ETV Bharat / state

ଛାଡଖାଇ ପୂର୍ବରୁ ଜୀବହତ୍ୟା ନେଇ ବର୍ଷିଲେ ପଦ୍ମଶ୍ରୀ ବାବା ବଳିଆ

author img

By

Published : Nov 8, 2022, 7:59 PM IST

ଆସନ୍ତାକାଲି ଛାଡ଼ଖାଇ । ଏହି ଦିନରେ ଆମିଷ ଭୋଜନ ଲାଗି ଜୀବହତ୍ୟା ହୋଇଥାଏ । ତେବେ ଜୀବହତ୍ୟା ସର୍ବସମ୍ମୁଖରେ ନ କରାଯିବା ଲାଗି ପଦ୍ମଶ୍ରୀ ବାବା ବଳିଆ ପରାମର୍ଶ ଦେଇଛନ୍ତି । ଏପରି ହେବା ଦ୍ବାରା ଯୁବପିଢିଙ୍କ ଉପରେ କୁପ୍ରଭାବ ପଡୁଛି । ଏ ନେଇ ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ଛାଡ଼ଖାଇ ପୂର୍ବରୁ ଜୀବହତ୍ୟାକୁ ନେଇ ବର୍ଷିଲେ ପଦ୍ମଶ୍ରୀ ବାବା ବଳିଆ

ଜଗତସିଂହପୁର: କାର୍ତ୍ତିକ ମାସର ପରଦିନ ରାଜ୍ୟରେ ପାଳନ କରାଯାଏ ଛାଡ଼ଖାଇ (Chhadakhai) । ମାସ ସାରା ଆମିଷ ଭୋଜନକୁ ତ୍ୟାଗ କରିଥିବା ଶ୍ରଦ୍ଧାଳୁମାନେ ଏହି ଦିନରେ ଆମିଷ ଭୋଜନ କରିଥାନ୍ତି । ତେବେ ଛାଡ଼ଖାଇରେ ପଶୁହତ୍ୟା କରାଯାଏ । ତେବେ ପଶୁହତ୍ୟା ସର୍ବସମ୍ମୁଖରେ ହେବା ଯୋଗୁଁ ଯୁବପିଢି ନୃଶଂସ ପାଲଟିଯାଉଛନ୍ତି । ଫଳରେ ନରହତ୍ୟା କରିବାକୁ ପଛାଉ ନାହାନ୍ତି । ଏଥିଲାଗି ପଦ୍ମଶ୍ରୀ ବାବା ବଳିଆ ଚାରିକାନ୍ଥ ମଧ୍ୟରେ ଜୀବହତ୍ୟା କରିବାକୁ କହିଛନ୍ତି । ରାଜ୍ୟସରକାର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବାବା ବଳିଆ (Padmashree Baba Balia ) ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।

ଛାଡଖାଇ ପୂର୍ବରୁ ଜୀବହତ୍ୟା ନେଇ ବର୍ଷିଲେ ପଦ୍ମଶ୍ରୀ ବାବା ବଳିଆ

ଏନେଇ ବାବା ବଳିଆ କହିଛନ୍ତି, "ବର୍ତ୍ତମାନ ସମାଜରେ ପଶୁ ପକ୍ଷୀ ମାନଙ୍କ ପ୍ରତି ଅତ୍ୟନ୍ତ ନିଷ୍ଠୁର ମନୋଭାବ ପୋଷଣ କରାଯାଉଛି। ପର୍ବପର୍ବାଣି ଆଳରେ ଅତି ନିର୍ମମ ଭାବେ ସେମାନଙ୍କୁ ରାସ୍ତାକଡ଼ରେ ହତ୍ୟା କରାଯାଉଛି। ଯଦିଓ ଏହା ଆଇନ ବିରୋଧୀ କାର୍ଯ୍ୟ ତଥାପି ସେହି ଆଇନକୁ ଭୃକ୍ଷେପ ନ କରି ଜୀବ ହତ୍ୟା କରାଯାଉଛି। ଦେଶରେ ଗୋ ହତ୍ୟା ନିରୋଧ ଆଇନ ଥିବାବେଳେ ଅନେକ ସ୍ଥାନରେ ଗୋରୁଗାଈଙ୍କୁ କଂସେଇ ଖାନାକୁ ଚାଲାଣ କରାଯାଇଛି। ଯାହା ଅତ୍ୟନ୍ତ ନିଷ୍ଠୁରତା ଓ ଆଇନ ବିରୋଧୀ । ଛେଳି ମେଣ୍ଢା ଓ କୁକୁଡ଼ାକୁ ସର୍ବ ସମ୍ମୁଖରେ ହତ୍ୟା କରାଯାଉଛି।"

ଏହା ବି ପଢନ୍ତୁ- କାର୍ତ୍ତିକ ପୂର୍ଣ୍ଣିମା, ପାରାଦ୍ବୀପରେ ବନ୍ଦର ମହୋତ୍ସବ

ସେ ଆହୁରି କହିଛନ୍ତି ଯେ ରାସ୍ତାକଡ଼ରେ ବିଭିନ୍ନ ପର୍ବ ପର୍ବାଣିରେ ପଶୁମାନଙ୍କୁ ଯେଭଳି ହତ୍ୟା କରାଯାଇ ଟଙ୍ଗା ଯାଉଛି ତାହା ନିଶ୍ଚିତ ଭାବେ ଦୁଃଖଦାୟକ। ପଶୁର ମଧ୍ୟ ବଞ୍ଚିବାର ଅଧିକାର ରହିଛି । ଯଦି ପଶୁହତ୍ୟା କରାଯାଇଛି ତେବେ ସର୍ବ ସମ୍ମୁଖରେ ତାହା ନ କରି ଚାରିକାନ୍ଥ ଭିତରେ ଏହା କରିବାକୁ ପଦ୍ମଶ୍ରୀ ବାବା ବଳିଆ ପ୍ରକାଶ କରିଛନ୍ତି। ପଶୁହତ୍ୟା ଯଦି କରାଯାଉଛି ସର୍ବସମ୍ମୁଖରେ ନ କରି ଚାରିକାନ୍ଥ ମଧ୍ୟରେ କରାଯାଉ । ଯାହାଦ୍ବାରା ଯୁବପିଢିଙ୍କ ଉପରେ କୁପ୍ରଭାବ ପଡିବ ନାହିଁ ।କାରଣ ଆମର ଯୁବପିଢି ଏପରି ଜୀବହତ୍ୟାରୁ କୁଶିକ୍ଷା ଲାଭ କରୁଛନ୍ତି । ପରବର୍ତ୍ତୀ ସମୟରେ ସେମାନେ ନରହତ୍ୟା କରିବାକୁ ମଧ୍ୟ ପଛାଉନାହାନ୍ତି । ଏଣୁ ଜୀବଙ୍କୁ ସର୍ବସମ୍ମୁଖରେ ହତ୍ୟା କରିବା ଅନୁଚିତ । ସର୍ବସମ୍ମୁଖରେ ଜୀବହତ୍ୟା ନ କରାଯିବାକୁ ନେଇ ରାଜ୍ୟ ସରକାରଙ୍କୁ ଅବଗତ ମଧ୍ୟ କରାଯାଇଛି । ଯଦି ଏହାପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ ତେବେ ସେ ଆଗାମୀ ଦିନରେ ଉଚ୍ଚ ନ୍ୟାୟାଳୟ ଓ ଦରକାର ପଡ଼ିଲେ ସର୍ବୋଚ୍ଚ ନ୍ୟାୟାଳୟକୁ ଯିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.