ETV Bharat / state

ଶାରଳା ମନ୍ଦିରର ଖୋଲିଲା 9ଟି ହୁଣ୍ଡି, ଜାଣନ୍ତୁ ମିଳିଲା କେତେ ଟଙ୍କା - ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା ଶାରଳା

ଶାରଳାଙ୍କ ମନ୍ଦିର ମଧ୍ୟରେ ଓ ବାହାରେ ଥିବା ହୁଣ୍ଡିକୁ ଖୋଲିଛି ମନ୍ଦିର ପ୍ରଶାସନ । 9ଟି ହୁଣ୍ଡିରୁ ମୋଟ 12 ଲକ୍ଷ ଟଙ୍କା ବାହାରି ଥିବା ସୂଚନା । ପାଣି ପଶି 60 ହଜାର ଟଙ୍କା ନଷ୍ଟ ହୋଇଯାଇଥିବା ସୂଚନା । ଅଧିକ ପଢ଼ନ୍ତୁ

9ଟି ହୁଣ୍ଡିରୁ ବାହାରିଲା12 ଲକ୍ଷ ଟଙ୍କା
9ଟି ହୁଣ୍ଡିରୁ ବାହାରିଲା12 ଲକ୍ଷ ଟଙ୍କା
author img

By

Published : Feb 10, 2023, 9:36 AM IST

9ଟି ହୁଣ୍ଡିରୁ ବାହାରିଲା12 ଲକ୍ଷ ଟଙ୍କା

ଜଗତସିଂହପୁର: ଜିଲ୍ଲାର ଇଷ୍ଟଦେବୀ ମା’ ଶାରଳା । ବର୍ଷକ ୧୨ମାସ ମାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ମା’ ଜଗତ ଜନନୀଙ୍କ ଦର୍ଶନ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତ ଆସିଥାନ୍ତି । ଏହାସହ ମନଖୋଲି ଦାନ ମଧ୍ୟ କରିଥାନ୍ତି । ତେବେ ମା’ ଶାରଳାଙ୍କ ମନ୍ଦିର ମଧ୍ୟରେ ଓ ବାହାରେ ଥିବା ହୁଣ୍ଡିକୁ ଖୋଲିଛି ମନ୍ଦିର ପ୍ରଶାସନ । ତିନିଦିନ ଧରି ଚାଲୁଥିବା ଏହି ଗଣତି କାର୍ଯ୍ୟ ଗତକାଲି ଶେଷ ହୋଇଛି ।

କଡା ପୋଲିସ ସୁରକ୍ଷା ଭିତରେ ମନ୍ଦିରର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତରେ ହୁଣ୍ଡି ଗୁଡିକୁ ଖୋଲା ଯାଇଥିଲା । ମୋଟ 9ଟି ହୁଣ୍ଡିକୁ କ୍ରମ ଅନୁସାରେ ମନ୍ଦିର କର୍ମଚାରୀ ମାନେ ଖୋଲିଥିଲେ । ଗତ ବୁଧବାର ହୁଣ୍ଡିରୁ ମୋଟ 12 ଲକ୍ଷ ଟଙ୍କା ମିଳିଥିବା ବେଳେ ଗତକାଲି ଆଉ 6 ଲକ୍ଷ ଟଙ୍କାର ଦାନ ମିଳିଥିବା ଜଣାପଡ଼ିଛି । ମା’ଙ୍କ ହୁଣ୍ଡି ମନ୍ଦିର ବାହାରେ ରହିଥିବାରୁ ପାଣି ପଶି 60 ହଜାର ଟଙ୍କା ନଷ୍ଟ ହୋଇ ଯାଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ହୁଣ୍ଡିରୁ କେତେ ସୁନା ଓ ରୁପା ମିଳିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ ।

ତିନି ଦିନ ଧରି ଚାଲୁଥିବା ଏହି ଗଣତି କାର୍ଯ୍ୟକୁ ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ କୁମାର ସାହୁ ପରିଚାଳନା କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ମାଆ, ଶାରଳାଙ୍କ ସାତସହ ଏକରରୁ ଅଧିକ ଜମି ରହିଛି । କିନ୍ତୁ ଅନେକ ଜବର ଦଖଲ ହୋଇଥିବାରୁ ସେଥିରୁ ମନ୍ଦିରକୁ ଆୟ ମିଳିପାରୁନାହିଁ । ସେହିପରି ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ବେଢା ମଧ୍ୟରେ ଭୋଗ ଦୋକାନ, ଦୀପ, ଫୁଲ, ମୁଣ୍ଡନ ଆଦି କ୍ଷେତ୍ରରୁ ପ୍ରାୟ 1 କୋଟି ଟଙ୍କା ଆୟ ହୋଇଥାଏ ।

ଏଥିରୁ ମନ୍ଦିରର ନୀତିକାନ୍ତି ସହ ପର୍ବପର୍ବାଣୀ ଓ କର୍ମଚାରୀ ଦରମା ନେଇଥାନ୍ତି । ମାଆ ଶାରଳାଙ୍କ ମନ୍ଦିର ସମ୍ପୂର୍ଣ୍ଣ ଭାବେ ଭକ୍ତଙ୍କ ଉପରେ ନିର୍ଭର କରୁଥିବା ବେଳେ ପ୍ରଶାସନିକ ଅପାରଗତା ଯୋଗୁ ଜବର ଦଖଲ ହୋଇଥିବା ଭୂ-ସମ୍ପତ୍ତିକୁ ଉଦ୍ଧାର କରାଯାଇ ପାରୁନାହିଁ । ଫଳରେ ମନ୍ଦିରରେ ଆର୍ଥିକ ସମସ୍ୟା ସୃଷ୍ଟି ହେଉଛି । କୋରୋନା ସମୟରେ ଅର୍ଥ ବନ୍ଦ ହୋଇ ଯିବାରୁ ନୀତିକାନ୍ତିରେ ସମସ୍ୟା ସୃଷ୍ଟି ହୋଇଥିଲା । ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଦାବି ହେଉଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.