ETV Bharat / state

ମାଫିଆଙ୍କ କବଜାରେ ଆଳିପିଙ୍ଗଳ ବାଲିଘାଟ, କ୍ଷତିରେ ରାଜସ୍ବ ବିଭାଗ - ବାଲି ମାଫିଆ

ଆଳିପିଙ୍ଗଳ ବାଲିଘାଟରୁ ବେଆଇନ ବାଲି ଉଠାଇ ଶହଶହ ଟ୍ରକରେ ବାଲି ଗଚ୍ଛିତ ଥିବା ଅଭିଯୋଗ ହୋଇଛି । ବାଲି ମାଫିଆଙ୍କ ଏହି କାରବାରକୁ ଦେଖି ନୀରବଦ୍ରଷ୍ଟା ସାଜିିଛି ପ୍ରଶାସନ । ଅଧିକାରୀଙ୍କ ଏହି ବେପରୁଆ ମନୋଭାବ କାରଣରୁ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର
author img

By

Published : Aug 20, 2019, 10:55 PM IST

ଜଗତସିଂହପୁର: ଆଳିପିଙ୍ଗଳ ବାଲିଘାଟରୁ ବେଆଇନ ବାଲି ଉଠାଇ ଶହଶହ ଟ୍ରକରେ ବାଲି ଗଚ୍ଛିତ ଥିବା ଅଭିଯୋଗ ହୋଇଛି । ଗଚ୍ଛିତ ଏହି ବେଆଇନ ବାଲିକୁ ଦିନ ଦ୍ବିପ୍ରହରେ ବେଧଡକ ଭାବେ ଚାଲାଣ କରାଯାଉଛି । କିନ୍ତୁ ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି ପ୍ରଶାସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଜଗତସିଂହପୁର

ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଜାଣି ପୂର୍ବରୁ ଶହ ଶହ ଟ୍ରକରେ ବାଲିକୁ ଆଳିପିଙ୍ଗଳ ଜେଲ ସାମନାରେ ଥିବା ସରକାରୀ ଜମି, ସରକାରୀ ଆମ୍ବ ତୋଟା ଓ ଯଶବନ୍ତପୁର ରାସ୍ତା କଡରେ ରଖାଯାଇଥିଲା । ବାଲି ଏକ ଲଘୁଖଣିଜ ସମ୍ପଦ ହୋଇଥିବାବେଳେ ଏହାର ସୁରକ୍ଷା ଓ ସଂରକ୍ଷଣ ତହସିଲଦାର ଏବଂ ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ ରହିଛି । କିନ୍ତୁ କିଛି ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ପ୍ରରୋଚନାରେ ବାଲି ମାଫିଆ ସକ୍ରିୟ ହୋଇ ଉଠୁଛନ୍ତି । ବାଲି ମାଫିଆ ଅନ୍ୟ ଜଣକ ନାମରେ ଟେଣ୍ଡର ଆଣି ନିଜେ ସଦର ତହସିଲର ଆଳିପିଙ୍ଗଳ ଓ ମୁଣ୍ଡିଲ ବାଲିଘାଟକୁ ନିୟନ୍ତ୍ରଣ କରୁଛି । ମାତ୍ର ଏହି ଦୁର୍ନୀତି ଦ୍ବାରା ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ।

ସରକାରୀ ନିୟମ ଅନୁସାରେ ଘାଟରୁ ଯେତିକି ବାଲି ଉଠିବା କଥା ତା ଠାରୁ ଶହେ ଗୁଣ ଅଧିକ ବାଲି ଉତ୍ତୋଳନ କରାଯାଉଛି । ବିନା ଅନୁମତିରେ ଶହ ଶହ ଟ୍ରକ ବାଲି ଉଠାଯାଇ ରଖାଯାଉଥିଲେ ମଧ୍ୟ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।

ଏସମ୍ପର୍କରେ ଆମେ ଜଗତସିଂହପୁର ତହସିଲଦାର ମନୋଜ କୁମାର ଭୋଇଙ୍କୁ ପଚାରିଥିଲୁ । ମାମଲାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲାର ସଦର ତହସିଲ ଅନ୍ତର୍ଗତ ଆଳିପିଙ୍ଗଳ ବାଲି ଘାଟ ରୁ ବାଲିମାଫିଆ ମନେ ବେଆଇନ ଭାବେ ବାଲି ଉଠାଇ ଆଣି ଶହଶହ ଟ୍ରକ ବାଲି ଗଛିତ କରିଥିବା ଅଭିଯୋଗ ହୋଈଛି। ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଜାଣି ପୃବରୁ ଶହ ଶହ ଟ୍ରକ ବାଲି କୁ ଅଳିପିଙ୍ଗଳ ଜେଲ ସାମ୍ନା ରେ ଥିବା ସରକାରୀ ଜମି, ସରକାରୀ ଆମ୍ବ ତୋଟା, ଓ ଯସବନ୍ତ ପୁର ରାସ୍ତା କଡରେ ଜମା କରାଯାଇ ଦିନ ଦି ପହରେ ଅତି ବେଆଇନି ଭାବରେ ବିକ୍ରି କରାଯାଉଥିଲେ ବି ସରକାର ଓ ପ୍ରଶାସନ ର କିପରି ଦୃଷ୍ଟି ଗୋଚର ହେଉନାହିଁ ତାହା ପ୍ରଶ୍ନବାଚି ସୃଷ୍ଟି କରିଛି।ବାଲି ଏକ ଲଘୁଖଣିଜ ସମ୍ପଦ।ଏହାର ସୁରକ୍ଷା ଓ ସଂରକ୍ଷଣ ତହସିଲଦାର ଓ ଜିଲା ପ୍ରଶାସନ ଉପରେ ନେସ୍ତ।କିନ୍ତୁ ଏଠି କେତେକ ଦୁର୍ନୀତି ଗ୍ରସ୍ଥ ଅଧିକାରୀ ଙ୍କ ପ୍ରରୋଚନାରେ ବାଲି ମାଫିଆ ସକ୍ରିୟ ହୋଇ ଉଠୁଛନ୍ତି।ଯାହା ଫଳରେ ସରକାର ରାଜସ୍ବ ହରାଉଛନ୍ତି।ଜୈନିକ ବାଲି ମାଫିଆ, ଅନ୍ୟ ଜଣକ ନାମରେ ଟେଣ୍ଡର ଆଣି ନିଜେ ସଦର ତହସିଲ ର ଆଳିପିଙ୍ଗଳ ଓ ମୁଣ୍ଡିଲ ବାଲି ଘାଟ କୁ ନିଅନ୍ତ୍ରଣ କରୁଛନ୍ତି।ସରକାରୀ ନିଅମ ଅନୁସାରେ ଯେତିକି ବାଲି ଉଠିବା କଥା ତା ଠାରୁ ଶହେ ଗୁଣ ଅଧିକ ବାଲି ଉତଳନ କରାଯାଉଛି।ବିନା ଆର ଫୋର୍ମ ରେ ଶହ ଶହ ଟ୍ରକ ବାଲି ଉଠାଯାଇ ରଖା ଯାଉଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।ଏ ସମ୍ପର୍କ ରେ ଜଗତସିଂହପୁର ତହସିଲଦାର ମନୋଜ କୁମାର ଭୋଇ ଙ୍କୁ ପଚାରିବାରୁ ସେ ତଦନ୍ତ କରିବେ ବୋଲି କହିଛନ୍ତି।

Body:byt ତହସିଲଦାର ମନୋଜ କୁମାର ଭୋଇ, ଜଗତସିଂହପୁର

Conclusion:ଜଗତସିଂହପୁର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.