ETV Bharat / state

ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ, ଦୁଇ ଗିରଫ - ପୋଲିସ ପ୍ରେସମିଟ

ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଉତରଣ୍ଡା ମଣ୍ଡସାହିରେ ଏକ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ । ସାମ୍ବାଦିକ ସମ୍ମିଳନୀ ଜରିଆରେ ଜଗତସିଂହପୁର ପୋଲିସର ସୂଚନା । ଅଧିକ ପଢନ୍ତୁ...

ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ଦୁଇ ଗିରଫ
ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ଦୁଇ ଗିରଫ
author img

By

Published : Apr 14, 2021, 9:41 PM IST

ଜଗତସିଂହପୁର: ସଦର ଥାନା ଅନ୍ତର୍ଗତ ଉତରଣ୍ଡା ମଣ୍ଡସାହିରେ ଏକ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଜଗତସିଂହପୁର ପୋଲିସ । ଏ ସମ୍ପର୍କରେ ବୁଧବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ପୋଲିସ ପକ୍ଷରୁ ସୂଚନା ମିଳିଛି । କିଛି ଦିନ ତଳେ ନରଣପୁର ଗ୍ରାମର ଅଧ୍ୟାପକ ସଞ୍ଜୟ କୁମାର ମିଶ୍ରଙ୍କ ଘରୁ ଚୋରି ମାମଲାରେ ସମ୍ପୃକ୍ତ ଗ୍ୟାଙ୍ଗର ହାତ ଥିବା ଜଣାପଡିଛି । ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ମଣ୍ଡସାହି ଗ୍ରାମର ରାଜେନ୍ଦ୍ର ଭୋଇ ଓ ଶ୍ରୀବନ୍ତ କୁମାର ସାହୁ ।

ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ଦୁଇ ଗିରଫ

ସୂଚନାଯୋଗ୍ୟ, ଅଧ୍ୟାପକ ସଞ୍ଜୟ ମିଶ୍ର ଓ ତାଙ୍କ ପତ୍ନୀ ଘରେ ନଥିବା ସମୟରେ ଏହି ଚୋର ଗ୍ୟାଙ୍ଗ ତାଙ୍କ ଘର ଗ୍ରିଲ ତାଡି 75 ଗ୍ରାମର ସୁନା ଅଳଙ୍କାର ସମେତ ନଗଦ 5 ହଜାର ଟଙ୍କା ଓ ମୋବାଇଲ ଚୋରି କରିଥିଲେ । ସେହିଭଳି ଅନ୍ୟ ଏକ ସ୍ଥାନରୁ ଏକ ବଜାଜ ପଲସର ଗାଡି ଓ ଦାମୀ ମୋବାଇଲ ଫୋନ ଆଦି ଲୁଟ କରିଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି । ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏଥିରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ତଦନ୍ତ ଜାରି ରଖିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.