ETV Bharat / state

ରାମତରା ବେଳାଭୂମିରେ ଲାଗିଲା ବିରଳ ହୁଇଲ ସାର୍କର ମୃତଦେହ - 'ହୁଇଲ୍ ସାର୍କ

ଜଗତସିଂହପୁର ଏରସମା ବ୍ଲକ ରାମତରା ସମୁଦ୍ର ବେଳାଭୂମିରେ ଭାସୁଛି ବିରାଟକାୟ ମାଛ । ଅଧିକ ପଢନ୍ତୁ....

ସମୁଦ୍ରକୂଳରୁ ବିରାଟ ମାଛର ମୃତଦେହ ଉଦ୍ଧାର
ସମୁଦ୍ରକୂଳରୁ ବିରାଟ ମାଛର ମୃତଦେହ ଉଦ୍ଧାର
author img

By

Published : Oct 4, 2021, 6:03 PM IST

ଜଗତସିଂହପୁର: ଏରସମା ବ୍ଲକ ରାମତରା ସମୁଦ୍ର ବେଳାଭୂମିରେ ଏକ ବିରଳ ପ୍ରଜାତିର ମୃତ ମାଛ ଉଦ୍ଧାର ହୋଇଛି । ଏହି ବିରାଟକାୟ ମାଛଟି ଜାହାଜରେ ପିଟି ହୋଇ ମୃତ୍ୟୁବରଣ କରିଥାଏ ବୋଲି ଅନୁମାନ କରାଯାଇଛି । ଏହି ବିରାଟ ମାଛକୁ ଦେଖିବା ପାଇଁ ବେଳାଭୂମିରେ କିଛି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ସମୁଦ୍ରକୂଳରୁ ବିରାଟ ମାଛର ମୃତଦେହ ଉଦ୍ଧାର

ଏହି ମାଛର ଲମ୍ବ ପ୍ରାୟ ୧୭ ଫୁଟରୁ ଊର୍ଦ୍ଧ୍ବ ହୋଇଥିବା ବେଳେ କେବଳ ପିଠି ପଟର ଚଉଡା ୪ ଫୁଟ ଥିବା ଜଣାପଡିଛି । ସୂଚନାନୁଯାୟୀ ରାତି 2ଟା ପରେ କୁଜଙ୍ଗ ବନବିଭାଗର ନାଇଟ୍ ପାଟ୍ରୋଲିଂ ଚାଲୁଥିବା ସମୟରେ ଏହି ମୃତ ମାଛଟି ସମୁଦ୍ର କୂଳରେ ଭାସୁଥିବାର ଦେଖିବାକୁ ମିଳିଥିଲା । ତେବେ ଏହି ପ୍ରଜାତିର ମାଛଟି ସାଧାରଣତଃ ଗଭୀର ସମୁଦ୍ର ଭିତରେ ରହୁଥିବା ବେଳେ କୌଣସି ଜାହାଜରେ ପିଟି ହୋଇ ମୃତ୍ୟୁବରଣ କରିଥାଇପାରେ ବୋଲି ଅନୁମାନ କରାଯାଉଛି ।

ଏହି ବିରଳ ପ୍ରଜାତିର ମାଛଟି 'ହୁଇଲ୍ ସାର୍କ' ବୋଲି କୁହାଯାଉଛି । ମାଛଟିକୁ ଉଦ୍ଧାର କରାଯାଇ ଆଜି ତାର ବ୍ୟବଚ୍ଛେଦ ପାଇଁ ଏରସମା ପଠାଇ ଦିଆଯିବ ବୋଲି କୁଜଙ୍ଗ ବନବିଭାଗ ପକ୍ଷରୁ ଜଣାପଡିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.