ETV Bharat / state

ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା, କଂଗ୍ରେସ କହିଲା ବିଜେପିର ପ୍ରତିଶୋଧ ପରାୟଣ ରାଜନୀତି - ବିଜେପି ବିରୋଧରେ କଂଗ୍ରେସର ରାଲି ଜଗତସିଂହପୁର

ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା ପରେ ଜଗତସିଂହପୁରରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା ବିଜେପିର ପ୍ରତିଶୋଧ ପରାୟଣ ରାଜନୀତି: କଂଗ୍ରେସ

author img

By

Published : Jun 17, 2022, 8:01 PM IST

ଜଗତସିଂହପୁର: ନ୍ୟାସନାଲ ହେରାଲ୍ଡ଼ ଅଧିଗ୍ରହଣ ସଂକ୍ରାନ୍ତୀୟ ବେଆଇନ ଅର୍ଥ କାରବାର ମାମଲାରେ ରାହୁଲଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଜେରା ପ୍ରତିବାଦରେ ଆଜି(ଶୁକ୍ରବାର) ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ପୋଷ୍ଟ ଅଫିସ ଛକ ନିକଟରେ ବିକ୍ଷୋଭ ପଦର୍ଶନ ସାଙ୍ଗକୁ ଗଣ ଧାରଣା ଦିଆଯାଇଛି । ଦେଶରେ ବିଜେପି ସରକାର ପ୍ରତିଶୋଧ ପରାୟଣ ରାଜନୀତି କରିବା ସହ ବିରୋଧୀ ଦଳର ସ୍ୱରକୁ ଚାପିଦେବାକୁ ଉଦ୍ୟମ କରୁଥିବା ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି ।

କଂଗ୍ରେସ କହିଲା ବିଜେପିର ପ୍ରତିଶୋଧ ପରାୟଣ ରାଜନୀତି

କେନ୍ଦ୍ର ପୋଲିସର ବର୍ବରତା ବିରୋଧରେ ବିକ୍ଷୋଭ ଜୋରଦାର କରିବାକୁ ସେ କଂଗ୍ରେସ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଦେଶରେ ବିଜେପି ସରକାର ପ୍ରତିଶୋଧ ପରାୟଣ ରାଜନୀତି ବିଶ୍ୱାସ କରୁଛି, କଂଗ୍ରେସ ଏହାର ଦୃଢ ଜବାବ ଦେବ ବୋଲି କଂଗ୍ରେସ କର୍ମୀ କହିଛନ୍ତି । ଏହି ବିକ୍ଷୋଭ ସମାବେଶରେ ଜିଲ୍ଲା ସଭାପତି ନଟବର ବାରିକ, ଯୁବ କଂଗ୍ରେସ ସଭାପତି ପ୍ରସାନ୍ତ ମଲ୍ଲିକ, ପୂର୍ବତନ ନଗର ପାଳ ବିପ୍ଳବ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.