ଜଗତସିଂହପୁର: ରାଜ୍ୟରେ ନିର୍ବାଚନ ସମୟ ପାଖେଇ ଆସୁଛି । ଏଥି ପାଇଁ ନେତାମାନଙ୍କ ମଧ୍ୟରେ ଅଙ୍କକସା ଆରମ୍ଭ ହେଲାଣି । ଏହାରି ମଧ୍ୟରେ ଜଗତସିଂହପୁର ଜିଲ୍ଲା ବିଜେଡିରେ ଦଳୀୟ କନ୍ଦଳ ବଢ଼ିବାରେ ଲାଗିଛି । ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଏବଂ ପୂର୍ବତନ କାଜୁ ନିଗମ ଅଧକ୍ଷ ଅମରେନ୍ଦ୍ର ଦାସ ମଧ୍ୟରେ ଦିନକୁ ଦିନ ଫାଟ ବଢିବାରେ ଲାଗିଛି । ବିଧାୟକଙ୍କୁ ଚେକ୍ ଦେବାପାଇଁ ପୂର୍ବତ୍ତନ କାଜୁ ନିଗମ ଅଧକ୍ଷ ଏବେ ନିଜ ସଂଗଠନକୁ ମଜଭୁତ କରିବା ପାଇଁ ବିଭିନ୍ନ ସ୍ଥାନରେ ବନ୍ଧୁ ମିଳନ କରି ତୃଣମୂଳ ସ୍ତରର କର୍ମୀମାନଙ୍କୁ ଏକଜୁଟ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।
ଆଜି ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ନାଉଗାଁ ବ୍ଲକ ତୁମ୍ବେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଆୟୋଜନ କରିଥିଲେ । ଏଠାରେ କର୍ମୀମାନଙ୍କୁ ଆଗାମୀ ନିର୍ବାଚନରେ କିଭଳି ଲଢେଇ ଜୋରଦାର ହେବ ତାକୁ ନେଇ ଆଲୋଚନା କରିଥିଲେ । ପ୍ରଥମେ ଅମରେନ୍ଦ୍ର ବାହାଲିଆ ସାହି ଠାରୁ ଏକ ବିଶାଳ ରାଲିରେ ଗଜରାଜ ପୁର, ମଠସାହି ଆଦି ପରିକ୍ରମା କରି ତୁମ୍ବେଶ୍ବର ମହାଦେବ ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରେ ସଭାର ଆୟୋଜନ କରାଯାଇଥିଲା । ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନକୁ ସୁଦୃଢ କରିବା ପାଇଁ ଅମରେନ୍ଦ୍ର ଆହ୍ବାନ ଦେଇଥିଲେ । ସିଧାସଳଖ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ପରୋକ୍ଷରେ ସମାଲୋଚନା କରିଥିଲେ ।
ଏହା ମଧ୍ୟ ପଢନ୍ତୁ...India Alliance: ଆସନ ଭାଗବଣ୍ଟାରେ ସମସ୍ୟା ନାହିଁ, ଗାନ୍ଧୀ ଜୟନ୍ତୀରୁ ସ୍ପେଶାଲ କ୍ୟାମ୍ପେନ: ନୀତିଶ କୁମାର
ଦୀର୍ଘ 4ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ସେଭଳି କିଛି ଆଖି ଦୁଷ୍ଟିଆ କାର୍ଯ୍ୟ କିଛି ହୋଇ ନାହିଁ ବୋଲି କର୍ମୀମାନେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ 2019ରୁ ପ୍ରଶାନ୍ତ ମୁଦୁଲି ନିର୍ବାଚିତ ହେବାପରେ ଅମରେନ୍ଦ୍ର ଓ ପ୍ରଶାନ୍ତଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ଏପରିକି ଦଳୀୟ କାର୍ଯ୍ୟକ୍ରମରେ ଅମରେନ୍ଦ୍ରଙ୍କୁ ଦେଖିବାକୁ ମିଳୁନଥିଲା । ଏବେ ଅସନ୍ତୁଷ୍ଟ କର୍ମୀଙ୍କୁ ନେଇ ଅମରେନ୍ଦ୍ର ସଂଗଠନ ସଜାଡ଼ିବା ସହିତ ଆଗାମୀ ଦିନରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ପାଇଁ ପ୍ରସ୍ତୁତି, ଝାରସୁଗୁଡାରେ ଲୋକଙ୍କୁ ସଚେତନ କରିବ ‘ମିତା’
ଈଟିଭି ଭାରତ, ଜଗତସିଂହପୁର