ETV Bharat / state

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କ କରାଇଲା ପ୍ରଶାସନ - ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନାଟ

ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିବା ନେଇ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରାଯାଇଛି । ଅଧିକ ପଢନ୍ତୁ

ଲଘୁଚାପ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ପ୍ରଶାସନ

author img

By

Published : Aug 19, 2022, 5:05 PM IST

ଜଗତସିଂହପୁର: ଜିଲ୍ଲାରେ ଛାଡୁଛି ବନ୍ୟା ପାଣି ହେଲେ ବଢୁଛି ଦୁର୍ଦ୍ଦଶା । ସେପଟେ ଆଉ ଏକ ଲଘୁଚାପ ଗଭୀର ଅବପାତ(Deep depression) ନେବାକୁ ଯାଉଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ବର୍ଷା ସହିତ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ସତର୍କ ସୂଚନା ଜାରି କରାଯାଇଛି ।

ଲଘୁଚାପ ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ପ୍ରଶାସନ

ତେଣୁ ଜଗତସିଂହପୁର ଜିଲ୍ଲା ମତ୍ସ୍ୟ ବିଭାଗ(Jagatsinghpur District Adminstration) ପକ୍ଷରୁ ପାରାଦ୍ବୀପ ମାଛଧରା ବନ୍ଦରରେ ସତର୍କ ସୂଚନା ଜାରି କରାଯାଇଛି । ଆଜିଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିବା ନେଇ ସତର୍କ କରାଯାଇଛି । ମତ୍ସ୍ୟଜୀବୀ ମାନେ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଯଦି କୌଣସି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଛନ୍ତି ତେବେ ସେମାନେ ତୁରନ୍ତ ଫେରିଆସିବାକୁ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ଏହା ସହିତ ମମତ୍ସ୍ୟଜୀବୀମାନେ ସେମାନଙ୍କ ଡ଼ଙ୍ଗାକୁ ସୁରକ୍ଷିତ ସ୍ଥାନକୁ ନେବାକୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.