜଗତସିଂହପୁର ଜିଲ୍ଲାବାସୀ ଭୟଭୀତ ହୋଇଛନ୍ତି । ଏହା କେତେ ଶକ୍ତିଶାଳୀ ହେବ ଓ ଏହା ଗତିପଥ କେଉଁଆଡେ ରହିବ କିଛି ସୂଚନା ମିଳି ନଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ଜିଲ୍ଲାବାସୀ ପ୍ରସ୍ତୁତ ଅଛନ୍ତି ।

ଖରାଦିନିଆ ବାତ୍ୟା ଭୟକୁ ନେଇ କିଏ ନିଜ ଭଙ୍ଗା ଘରକୁ ସଜାଡୁ ଥିବା ବେଳେ ଅନ୍ୟ କିଏ ଅମଳ କରିଥିବା ଧାନ ଓ ମୁଗକୁ ସୁରକ୍ଷିତ ସ୍ଥାନକୁ ନେବା ଆରମ୍ଭ କଲେଣି । ବାତ୍ୟାକୁ ନେଇ ସରକାରୀ ଭାବେ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ଉପକୂଳବାସୀଙ୍କୁ ବାତ୍ୟା ଚିନ୍ତା ଘାରିଛି । କେତେକ ଲୋକଙ୍କ କହିବା କଥା ଯେ ଅନେକ ଲୋକ କଚ୍ଚା ଘରେ ଆଜି ବି ରହୁଛନ୍ତି । ଧାନ ଚାଉଳ ମୁଗକୁ କିଭଳି ସୁରକ୍ଷିତ ସ୍ଥାନକୁ ନିଆଯିବ ସେଥିପାଇଁ ପଡ଼ୋଶୀ କି ବନ୍ଧୁ ବାନ୍ଧବଙ୍କ ଘରେ ନିଜ ଧାନ ଚାଉଳ ରଖୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର କୁଜଙ୍ଗ ଓ ଏରସମା ଅଞ୍ଚଳର ଲୋକେ ବାତ୍ୟା ନାଁ ଶୁଣି ଶୁଖିଲା ଖାଦ୍ୟ ମଧ୍ୟ ସଂଗ୍ରହ କରି ରଖିଥିବା ଦେଖିବାକୁ ମିଳୁଛି।

ଏହା ବି ପଢନ୍ତୁ...ଆସୁଛି ବାତ୍ୟା ! 5 ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା, ୭ ବେଳକୁ ପବନର ବେଗ 60 KM !

ମେ’ 3 ତାରିଖରେ ବାତ୍ୟା ଫନିକୁ 4 ବର୍ଷ ପୂରଣ କରିଛି । ଆଉ ପୁଣି ଏକ ବାତ୍ୟା ଆଶଙ୍କା କରାଯାଉଛି । 1999 ମହାବାତ୍ୟାର ସେ କରାଳ ରୂପକୁ ଭୁଲି ନଥିଲା ଜଗତସିଂହପୁର ଜିଲ୍ଲାବାସୀ ଆଉ ଏକ ଖରାଦିନିଆ ବାତ୍ୟାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି । ଯହି ବାତ୍ୟା ହୁଏ ତେବେ କେଉଁଠି ମୁଣ୍ଡ ଗୁଞ୍ଜିବେ ଅମଳ କରିଥିବା ଫସଲ ଯେ ଉଜୁ଼ଡି ଯିବ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଜିଲ୍ଲାବାସୀ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.