ଜଗତସିଂହପୁର: ଦୁଇଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କଲେ ଜିଲ୍ଲାପାଳ । ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର 2ଟି ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି ।
ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିଜ ଗାଁ ସ୍କୁଲ, ଭଗ୍ନୀ ନିବେଦିତା ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବାବେଳେ କଟକରେ ଥିବା ରେଭେନ୍ସା କଲଜିଏଟ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି ।
ପୂର୍ବରୁ ଜିଲ୍ଲାପାଳ ଏହି ଦୁଇଟି ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିବାକୁ ଗଣଶିକ୍ଷା ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ଆଜି(ବୁଧବାର) ଏହାକୁ ମଞ୍ଜୁରୀ ମିଳିଛି । ପୋଷ୍ୟ ବିଦ୍ୟାଳୟ ଅଧିନରେ କେଉଁ କେଉଁ କାର୍ଯ୍ୟ କରାଯିବ, ସେ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ