ଜଗତସିଂହପୁର: ରାଜ୍ୟରେ ବନ୍ୟା ସ୍ଥିତି ଅସମ୍ଭାଳ ହୋଇଛି । ଯେଉଁଆଡେ ଚାହିଁଲେ ଖାଲି ପାଣି ଆଉ ପାଣି । ଗାଁ, ଚାଷଜମି ଜଳମଗ୍ନ ହୋଇଛି । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ ଆଜି ଜିଲ୍ଲାରେ ସ୍ଥିତି ଗମ୍ଭୀର ହୋଇଛି । ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଉଦବେଗଜନକ ରହିଛି । ବିଶେଷ ଭାବରେ ଜିଲ୍ଲାର କୁଜଙ୍ଗ ବ୍ଲକ ଅଧିକ ପ୍ରଭାବିତ ହୋଇଛି ।
କୁଜଙ୍ଗ ବ୍ଲକର ଜିଲ୍ଲାନାସୀ ଓ ବଡ଼ ବାଲିକଣି, ସାଇଲୋ ଅଞ୍ଚଳରେ ଦୁଇଟି ଘାଇ ହୋଇଛି । ଘାଇ ହେବାରୁ 11 ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ବନ୍ୟାଜଳ ସାନବାଲିଗଣି, ସରଳି, ହଂସୁରା, କାଠକୋଟ, ପଞ୍ଚାୟତରେ ଗତକାଲି ରାତିରେ ପାଣି ପଶି ଯାଇଛି । ଫଳରେ ଏହି ଗ୍ରାମ ଗୁଡିକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଜିଲ୍ଲାର 908 ଗ୍ରାମର ପ୍ରାୟ 1191 ଲୋକ ପ୍ରଭାବିତ ହୋଇଛନ୍ତି । 1068 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । କେବଳ କୁଜଙ୍ଗ ବ୍ଲକର 1427 ହେକ୍ଟର ଚାଷଜମି ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ।
ଏହା ବି ପଢନ୍ତୁ...ଉଛୁଳୁଛି ମହାନଦୀ, ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି ୧୨ ଲକ୍ଷ କ୍ୟୁସେକ ବନ୍ୟା ଜଳ
ସେହିପରି ଭାଣ୍ଡୁଆ, ମଲାସାହି, ଫୁଲ ବେଲାରୀ, ନୂଆଗଡ଼, ଚଉ ମଂହାଣୀ, ତଳ ବିଜୟ ଚାନ୍ଦପୁର, ସାତଘରିଆ,ଅଞ୍ଚଳରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି । ଜଗତସିଂହପୁର ଜିଲ୍ଲାରେ ବନ୍ୟା ଯୋଗୁଁ 908 ଗ୍ରାମ କ୍ଷତିଗ୍ରସ୍ତ ହୋଇଛି । ଏହାଦ୍ବାରା 1191 ଜଣ ଲୋକ ପ୍ରଭାବିତ ହୋଇଛନ୍ତି । କୁଜଙ୍ଗ ବ୍ଲକ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି । ବ୍ଲକରେ ମୋଟ 9ଟି ରାସ୍ତା, 5ଟି ପୋଲ, 20 ଟି ବିଦ୍ୟାଳୟ ଓ ଗୋଟିଏ କଲ୍ୟାଣ ମଣ୍ଡପ କ୍ଷତିଗ୍ରସ୍ତ ହୋଇଛି ।
ଇଟିଭି ଭାରତ, ଜଗତସିଂହପୁର