ETV Bharat / state

ଯୌତୁକ ପାଇଁ ସ୍ତ୍ରୀକୁ ମାରପିଟ କରି ବନ୍ଧା ହେଲା ସ୍ବାମୀ

ଜଗତସିଂହପୁର ଜିଲ୍ଲା ବଡବାଗ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସ୍ତ୍ରୀକୁ ମାରି ଲହୁଲୁହାଣ କଲା ସ୍ବାମୀ । ଅଧିକ ପଢନ୍ତୁ...

author img

By

Published : Feb 12, 2021, 8:35 AM IST

ଅଭିଯୁକ୍ତ ସ୍ବାମୀ ଗିରଫ
ଅଭିଯୁକ୍ତ ସ୍ବାମୀ ଗିରଫ

ଜଗତସିଂହପୁର: ସ୍ତ୍ରୀକୁ ପିଟି ଲହୁଲୁହାଣ କଲା ସ୍ବାମୀ । ଏପରି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବଡବାଗ ଗ୍ରାମରେ । ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ।

ସୂଚନାନୁସାରେ ବଡବାଗ ଗ୍ରାମର ଯଶବନ୍ତ ସାହୁ ତାଙ୍କ ପତ୍ନୀ ରେଖାଙ୍କୁ ଯୌତୁକ ପାଇଁ ମାରପିଟ କରିବା ସାଙ୍ଗକୁ ବାପଘରୁ ଅଧିକ ଅର୍ଥ ଆଣିବା ପାଇଁ ମାନସିକ ନିର୍ଯ୍ୟାତନା ଦେଉଥିଲେ। ଆଜି ସକାଳୁ ଯଶବନ୍ତ ଓ ପତ୍ନୀ ରେଖାଙ୍କ ମଧ୍ୟରେ କୌଣସି କାରଣରୁ ବହୁତ ଜୋରରେ ଝଗଡା ଲାଗିଥିଲା। ଯଶବନ୍ତ ରେଖାଙ୍କୁ ଘରୁ ବାହାରିଯିବାକୁ କହିଥିଲେ । ରେଖା ଅମଙ୍ଗ ହେବାରୁ ଏକ ଲୁହ ଡଙ୍କିରେ ଯଶବନ୍ତ ରେଖାଙ୍କ ମୁଣ୍ତକୁ ପିଟି ଦେଇଥିଲେ। ଫଳରେ ରେଖାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ସ୍ଥାନୀୟ ଲୋକେ ରେଖାଙ୍କୁ ଉଦ୍ଧାର କରି ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଘଟଣା ନେଇ ରେଖା ଥାନାରେ ଅଭିଯୋଗ କରିବା ପରେ ପୋଲିସ ସ୍ତ୍ରୀକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ଯଶବନ୍ତଙ୍କୁ ଗିରଫ କରିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.