ETV Bharat / state

ଜଗତସିଂହପୁରରେ ଗଡିଲା ରଥ, ଛେରାପହଁରା କଲେ ଜିଲ୍ଲାପାଳ

ଜଗତସିଂହପୁରର ପ୍ରସିଦ୍ଧ ସିଦଳରାଜାଙ୍କ ଦ୍ବାରା ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳିତ ହୋଇଛି । ଜିଲ୍ଲାପାଳ ଛେରାପହଁରା କରିବା ପରେ ରଥଟଣା ହୋଇଥିଲା ।

author img

By

Published : Jul 4, 2019, 9:45 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ଜଗତସିଂହପୁର: ପବିତ୍ର ଘୋଷଯାତ୍ରାକୁ ନେଇ ଉତ୍ସବ ମୁଖର ସମଗ୍ର ରାଜ୍ୟ । ଅନ୍ୟାନ୍ୟ ଜିଲ୍ଲା ଭଳି ଜିଲ୍ଲାର ବହୁ ପ୍ରାଚୀନ ସିଦଳରାଜାଙ୍କ ଦ୍ବାରା ସ୍ଥାପିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ରଥ ଗଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ରଥଯାତ୍ରା ପାଇଁ ଭୋର 4ଟାରୁ ମହାପ୍ରଭୁଙ୍କ ଦ୍ୱାରଫିଟା, ମଙ୍ଗଳ ଆଳତି, ମଇଲମ, ପରେ ସ୍ନାନ କରାଯାଇ ଷୋଡଶ ଉପଚାର କରାଯାଇଥିଲା । ପରେ ରୋଷ ହୋମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଖେଚେଡ଼ି ଧୂପ ପରେ ମଧ୍ୟାହ୍ନ 1 ଘଟିକାରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ପରେ ଶ୍ରୀଜୀଉଙ୍କୁ ରଥାରୂଢ କରାଯାଇଥିଲା ।

ଅପରାହ୍ନ ୪ଟାରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ରଥ ମର୍ଜନ କରିବା ସହିତ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ସନ୍ଧ୍ୟା 5 ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା । ହଜାର ହଜାର ଭକ୍ତଙ୍କ ହରିବୋଲ ହୁଳହୁଳି ଗଗନ ପବନ ମୁଖରିତ ହୋଇ ଉଠିଥିଲା ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚଳିତ ବର୍ଷ ପ୍ରଥମ ଥର ପାଈଁ ତିନୋଟି ରଥ ରେ ଚତୁର୍ଧା ମୁରତି ବିରାଜମାନ କରି ଭକ୍ତଙ୍କ ଭାବ ବନ୍ଧନରେ ବାନ୍ଧି ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ କରିଛନ୍ତି ।Body:ଏଥର ବିଶେଷ କରି ମା ସୁଭଦ୍ରା ଙ୍କ ପହଣ୍ଡି କେବଳ ମହିଳା ମାନେ କରିଛନ୍ତି ।ଏହିପରି ସୁଯୋଗ ରଥଯାତ୍ରାର ଇତିହାସରେ ପ୍ରଥମ ବୋଲି ରାଜ୍ୟର ବିଶିଷ୍ଟ କବି ପ୍ରୀତିଧାରା ସାମଲ ମତ ରଖିଛନ୍ତି ।ଚତୁର୍ଧା ମୁରତି ଙ୍କ ପହଣ୍ଡି କାର୍ଯ୍ୟ ସମ୍ପନ୍ନ ହୋଇଯାଇଥିବା ବେଳେ ରଥ ଉପରେ ଗାଁ ନାୟକଙ୍କୁ ସମ୍ମାନ ପ୍ରଦାନ ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଶିରୋପା ମଣ୍ଡନ ପ୍ରଭୃତି କାର୍ଯ୍ୟକ୍ରମ ସରିବା ପରେ ରଥଟଣା ଆରମ୍ଭ କରାଯିବ ବୋଲି ମନ୍ଦିର କର୍ତ୍ତୃପକ୍ଷ ଜଣାଇଛନ୍ତି । Conclusion:ଆଦିବାସୀ ଭକ୍ତ କୋରାପୁଟର ଗିରିକନ୍ଦରରୁ ଫଳମୂଳ , ପୁଷ୍ପ , ଚେରମୁଳି ଆଣି ରଥ ଉପରେ ମହାପ୍ରଭୁ ଜଗନ୍ନାଥ , ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଖରେ ଭୋଗ ଲଗାଇଛନ୍ତି ।
.........
Byte : Dr.Pritidhara Samal
P2C : Ch.Santakar
............
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.