ETV Bharat / state

ବାତ୍ୟା ୟଶର ମୁକାବିଲା ପାଇଁ ପ୍ରସ୍ତୁତ ଜଗତସିଂହପୁର ଜିଲ୍ଲା ପ୍ରଶାସନ

author img

By

Published : May 22, 2021, 5:28 PM IST

ଜଗସିଂହପୁର ଜିଲାର ସମସ୍ତ ବିଡ଼ିଓ, ତହସିଲଦାର ଓ ବିଦ୍ୟୁତ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସେମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକ ପଢନ୍ତୁ...

ବାତ୍ୟା ୟସର ମୁକାବିଲା ପାଇଁ ପ୍ରସ୍ତୁତ ଜଗତସିଂହପୁର ଜିଲ୍ଲା ପ୍ରଶାସନ

ଜଗସିଂହପୁର: ବଙ୍ଗୋପସାଗରରେ ସୃଷ୍ଟି ସାମ୍ଭାବ୍ୟ ବାତ୍ୟା ୟସର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାର ସମସ୍ତ ବିଡ଼ିଓ, ତହସିଲଦାର ଓ ବିଦ୍ୟୁତ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସେମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଲ୍ଲାପାଳ ଏକ ଜରୁରୀ ବୈଠକ ଡାକି ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ବାତ୍ୟାକୁ ସଠିକ ପରିଚାଳନା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକ ଦାୟିତ୍ବ ଦିଆଯାଇଥିବା ବେଳେ ପାରାଦ୍ବୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ପାରାଦ୍ବୀପ ପୌର ପରିଷଦ ଦାୟିତ୍ବ ପିଡ଼ି ଡିଆରଡିଏଙ୍କୁ ବାଲିକୁଦା ଓ ଏରସମା ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଗତସିଂହପୁର ସହରର ଦାୟିତ୍ବ ଦିଆଯାଇଛି।

ଏମାନେ ସାମ୍ଭାବ୍ୟ ବାତ୍ୟାର ସଠିକ ପରିଚାଳନା ଦିଗରେ କାର୍ଯ୍ୟ କରିବେ। ପ୍ରଥମେ ଆବଶ୍ୟକସ୍ଥଳେ ସ୍ଥାନାନ୍ତରଣ ବାତ୍ୟା ଆଶ୍ରୟ ସ୍ଥଳରେ ରନ୍ଧା ଖାଦ୍ୟ ଓ ପାନୀୟ ଜଳ ଯୋଗାଣ, ଶିଶୁ ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବାତ୍ୟା ଛାଡିବା ପରେ ଉଦ୍ଧାର ଓ ରିଲିଫ କାର୍ଯ୍ୟର ସଠିକ ପରିଚାଳନା ସହିତ କୋଭିଡ ମାର୍ଗଦର୍ଶିକା ଅନୁଯାଇ ସଠିକ ଅନୁପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାରେ ଥିବା ସମସ୍ତ 42ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ଓ ଆବଶ୍ୟକ ପଡ଼ିଲେ ବିକଳ୍ପ ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖିବାକୁ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ବ୍ଲକରେ ପ୍ରଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ମହଜୁଦ, ବିକଳ୍ପ ବିଜୁଳି ବ୍ୟବସ୍ଥା କରିବାକୁ କୁହାଯାଇଛି। ନିକଟରେ ପ୍ରସବ କରିବାକୁ ଥିବା ମହିଳା ମାନଙ୍କୁ ସ୍ତାନୀୟ ମେଡ଼ିକାଲରେ ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପାରାଦ୍ବୀପର ଷଣ୍ଢକୂଦ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାର 8ଟି ବ୍ଲକ ଓ 2ଟି ପୌରାଞ୍ଚଳରେ ଆସ୍ଥା ଲାଇଟ, ଡିଜିର ବ୍ୟବସ୍ଥା କରିବାକୁ କୁହାଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.