ETV Bharat / state

ଜଗତସିଂହପୁର ମହାନଦୀରେ ଚାଲିଛି ବେଆଇନ ବାଲି ଚାଲାଣ

author img

By

Published : Dec 12, 2022, 8:55 PM IST

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ ଅନ୍ତର୍ଗତ ମହାନଦୀର କଲଦୀପ ମୌଜା ନିକଟରେ ଚାଲିଛି ବେଆଇନ ବାଲି ଚାଲାଣ । ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳରେ କୋଟି କୋଟି ଟଙ୍କାର ରାଜସ୍ୱହାନୀ ହେଉଛି । ଅଧିକ ପଢ଼ନ୍ତୁ

ଜଗତସିଂହପୁର ମହାନଦୀରେ ଚାଲିଛି ବେଆଇନ ବାଲି ଚାଲାଣ
ଜଗତସିଂହପୁର ମହାନଦୀରେ ଚାଲିଛି ବେଆଇନ ବାଲି ଚାଲାଣ
ଜଗତସିଂହପୁର ମହାନଦୀରେ ଚାଲିଛି ବେଆଇନ ବାଲି ଚାଲାଣ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ ଅନ୍ତର୍ଗତ ମହାନଦୀର କଲଦୀପ ମୌଜା ନିକଟରେ ଚାଲିଛି ବେଆଇନ ବାଲି ଚାଲାଣ (Illegal sand smuggling)। ଏନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳରେ କୋଟି କୋଟି ଟଙ୍କାର ରାଜସ୍ୱହାନୀ ହେଉଛି । ମିଳିଥିବା ସୂଚନା ଅନୁଯାୟୀ କଲଦୀପ ମୌଜାର ଖାତା ନଂ -୨୦୪ ର ମୋଟ ୬ଏକର ୪୫ ଡ଼ିସିମିଲ ଜମିରୁ ବାର୍ଷିକ ୧୦,୨୦୬ କ୍ୟୁବିକ ମିଟର ବାଲି ଉଠାଇବାକୁ ଅନୁମତି ଦିଆଯାଇଛି । ହେଲେ ନିଲାମ ଧରି କଲଦୀପ ମୌଜା ସମେତ ପଥୁରିଆ, ଅଗପାଳ,ପରମାନନ୍ଦ ପୁର,ଆଦି ୫୦ ଏକାରରୁ ଅଧିକ ଅଞ୍ଚଳରୁ ବାଲି ଉଠାଣ ହେଉଥିବା ଅଭିଯୋଗ କରିଛନ୍ତି ।

ବେଆଇନ ବାଲି ଉଠାଣ ଯୋଗୁଁ ଚାଷ ଜମି, ଗ୍ରାମ୍ୟ ଜଙ୍ଗଲ ସମେତ ଓ ନଦୀ କୂଳିଆ ଗାଁ ଗୁଡିକ ପ୍ରତି ବିପଦ ସୃଷ୍ଟି ହେଉଛି । ଏ ସମ୍ପର୍କରେ କୁଜଙ୍ଗ ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଦି ଲିଜରୁ ଅଧିକ ସ୍ଥାନରୁ ବାଲି ଉଠଣ ହେଉଥିବାର ଦୃଷ୍ଟିକୁ ଆସିବ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ତହସିଲଦାର ପ୍ରକାଶ କରିଛନ୍ତି ।

ଏ ସମ୍ପର୍କରେ ଗ୍ରାମବାସୀ ଅଶୋକ ସାହୁ କହିଛନ୍ତି ''୬ ଏକର ଯାଗା ଯାଇଛି ବାଲିଘାଟର ନିଲାମରେ । କିନ୍ତୁ ମାଫିଆମାନେ ଏଠାରେ ଶହେ ଏକର ଯାଗାରୁ ବାଲି ଖୋଳି ନିଲାମ କରୁଛନ୍ତି । ନଦୀର ବାଲି ଶଯ୍ୟାରେ ଗଭୀର ଗାତ ଖୋଳି ବାଲି ଚାଲାଣ କରିଛନ୍ତି । ଫଳରେ ବାଲିଘାଟ ଗଭୀର ଜଳରେ ୨ଟି କଲେଜ ପିଲା ଗାଧୋଉଥିବା ବେଳେ ବୁଡ଼ି ଯାଇ ମୃତ୍ୟୁ ବରଣ କରିଥିଲେ । ଏବେ ଶହ ଶହ ଏକରରୁ ହେଉଛି ବେଆଇନ ଭାବେ ବାଲିଚାଲାଣ । ଏନେଇ ନା ନଜର ଅଛି ପ୍ରଶାସନର ନା ସରକାରର ।'' ତେଣୁ ଏଥିପ୍ରତି ଦୃଷ୍ଟି ନଦେଲେ ଆଗକୁ ବଡ଼ ବିପଦ ଆସିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.