ETV Bharat / state

ବେଆଇନ ମାଟି ଖନନ ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ - ଜଗତସିଂହପୁରରେ ମାତିଛନ୍ତି ମାଟି ମାଫିଆ

ଜଗତସିଂହପୁର ଜିଲ୍ଲା ବିରିଡି ତହସିଲ ଅନ୍ତର୍ଗତ ମଜୁରାଇ ପଞ୍ଚାୟତ ନିକଟରେ ପ୍ରବାହିତ ହଂସୁଆ ନଦୀରୁ ବେଆଇନ ମାଟି ଖନନ କରାଯାଉଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଯାହାକୁ ନେଇ ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିବା ସହ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଅଧିକ ପଢ଼ନ୍ତୁ

illegal soil excavation at the hansua river
ବେଆଇନ ମାଟି ଖନନ ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ
author img

By

Published : Jun 5, 2022, 8:50 AM IST

Updated : Jun 5, 2022, 10:29 AM IST

ଜଗତସିଂହପୁର: ବିରିଡି ତହସିଲ ଅନ୍ତର୍ଗତ ମଜୁରାଇ ପଞ୍ଚାୟତ ନିକଟରେ ପ୍ରବାହିତ ହଂସୁଆ ନଦୀରୁ ବେଆଇନ ମାଟି ଖନନ କରାଯାଉଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି । ଯାହାକୁ ନେଇ ଗ୍ରାମବାସୀମାନେ କ୍ଷୋଭ ପ୍ରକାଶ କରିବା ସହ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ଅଭିଯୋଗ ଅନୁସାରେ ବିରିଡି ତହସିଲ ଅନ୍ତର୍ଗତ ମଜୁରାୟି ପଞ୍ଚାୟତ ନିକଟରେ ପ୍ରବାହିତ ହେଉଥିବା ହଂସୁଆ ନଦୀର ପୋଲତଳୁ ରାତି ଅଧିଆ ମାଟି ଖୋଳାଯାଇ ବିକ୍ରି କରାଯାଉଛି । କେତେକ ପ୍ରଭାବଶାଳୀ ଲୋକଙ୍କ ସହ ମାଟି ମାଫିଆମାନେ ସାମିଲ ହୋଇ ଏଭଳି କାର୍ଯ୍ୟ କରୁଥିବା ଗ୍ରାମବାସୀମାନେ କହିଛନ୍ତି । ସ୍ଥାନୀୟ ଲୋକେ ଭୟରେ ପାଟି ଖୋଲୁ ନଥିବା ବେଳେ କେତେଜଣ ବିରିଡି ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିବା ସୂଚନା ମିଳିଛି ।

ଏ ସମ୍ପର୍କରେ ବିରିଡି ତହସିଲଦାରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ସ୍ଥାନୀୟ ସରପଞ୍ଚ ନିଜର ମତ ରଖିଛନ୍ତି । ସେଠାରେ ଶ୍ମଶାନ ଥିବାରୁ ଲୋକଙ୍କ ସୁବିଧା ପାଇଁ ଏକ ଛୋଟ ପୋଖରୀ ଖୋଳାଯାଉଥିବା କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jun 5, 2022, 10:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.