ETV Bharat / state

ଡ୍ରେନ ପାଲଟିଛି ଜଗତସିଂହପୁରର କେନାଲ

ଜଗତସିଂହପୁରର ସହର ଦେଇ ଯାଇଥିବା ମାଛଗାଁ ଓ ତାର ଶାଖା କେନାଲଗୁଡିକ ଏବେ ଆବର୍ଜନାରେ ଭର୍ତ୍ତି । ସହରରେ ଦୁର୍ଗନ୍ଧ ସାଙ୍ଗକୁ ମଶାମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଥିବା ବେଳେ ସହରବାସୀଙ୍କ ମଧ୍ୟ ଦେଖାଦେଇଛି ଅସନ୍ତୋଷ ।

author img

By

Published : Jun 21, 2019, 2:19 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: କୁଢକୁଢ ଆବର୍ଜନାରେ ଭର୍ତ୍ତି ହୋଇଗଲାଣି ଜଗତସିଂହପୁରର ମାଛଗାଁ ଓ ତାର ଶାଖା କେନାଲଗୁଡିକ । ଜିଲ୍ଲାର ଜୀବନ ରେଖା ସାଜିଥିବା ଏହି କେନାଲଗୁଡିକ ଏବେ ଭୟଙ୍କର ପ୍ରଦୂଷଣ ହେବାରେ ଲାଗିଛି । କୃଷି ଓ ଜଳସେଚନ ପାଇଁ ଉଦ୍ଦିଷ୍ଚ କେନାଲଟି ଏବେ ଦୋକାନୀମାନଙ୍କ ପାଇଁ ସାଜିଛି ବର୍ଜ୍ୟବସ୍ତୁ ନିଷ୍କାସନର ବାହକ । ଆଉ ବେଆଇନ ଭାବେ 55ନଂ ଜାତୀୟ ରାଜପଥ ଖୋଳି ନିଷ୍କାସିତ ହେଉଛି ବର୍ଜ୍ୟବସ୍ତୁ ଓ ଦୂଷିତ ପାଣି । ଯାହାକୁ ନେଇ ସହରବାସୀ ଅସନ୍ତୋଷ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ସହରର କଲେଜ ଛକ ନିକଟରୁ 10 ନମ୍ବର କେନାଲ ସହର ମଧ୍ୟ ଦେଇ ଯାଇଛି । କିନ୍ତୁ ଲୋକଙ୍କ ଅସଚେତନତା ଓ ପ୍ରଶାସନିକ ଅପାରଗତା କାରଣରୁ କେନାଲଗୁଡିକ ପ୍ରଦୂଷିତ ହେବାରେ ଲାଗୁଛି । ଯାହାକୁ ନେଇ ପୂର୍ବରୁ ଲୋକଙ୍କୁ ଅବଗତ କରାଯିବା ସହ ଜରିମାନା ଆଦାୟ କରାଯାଇଥିଲା । ଏଥିସହ ଫାଟିଯାଇଥିବା ପାଇପ ଲାଇନଗୁଡିକୁ ସିଲ ମଧ୍ୟ କରାଯାଇଥିଲା ।

କିନ୍ତୁ କେତେକ ଅସାଧୁ ବ୍ୟବସାୟୀ ତାଙ୍କ କାର୍ଯ୍ୟାକଳାପରୁ ବାଦ୍ ଆସୁନାହାନ୍ତି । ଫଳରେ ସହରରେ ଦୁର୍ଗନ୍ଧ ବଢିବା ସାଙ୍ଗକୁ ପରିବେଶ ଦୂଷିତ ହେବାରେ ଲାଗିଛି । ଯାହାକୁ ନେଇ ଜିଲ୍ଲାପାଳ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗକୁ ଚିଠି କରାଯାଇଛି। ଉତ୍ତର ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ।

ସହର ଦେଇ କେନାଲଟି ଯାଇଥିବା ବେଳେ ଦୁର୍ଗନ୍ଧ ସହ ମଶାମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଆଉ ଆଗକୁ ବର୍ଷା ଆସୁଥିବା ବେଳେ ଏହାର ସ୍ଥାୟୀ ସମାଧାନ ଆବଶ୍ୟକ ହୋଇପଡିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:Ancher . ଜଗତସିଂହପୁର ଜିଲ୍ଲାର ଜୀବନ ରେଖା କୁହାଯାଉ ଥିବା ମାଛଗାଁକେନାଲ ଓ ତାର ଶାଖା କେନାଲ ଗୁଡିକ ଦିନକୁଦିନ ଏବେ ପ୍ରଦୂଷିତ ହେବାରେ ଲାଗୁଛି।ଲୋକଙ୍କ ଅସଚେତନତା ଓ ପ୍ରଶାସନିକ ଅପାରଗତା କାରଣ ରୁ କେନାଲ ଗୁଡିକ ଭୟଙ୍କର ଭାବରେ ପ୍ରଦୂଷଣ ହେଉଛି।ଜଗତସିଂହପୁର ସହର ର କଲେଜ ଛକ ନିକଟରୁ 10 ନମ୍ବର କେନାଲ ସହର ମଧ୍ୟ ଦେଇ ଯାଇଛି, କୃଷି ଓ ଜଳସେଚନ ପାଇଁ ଉଦିଷ୍ଟ କେନାଲ ଟି ଏବେ ହୋଟେଲ ମାଲିକ ମାନଙ୍କ ବଉର୍ଜ୍ୟବସ୍ତୁ ନିଷ୍କାସନ ର ବାହକ ସାଜିଛି। ଅତି ବେଆଇନି ଭାବେ 55 no ଜାତୀୟ ରାଜପଥ କୁ ଖୋଳି ଵର୍ଯ୍ୟବସ୍ତୁ ଓ ଦୁଷିତ ପାଣି ନିଷ୍କାସନ କରାଯାଉଛି। ଜିଲା ଜଳ ସେଚନବିଭାଗ,ପୌରପରିସଦ, ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ର ନିଷ୍କ୍ରିୟତା ସାମ୍ନା କୁ ଆସୁଛି। VO_1 ଅସମ୍ପର୍କ ରେ ଜଗତସିଂହପୁର ଜିଲ୍ଲା ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରମାକାନ୍ତ ମହାନ୍ତି କହିଛନ୍ତି ଯେ ହୋଟେଲ ମାଲିକଙ୍କ ମାନଙ୍କୁ ବାରମ୍ବାର ତାଗିଦ କରାଯିବା ସହ ପାଣି ଛାଡୁଥିବା ପାଇପ କୁ ସିଲ କରାଯାଇ, ଜୋରିମାନା ଆଦାୟ କରାଯାଇଛି।କିନ୍ତୁ କେତେକ ଅସାଧୁ ହୋଟେଲ ମାଲିକ ଏହାକୁ ମାନୁନାହାଁନ୍ତି,ଜିଲାପାଳ ଓ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ କୁ ମଧ୍ୟ ଚିଠି କରାଯାଇଛି।ଉତ୍ତର ଆସିଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। byt, ରମାକାନ୍ତ ମହାନ୍ତି, ନିର୍ବାହୀ ଯନ୍ତ୍ରୀ ଜଳସେଚନ ବିଭାଗ byt. ବଳଭଦ୍ର ବେହେରା ପୌରପରିସଦ କାର୍ଯ୍ୟନିର୍ବାହୀ VO_2 ଏହାକୁ ନେଇ ସହର ରେ ଅସନ୍ତୋଷ ଦେଖାଦେଇଛି, ହୋଟେଲ ମାଲିକ ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସଲା ସୁତୁରା ଯୋଗୁ କାର୍ଯ୍ୟାନୁଷ୍ଠାନ କୋହଳ କରାଯାଉଥିବା ଅଭିଯୋଗ ଆସୁଛି। ସହର ମଧ୍ୟ ଦେଇ କେନାଲ ଟି ଯାଇଥିବାରୁ ସହର ଦ୍ରୁଗନ୍ଧ ରେ ଫାଟି ପଡୁଛି।ଏଥି ଯୋଗୁ ସହର ରେ ମସା ଙ୍କ ପାଦ୍ରୁଭାବ ବଢି ଚାଲୁଛି। byt. ହିମାଂଶୁ ଆଚାର୍ଯ୍ୟ, ଜଗତସିଂହପୁର ବାସି byt.ରାଜକିଶୋର ଖଟୁଆ, ସଚେତନତା ନାଗରିକ ମଞ୍ଚ fenal vo- ଏହି ସମସ୍ୟା କୁ ନେଇ ଯଦି ଖୁବ ଶୀଘ୍ର ପ୍ରତିକାର କରାନଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଜଗତସିଂହପୁର ସଚେତନ ନାଗରିକ ମାଞ୍ଚ ପକ୍ଷରୁ କୁହାଯାଇଛି। ଅତି ଖୁଲୁମଖୁଲା ଭାବରେ ଯେପରି ହୋଟେଲ ମାଲିକ ମନେ ଜଳସେଚନ ପାଇଁ ଉଦିଷ୍ଟ କେନାଲ କୁ ଯେପରି ପ୍ରଦୂଷିତ କରୁଛନ୍ତି ସେମାନଙ୍କ ଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଉଛି।

Body:byt1 byt2 byt3 byt4

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.