ଜଗତସିଂହପୁର: ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଜିଲ୍ଲାରେ ଅବିଶ୍ରାନ୍ତ ବର୍ଷା ଲାଗିରହିଛି । ଯାହାକୁ ନେଇ ଜୀବନ ଯାତ୍ରା ବ୍ୟାହତ ହୋଇଛି । ଶୁକ୍ରବାର ସକାଳ ସମୟରେ ଜିଲ୍ଲାର ପ୍ରାୟ ସମସ୍ତ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବିରିଡି, ରଘୁନାଥପୁର, ତିର୍ତ୍ତୋଲ, କୁଜଙ୍ଗ, ପାରାଦ୍ବୀପ, ବାଲିକୁଦା, ଓ ନାଉଗାଁରେ ପବନ ସାଙ୍ଗକୁ ପ୍ରବଳ ଲଗାଣ ବର୍ଷା ଜାରି ରହିଛି ।
ଦିନ ତମାମ ବର୍ଷା ଫଳରେ ଖାଲ ସ୍ଥାନ ମାନଙ୍କରେ ପାଣି ପଶି ଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ମଧ୍ୟ ପାଣି ଜମିବା ସହ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଫଳରେ ଦିନରେ ଜଗତସିଂହପୁର ସହର ଜନଶୂନ୍ୟ ହୋଇ ପଡ଼ିଥିଲା । କଁl ଭା ଦୋକାନ ବଜାର ଖୋଲିଥିଲେ ମଧ୍ୟ ଲୋକେ କିନ୍ତୁ ଘରୁ ବାହାରି ନଥିଲେ ।
ଅନ୍ୟପଟେ ଶିଳ୍ପ ନଗରୀ ପାରାଦ୍ବୀପରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଫଳରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଥିଲା । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମହାନଦୀର ଜଟାଧାରୀ ମୁହାଣ ନିକଟରେ ଥିବା ମାଛଧରା ବନ୍ଦର ମଧ୍ୟ ବନ୍ଦ ରହିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ