ETV Bharat / state

ସହାୟତା ପାଇଁ ଜିଲ୍ଲାପାଳ ଅଫିସ ଆଗରେ ଗର୍ଜିଲେ ଯାତ୍ରା କଳାକାର - yatra artist

ବିଭିନ୍ନ ଦାବି ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯାତ୍ରା କଳାକର ସଙ୍ଘର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ସହାୟତା ପାଇଁ ଜିଲ୍ଲାପାଳ ଅଫିସ ଆଗରେ ଗର୍ଜିଲେ ଯାତ୍ରା କଳାକାର

author img

By

Published : Aug 11, 2021, 7:18 AM IST

ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଯାତ୍ରା କଳାକାର । ବିଭିନ୍ନ ଦାବି ନେଇ ମଙ୍ଗଳବାର ଯାତ୍ରା କଳାକାର ଓ ଯାତ୍ରା କର୍ମଚାରୀଙ୍କ ପକ୍ଷରୁ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସରକାର ଏହି କଳାକାରଙ୍କ ପ୍ରତି ଅବେହଳା କରୁଛନ୍ତି । ଦୀର୍ଘ ଦିନ ଧରି ଯାତ୍ରା ପ୍ରଦର୍ଶନ ବନ୍ଦ ରହିଥିବାବେଳେ କଳାକାରଟିଏ ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉନାହିଁ । ଏଣୁ ସରକାର ତୁରନ୍ତ କଳାକାରମାନଙ୍କୁ ଚିହ୍ନଟ କରି ବିଗତ ଛଅ ମାସର ମାସିକ ପାଞ୍ଚ ହଜାର ଲେଖାଏଁ ସହାୟତା ଯୋଗାଇ ଦେବା ସହ ଜୀବିକା ଓ ସୁରକ୍ଷା ଭତ୍ତା ପ୍ରଦାନ କରନ୍ତୁ ବୋଲି ଯାତ୍ରା କଳାକାର ସଙ୍ଘ ଦାବି କରିଛି ।

ସହାୟତା ପାଇଁ ଜିଲ୍ଲାପାଳ ଅଫିସ ଆଗରେ ଗର୍ଜିଲେ ଯାତ୍ରା କଳାକାର

ସଙ୍ଘର କହିଛି ଯେ, 50 ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଅବାସ୍ତବ । 50 ପ୍ରତିଶତ ଦର୍ଶକରେ ଯାତ୍ରା କରିବା ସମ୍ଭବ ନୁହେଁ । ତେଣୁ କୋଭିଡ ମହାମାରୀ ସମୟରେ ରାଜ୍ୟ ସରକାର ସେମାନଙ୍କୁ ସହାୟତା ପ୍ରଦାନ କରିବାକୁ ସଙ୍ଘ ଦାବି କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.