ETV Bharat / state

ସ୍ବାମୀ ଭୁଲିଲା ସାତଜନ୍ମର ସମ୍ପର୍କ: ପତ୍ନୀହନ୍ତାକୁ ଗିରଫ କଲା ପୋଲିସ

ପତ୍ନୀହନ୍ତା ସ୍ବାମୀ। ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏଭଳି ଘଟଣା ଜଗତସିଂହପୁର ସଦରଥାନା ଅନ୍ତର୍ଗତ ଶାଳିଜଙ୍ଗ ଠାରେ ଘଟିଛି। ଅଧିକ ଖବର ପଢନ୍ତୁ...

author img

By

Published : Aug 1, 2020, 9:08 AM IST

ସ୍ବାମୀ ହେଲା ସଉତୁଣୀ, ପତ୍ନୀକୁ ହତ୍ୟା କରି ଗିରଫ

ଜଗତସିଂହପୁର: ପତ୍ନୀହନ୍ତା ସ୍ବାମୀ। ହୋମ ନିଆଁକୁ ସାଖି ରଖି ସାତଜନ୍ମ ପାଇଁ ସାଥି କରିଥିଲା ହେଲେ ସାତ ସଉତୁଣୀ ହୋଇଗଲା। ଜିଲ୍ଲାର ସଦରଥାନା ଅନ୍ତର୍ଗତ ଶାଳିଜଙ୍ଗ ଠାରେ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ଅଭିଯୋଗ ହେବାପରେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଛେଦ ରିର୍ପୋଟକୁ ଅପେକ୍ଷା କରିଥିଲା। ହେଲେ ବ୍ୟବଛେଦ ରିର୍ପୋଟ୍ ସମସ୍ତଙ୍କୁ ଜାଜୁବ କରିଦେଇଛି। ଆଉ କେହି ନୁହେଁ ବରଂ ସ୍ବାମୀ ହିଁ ସ୍ତ୍ରୀର ହତ୍ୟାକାରୀ। ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ସୂଚନା ଅନୁସାରେ ଶାଳିଜଙ୍ଗା ଗ୍ରାମର ସାରଦା ପ୍ରଶାଦ ମହାନ୍ତି ତାଙ୍କ ପତ୍ନୀ ପିଙ୍କିକୁ ନିଶାଖାଇ ମାରପିଟ କରନ୍ତି।ଏଥିରେ ଅତିଷ୍ଠ ହୋଇ ପିଙ୍କି ଘରଛାଡି ପଳାଇ ଥିଲେ।ଗତ ୨୨ ତାରିଖରେ ସେ ଘରକୁ ଫେରିଥିଲେ ଓ ସେହିଦିନ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଁଛି ତଦନ୍ତ ଆରମ୍ଭ କରିଥିଲା।

ତେବେ ଦେହରେ କିଛି କ୍ଷତ ନଥିବାରୁ ପେଟ କାମୁଡାରେ ପିଙ୍କିର ମୃତ୍ୟୁ ହୋଇଥିବା ଅଭିଯୁକ୍ତ ସ୍ବାମୀ ସାରଦା କହିଥିଲା। ପରେ ବ୍ୟବଛେଦ ରିର୍ପୋଟରେ ପିଙ୍କିର ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିବା ପରେ ପୋଲିସ୍ ଅଭିଯୁକ୍ତ ସାରଦାକୁ ଉଠାଇ ନେଇ ପଚରା ଉଚରା କରିବା ପରେ କୋର୍ଟ ଚାଲାଣ କରିଛି। ଏହାକୁ ନେଇ ହତ୍ୟା ମାମଲା ରୁଜୁକରି ଅନ୍ୟ କେଉଁମାନେ ସଂପ୍ରୁକ୍ତ ତାକୁ ନେଇ ତଦନ୍ତ ଆରମ୍ଭ କରିଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.