ETV Bharat / state

ତୈଳ ଦର ବୃଦ୍ଧିକୁ ନେଇ ଜଗତସିଂହପୁର ଜିଲା କଂଗ୍ରେସର ବିକ୍ଷୋଭ - ତୈଳଦର ବୃଦ୍ଧି

ତୈଳ ଦର ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଜଗତସିଂହପୁର ଜିଲ୍ଲା କଂଗ୍ରେସ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧିକୁ ନେଇ ଜଗତସିଂହପୁର ଜିଲା କଂଗ୍ରେସର ବିକ୍ଷୋଭ

author img

By

Published : Jun 29, 2020, 5:43 PM IST

ଜଗତସିଂହପୁର: ଦେଶ ତଥା ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ଜଗତସିଂହପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମଗ୍ର ଦେଶରେ ଅହେତୁକ ତେଲ ଦର ବୃଦ୍ଧି ଫଳରେ ଲୋକେ ପ୍ରଭାବିତ ହୋଇଛନ୍ତି ।

ତୈଳ ଦର ବୃଦ୍ଧିକୁ ନେଇ ଜଗତସିଂହପୁର ଜିଲା କଂଗ୍ରେସର ବିକ୍ଷୋଭ

କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତଭାବେ ସାଧାରଣ ଜନତାଙ୍କୁ ଲୁଟୁଥିବା ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି । ସୋମବାର ଅପରାହ୍ନରେ ଜିଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଛିଥିଲେ । ପରେ ସାମାଜିକ ଦୂରତ୍ବ ରଖି ଧାରଣା ଦେବା ସହିତ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଉପରେ ବର୍ଷିଥିଲେ ଏମାନେ ।

କେନ୍ଦ୍ର ସରକାର ତୈଳଦରକୁ ନିୟନ୍ତ୍ରଣ କରିବା ସହ ରାଜ୍ୟସରକାର ତୁରନ୍ତ ଏହା ଉପରୁ ଟିକସ ଛାଡ କରିବାକୁ କଂଗ୍ରେସ ଦାବି କରିଛି । ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.