ETV Bharat / state

ହାଇକୋର୍ଟ ଟିମ ସହ ଗ୍ରାମବାସୀଙ୍କ ଭେଟକୁ ସପକ୍ଷବାଦୀଙ୍କ ବିରୋଧ - ହାଇକୋର୍ଟ ଟିମଙ୍କ ସହ ଗ୍ରାମବାସୀଙ୍କ ଭେଟକୁ ବିରୋଧ

କିଛି ଦିନର ନିରବତା ପରେ ପୁଣି ଅଶାନ୍ତ ହୋଇଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ। ଜେଏସଡ୍ଲ୍ୟୁ ପ୍ରକଳ୍ପକୁ ନେଇ ଗାଁରେ କିଛି ଦିନ ତଳେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଏହାପରେ କିଛି ଲୋକ ଜୀବନ ବିକଳରେ କେଉଁ ଆଡେ ପଳେଇଥିଲେ । ଅଧିକ ପଢନ୍ତୁ

ହାଇକୋର୍ଟ ଟିମଙ୍କ ସହ ଗ୍ରାମବାସୀଙ୍କ ଭେଟକୁ ପ୍ରକଳ୍ପ ସପକ୍ଷବାଦୀଙ୍କ ବିରୋଧ

author img

By

Published : Feb 20, 2022, 8:44 AM IST

ଜଗତସିଂହପୁର: କିଛି ଦିନର ନିରବତା ପରେ ପୁଣି ଅଶାନ୍ତ ହୋଇଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ। ଜେଏସଡ୍ଲ୍ୟୁ ପ୍ରକଳ୍ପକୁ ନେଇ ଗାଁରେ କିଛି ଦିନ ତଳେ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଏହାପରେ କିଛି ଲୋକ ଜୀବନ ବିକଳରେ କେଉଁ ଆଡେ ପଳେଇଥିଲେ । ପୋଲିସର ମାଡ଼ ଓ ଗିରଫଦାରୀ ପରେ ଗାଁ ଲୋକେ ନିରବୀ ଯାଇଥିଲେ। ଗାଁରେ ପ୍ରକଳ୍ପ ପ୍ରତିଷ୍ଠା ନେଇ ଓ ସ୍ଥିତି ସମୀକ୍ଷା ନେଇ ହାଇକୋର୍ଟଙ୍କ ଦ୍ବାରା ଗଠିତ 5ଜଣିଆ ଟିମ ଢ଼ିଙ୍କିଆ ଗ୍ରସ୍ତରେ ଆସିଥିଲେ । ଏହାର ଖବର ପାଇ ଢ଼ିଙ୍କିଆର ଶତାଧିକ ଗ୍ରାମବାସୀ କମିଟିକୁ ଭେଟିବାକୁ ଚାହିଁବାରୁ ଶିଳ୍ପ ସପକ୍ଷବାଦୀମାନେ ତାଙ୍କୁ ଆକ୍ରମଣ କରିବା ସହ କମିଟି ପାଖକୁ ଛାଡି ନଥିବା ଦେଖିବାକୁ ମିଳିଛି ।

ହାଇକୋର୍ଟ ଟିମଙ୍କ ସହ ଗ୍ରାମବାସୀଙ୍କ ଭେଟକୁ ପ୍ରକଳ୍ପ ସପକ୍ଷବାଦୀଙ୍କ ବିରୋଧ

JSW କମ୍ପାନୀ ପାଇଁ ଢିଙ୍କିଆ ଗାଁ ଦାଣ୍ଡ ରକ୍ତରେ ଭିଜିଛି । କମ୍ପାନୀ ପାଇଁ ଗୁଣ୍ଡା ପାଲଟିଛନ୍ତି ଏହାର ସମର୍ଥକ । ହାଇକୋର୍ଟ କମିଟି ଆଗରେ କମ୍ପାନୀ ବିରୋଧରେ କହିବାକୁ ଆସୁଥିବା ଲୋକଙ୍କୁ କମିଟି ଆଗରେ ହିଁ ସମର୍ଥକମାନେ ପିଟିଥିବା ଦେଖିବାକୁ ମିଳିଛି । ଶିଳ୍ପ ସପକ୍ଷବାଦୀ ଗାଁ କୁ କବଜା କରିବା ସହ ଶିଳ୍ପାୟନକୁ ଗ୍ରାମବାସୀମାନେ ସ୍ବାଗତ କରୁଥିବା କହି ବୁଲିଥିଲେ। ଏପରିକି ସପକ୍ଷବାଦୀ ମାନେ ଶିଳ୍ପ ସଂସ୍ଥାକୁ ବିରୋଧ କରୁଥିବା ସଂଗଠନର କର୍ମକର୍ତ୍ତାଙ୍କୁ ମଧ୍ୟ ଗାଁକୁ ପ୍ରବେଶ କରାଇ ଦେଉନଥିଲେ। ପୋଲିସ ଉପସ୍ଥିତିରେ ସପକ୍ଷବାଦୀମାନେ ତାଙ୍କୁ ମାଡ଼ ମାରିବା ସହ ଲହୁ ଲୁହାଣ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ସପକ୍ଷବାଦୀଙ୍କ କବଳରୁ ଖସି ଆସି କେତେକ ମହିଳା 5ଜଣିଆ କମିଟି ଆଗରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ସମ୍ପର୍କରେ ଜଣାଇଥିଲେ । 5ଜଣିଆ କମିଟି ସେମାନଙ୍କ ଅଭିଯୋଗ ଶୁଣିବା ଶୀଘ୍ର ଏହାର ସମାଧାନ ହେବ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ...ପୁଣି ଅଶାନ୍ତ ଢିଙ୍କିଆ, ହାଇକୋର୍ଟ ଟିମ ଗସ୍ତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ବର୍ତ୍ତମାନ ସୁଦ୍ଧା ଢ଼ିଙ୍କିଆରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ସପକ୍ଷବାଦୀମାନେ ଗ୍ରାମବାସୀଙ୍କୁ ଧମକ ଚମକ ଦେବା ସହ ପାଟି ଖୋଲିଲେ ପୋଲିସ ଲଗାଇ ଗିରଫ କରିବାକୁ ଧମକ ଦେଉଥିବା ଗ୍ରାମର ଜଣେ ମହିଳା କହିଛନ୍ତି । ନିକଟରେ କିଛି ଦିନ ତଳେ ଗାଁରେ ସ୍ଥିତି ପରଖିଥିଲେ ଜିଲ୍ଲାପାଳ ଓ ଏସପି । ପୋଲିସ ଲାଠିଚାର୍ଜ ପରେ ଅନେକ ଗ୍ରାମବାସୀ ଗାଁ ଛାଡି ବାହାରେ ଲୁଚି ରହିଥିବା ବେଳେ ଆନ୍ଦୋଳନର ନେତୃତ୍ବ ନେଉଥିବା ଦେବେନ୍ଦ୍ର ସ୍ବାଇଁଙ୍କ ସହ ୬ଜଣ ଏବେ ଜେଲରେ ଅଛନ୍ତି l ବର୍ତ୍ତମାନ ଧୀରେ ଧୀରେ ସ୍ଥିତି ସ୍ବାଭାବିକ ହେଉଥିବାବେଳେ ବର୍ତ୍ତମାନ ପୁଣି ଅଶାନ୍ତ ହୋଇଛି ଢିଙ୍କିଆ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.