ETV Bharat / state

ଟିକା ନେଇ ଆଖି ବୁଜିଲା ପାଞ୍ଚ ମାସର ଶିଶୁକନ୍ୟା !

author img

By

Published : Feb 17, 2021, 10:58 PM IST

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସଦେଇପୁର ପଞ୍ଚାୟତ ଅମଣିଆ ପାଟଣା ଗ୍ରାମର ଦେବୀ ପ୍ରସାଦ ବାରିକଙ୍କ 5 ମାସର ଶିଶୁକନ୍ୟା ଟିକା ନେବା ପରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଟିକା ନେଇ ଶିଶୁ ମୃତ
ଟିକା ନେଇ ଶିଶୁ ମୃତ

ଜଗତସିଂହପୁର: ଜିଲ୍ଲା ଅମଣିଆ ପାଟଣା ଗ୍ରାମରେ ଅଘଟଣ । ଟିକା ନେଇ 5 ମାସର ଶିଶୁକନ୍ୟା ମୃତ୍ୟୁ ଘଟିଛି । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସଦେଇପୁର ପଞ୍ଚାୟତ ଅମଣିଆ ପାଟଣା ଗ୍ରାମର ଦେବୀ ପ୍ରସାଦ ବାରିକଙ୍କ 5 ମାସର ଶିଶୁକନ୍ୟା ଟିକା ନେବା ପରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଟିକା ନେଇ ଶିଶୁ ମୃତ

ସୂଚନା ଅନୁସାରେ , ଦେବୀ ପ୍ରସାଦ ବାରିକ ନିଜ ପାଞ୍ଚ ମାସର ଶିଶୁ କନ୍ୟାକୁ ଟିକା ଦେବାପାଇଁ ଆଜି(ବୁଧବାର) ସକାଳେ ବାଲିକୁଦା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଟିକା ନେବା ପରେ ଶିଶୁ କନ୍ୟାଟି ଅସୁସ୍ଥ ହୋଇ ପଡ଼ିଥିଲା।

ପରିବାର ଲୋକେ ବାଲିକୁଦା ଡାକ୍ତରଖାନାରେ ଥିବା ଡାକ୍ତରଙ୍କୁ ଏ ସମ୍ପର୍କରେ ପଚରିବାରୁ ସେ ପାରାସିଟାମଲ ଦେବାକୁ କହିଥିଲେ। ପାରସିଟାମଲ ଖାଇବା ପରେ ଶିଶୁ କନ୍ୟାଟି ଅଧିକ ଅସୁସ୍ଥ ହୋଇ ପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଜଗତସିଂହପୁର ମେଡ଼ିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି ।

ଏହାକୁ ନେଇ ପରିବାର ଲୋକେ ଅଭିଯୋଗ କରିବା ସହ ଶିଶୁ କନ୍ୟାର ମୃତଦେହକୁ ଘରକୁ ନେଇ ନଥିଲେ। ମେଡ଼ିକାଲ କର୍ତ୍ତୃପକ୍ଷ ଶିଶୁକନ୍ୟାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।

ଜଗତସିଂହପୁର ରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.