ETV Bharat / state

ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ଚଷାପୁଅ: ଉଜୁଡିପାରେ ସୁନାର ଫସଲ

author img

By

Published : Nov 29, 2021, 9:14 PM IST

ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀ ମନରେ ଏବେ ଛନକା ପଶିଛି। ଦକ୍ଷିଣ ଆଣ୍ଡାମାନ ସାଗର ନିକଟ ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ଆସନ୍ତା 30 ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହାକୁ ନେଇ ଚିନ୍ତାରେ ଜଗତସିଂହପୁର ଓ ଖୋର୍ଦ୍ଧା ଚାଷୀ । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟାକୁ ନେଇ ଆତଙ୍କିତ ଚାଷାପୁଅ: ଉଜୁଡିପାରେ ସୁନାର ଫସଲ

ଜଗତସିଂହପୁର/ ଖୋର୍ଦ୍ଧା : ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀ ମନରେ ଏବେ ଛନକା ପଶିଛି । ଦକ୍ଷିଣ ଆଣ୍ଡାମାନ ସାଗର ନିକଟ ଓ ପାଶ୍ବବର୍ତ୍ତୀ ଅଞ୍ଚଳରେ ଆସନ୍ତା 30 ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 3 ତାରିଖ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଏହା ସହିତ ଘଣ୍ଟା ପ୍ରତି 60 କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଥିବାରୁ ଜିଲ୍ଲାର ଚାଷୀମାନେ ଆତଙ୍କିତ ହୋଇ ପଡିଛନ୍ତି। ବର୍ତ୍ତମାନ ଧାନ ପାଚିବା ସମୟ ହୋଇ ଥିବା ବେଳେ କ୍ଷେତରେ ପେନ୍ଥା ପେନ୍ଥା ଧାନ ଲହଡି ମାରୁଛି । ଏହି ସମୟରେ ଯଦି ବର୍ଷା ହୁଏ । ତେବେ ଧାନ ଗୁଡିକ ପଚିଯିବା ସହ ଗଜା ହୋଇଯିବାର ସମ୍ଭାବନା ରହିଛି । ଧାର କରଜ କରି କ୍ଷେତରେ ସୁନା ଫଳାଇଥିବା ଚାଷୀଟିଏ ଏବେ ଚିନ୍ତାରେ ପଡ଼ି ଯାଇଛି । ଧାନ ଅମଳ ସମୟରେ ବର୍ଷା ସମ୍ଭାବନା ଚାଷୀଙ୍କ ଚିନ୍ତା ବଢାଇଛି ।

ସେପଟେ, ଖୋର୍ଦ୍ଧା ଜିଲ୍ଲାର ଚାଷୀଙ୍କର ମଧ୍ୟ ସମାନ ଅବସ୍ଥା । ଅମଳ ସମୟରେ ଗୋଟିଏ ପରେ ଗୋଟିଏ ବିପଦ ଚାଷୀ ଉପରେ ଚଡକ ପକାଇଛି । ଚକଡ଼ା ପୋକ ଠୁ ଲଘୁଚାପ ବର୍ଷା ଯେମିତି ବର୍ଷକର ଫସଲ ଧୋଇ ନେବାକୁ ବସିଛି । ଧାନ କ୍ଷେତରେ ସୁନାର ଫସଲ ଖେଳୁଥିବାବେଳେ ଏହା ଖଳାକୁ ଆସିବକି ନାହିଁ । ତାହା ଚିନ୍ତାରେ ପକାଇଛି ଚଷା ପୁଅକୁ । ପାଣିପାଗ ବିଭାଗ ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଥିବା କହିବା ପରେ ଏବେ ଚାଷୀର ନିଦ ହଜିଯାଇଛି । କିଏ ପାଚିଲା ଫସଲକୁ କାଟି ସୁରକ୍ଷିତ ଜାଗାକୁ ଆଣିଛି ତ ଆଉ କିଏ ମେସିନ ଲଗାଇ ବେଙ୍ଗଳା ପକାଉଥିବା ଦେଖିବାକୁ ମିଳିଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର ଓ ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.