ETV Bharat / state

Paradeep Train Accident: ବୋଲେରୋକୁ 30ମିଟର ଘୋଷାଡି ନେଲା ମାଲବାହୀ ଟ୍ରେନ୍, ୨ ଆହତ

author img

By ETV Bharat Odisha Team

Published : Aug 28, 2023, 3:53 PM IST

Updated : Aug 28, 2023, 4:09 PM IST

ପାରାଦ୍ୱୀପ ବନ୍ଦର ନିଷେଧାଞ୍ଚଳରେ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରେନ ଆସୁଥିବା ବେଳେ ଟ୍ରାକ ଉପରେ ବୋଲେରୋ ଆସିବାରୁ ଦୁର୍ଘଟଣା ଘଟି ଦୁଇ କର୍ମଚାରୀ ଆହତ । ଅଧିକ ପଢ଼ନ୍ତୁ

ପାରାଦ୍ୱୀପ ନିଷେଧାଞ୍ଚଳରେ ଦୁର୍ଘଟଣା
ପାରାଦ୍ୱୀପ ନିଷେଧାଞ୍ଚଳରେ ଦୁର୍ଘଟଣା
ପାରାଦ୍ୱୀପ ନିଷେଧାଞ୍ଚଳରେ ଦୁର୍ଘଟଣା

ଜଗତସିଂହପୁର: ପାରାଦ୍ୱୀପ ବନ୍ଦର ନିଷେଧାଞ୍ଚଳରେ ଅଘଟଣ । ବୋଲେରୋକୁ ଧକ୍କା ଦେଲା ଟ୍ରେନ । କୋଇଲା ବୋଝେଇ ଟ୍ରେନ ଆସୁଥିବା ବେଳେ ଟ୍ରାକ ଉପରେ ହଠାତ୍ ବୋଲେରୋଟି ଅଟକି ଯାଇଥିଲା । ଫଳରେ ଟ୍ରେନଟି ବୋଲେରୋକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ: ପାରାଦ୍ୱୀପ କାର୍ଗୋ ଟର୍ମିନାଲରେ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର

ଏହା ମଧ୍ୟ ପଢ଼ନ୍ତୁ: ପାରାଦ୍ବୀପ ବନ୍ଦରରୁ ମୃତଦେହ ଉଦ୍ଧାର

ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦର ନିଷେଧାଞ୍ଚଳ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୁଇଜଣ ଆହତ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ପାରାଦ୍ୱୀପ ବନ୍ଦରର ନିଷେଧାଞ୍ଚଳ ମଧ୍ୟରେ ଏକ କୋଇଲା ବୋଝେଇ ଟ୍ରେନ ଟ୍ରାକରେ ଯାଉଥିବା ସମୟରେ ବୋଲେରୋ ମଧ୍ୟ ଉକ୍ତ ସମୟରେ ଟ୍ରକ ଅତିକ୍ରମ କରୁଥିଲା । କୌଣସି ବସତଃ ବୋଲେରୋଟି ଟ୍ରାକରେ ଅଟକି ଯାଇଥିଲା । ଫଳରେ ଟ୍ରେନଟି ବୋଲେରୋକୁ ଧକ୍କା ଦେଇଥିଲା । ଟ୍ରନର ଗତି ମନ୍ଥର ଥିବାରୁ ବୋଲେରୋକୁ ପାଖାପାଖି 30 ମିଟର ଘୋଷାଡି ନେଇଥିଲା । ବୋଲେରୋରେ ବସିଥିବା ବନ୍ଦର କର୍ମଚାରୀଙ୍କ ମଧ୍ୟରୁ ଦୁଇଜଣ ଆହତ ହୋଇଛନ୍ତି । ଟ୍ରେନର ଗତି ଅତି ମନ୍ଥର ଥିବାରୁ ଏକ ବଡ଼ ଦୁର୍ଘଟଣାରୁ ଟଳି ଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମରଣଯନ୍ତା ମାଛଧରା ବନ୍ଦର, ଡଙ୍ଗାରୁ ପଡି ପୁଣି ଜଣଙ୍କର ମୃତ୍ୟୁ

ଏହା ମଧ୍ୟ ପଢ଼ନ୍ତୁ: ପାରାଦୀପ କାର୍ଗୋ କମ୍ପାନୀରେ ଦୁର୍ଘଟଣା ଘଟି ଶ୍ରମିକ ଆହତ

ଦୁର୍ଘଟଣାରେ ଆହତ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଏହି ଘଟଣା ପରେ ବନ୍ଦର କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ବନ୍ଦର ନିଷେଧାଞ୍ଚଳ ମଧ୍ୟରେ କୌଣସି ଫାଟକ କିମ୍ବା ସୁରକ୍ଷା ବ୍ୟବସ୍ଥା ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି। ପୂର୍ବରୁ ନିଷେଧାଞ୍ଚଳରେ ଟ୍ରକ ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଆଜି ଟ୍ରେନ ଏକ ବୋଲେରୋକୁ ଧକ୍କା ଦେବା ଘଟଣା ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଘଟଣାକୁ ନେଇ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ବାରା ଯାଞ୍ଚ କରାଯାଉଛି । ଏ ସମ୍ପର୍କରେ ବନ୍ଦର ପ୍ରଶାସନର ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଜଗତସିଂହପୁର

Last Updated : Aug 28, 2023, 4:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.