ETV Bharat / state

ଜଗତସିଂହପୁର 30ଟି ଗାଁ ପାଣିଘେରରେ 21 ହଜାରରୁ ଅଧିକ ଜଳବନ୍ଦୀ, ଚିନ୍ତାରେ ବିପନ୍ନ

author img

By

Published : Aug 21, 2022, 12:30 PM IST

ମହାନଦୀରେ ବନ୍ୟା ଯୋଗୁଁ ବେଶୀ ପ୍ରଭାବିତ ହୋଇଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ । ଦୁଇ ବ୍ଲକର ଅନେକ ଗାଁ ଜଳମଗ୍ନ ହୋଇଛି । ପାଣି କମୁଛି ହେଲେ ଦୁର୍ଦ୍ଦଶା ବଢୁଛି । କେମିତି କଟୁଛି ବନ୍ୟା ବିପନ୍ନଙ୍କ ଜୀବନ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରିଖି ଥିଲେ ଆମେ ପ୍ରତିନିଧି । ଅଧିକ ପଢନ୍ତୁ

ଜଗତସିଂହପୁର 30ଟି ଗାଁ ପାଣିଘେରରେ 21 ହଜାରରୁ ଅଧିକ ଜଳବନ୍ଦୀ, ଚିନ୍ତାରେ ବିପନ୍ନ
ଜଗତସିଂହପୁର 30ଟି ଗାଁ ପାଣିଘେରରେ 21 ହଜାରରୁ ଅଧିକ ଜଳବନ୍ଦୀ, ଚିନ୍ତାରେ ବିପନ୍ନ

ଜଗତସିଂହପରୁ: ବାତ୍ୟା ହେଉ କି ବନ୍ୟା ଉପକୂଳ ଜିଲ୍ଲା ଜଗତସିଂହପୁର ଉପରେ ଏହାର ପ୍ରଭାବ ପଡିଥାଏ । ଲଘୁଚାପ ବର୍ଷାରେ ଉପୁଜିଥିବା ବନ୍ୟା ସ୍ଥିତି ଲୋକଙ୍କ ଦୁର୍ଦ୍ଦଶା ବଢାଇଛି । ରାସ୍ତାରେ ଅଣ୍ଟାଏ ପାଣି । ବନ୍ୟା ପାଣି ଘର ଦେଇ ବାଡି ପଟେ ବାହାରୁଛି । ମଣିଷ ଗାଈଗୋରୁ ଗୋଟିଏ ଜାଗାରେ । ପାଣି ଜମି ରହିଥିବାରୁ ଛାତ ଉପରେ ଅନେକ ପରିବାର ଆଶ୍ରୟ ନେଇଛନ୍ତି । ପାଣିରେ ଭାସି ଯାଇଛି ଘରର ଅସବାବପତ୍ର । ଧାରକରଜ କରି କରିଥିବା ଫସଲ ଧୋଇ ହୋଇଯାଇଛି । ମହାନଦୀରେ ବନ୍ୟା ଯୋଗୁଁ ବେଶୀ ପ୍ରଭାବିତ ହୋଇଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ । ଦୁଇ ବ୍ଲକର ଅନେକ ଗାଁ ଜଳମଗ୍ନ ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରିଖି ଥିଲେ ଆମେ ପ୍ରତିନିଧି । ପାଣି କମୁଛି ହେଲେ ଦୁର୍ଦ୍ଦଶା ବଢୁଛି । କେମିତି କଟୁଛି ବନ୍ୟା ବିପନ୍ନଙ୍କ ଜୀବନ । ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରିଖି ଥିଲେ ଆମେ ପ୍ରତିନିଧି ।

ଜିଲ୍ଲାର ତିର୍ତ୍ତୋଲ ଓ କୁଜଙ୍ଗ ବ୍ଲକ ଅଞ୍ଚଳରେ ବନ୍ୟାଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ନଦୀରେ ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟ ଲୋକେ ବିଭିନ୍ନ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ସମ୍ପର୍କିତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ସେଥିରେ ଉଲ୍ଲେଖ୍ୟ ରହିଛି ଯେ ଜିଲ୍ଲାର 30ଟି ଗାଁ ପାଣି ଘେରରେ ରହିଛି । 21 ହଜାର 466 ଜଣ ଜଳବନ୍ଦୀ ହୋଇ ରହିଛନ୍ତି ।

ଏହା ବି ପଢନ୍ତୁ...ଜଗତସିଂହପୁର ଜିଲ୍ଲାପାଳଙ୍କ ଘନ ଘନ ବନ୍ୟାଞ୍ଚଳ ଗସ୍ତ, ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ

ବନ୍ୟାଯୋଗୁଁ 6 ହଜାର 227 ଜଣ ପ୍ରଭାବିତଙ୍କୁ ବିଭିନ୍ନ ବନ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି । ସେହିପରି 29 ହଜାର ଗୋରୁଗାଈଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଗୋଖାଦ୍ୟ ଯୋଗାଇ ଦିଆଯାଉଛି । ଜିଲ୍ଲାରେ ମୋଟ 10 ହଜାର 406 ହେକ୍ଟର ଚାଷଜମିରେ ବନ୍ୟାପାଣି ମାଡି ଯାଇଥିବା ବେଳେ 42ଟି କଚାଘର, 35ଟି ଗୁହାଳ କ୍ଷତିଗ୍ରସ୍ତ ହୋଇଛି । ପ୍ରଭାବିତ ଲୋକଙ୍କୁ 224 କିଲୋ ଚୁଡା, 58 କୁଇଣ୍ଟାଲ ଗୁଡ଼, 1033 ଟି ପଲିଥିନ, 247 ବିସ୍କୁଟ, 15 କଟୁନ ଦିଆସିଲ, 15 ପ୍ୟାକେଟ ମହମବତୀ ବଣ୍ଟନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.