ETV Bharat / state

ଜମିବାଡି ବିବାଦକୁ ନେଇ ଏସିଡ୍‌ ମାଡ଼: ୫ ଗୁରୁତର, ଗାଁରେ ଉତ୍ତେଜନା - ଜଗତସିଂହପୁର ଏସିଡ ମାଡ଼

ଜଗତସିଂହପୁର ଜିଲ୍ଲାରେ ଜମିବାଡି ବିବାଦକୁ କେନ୍ଦ୍ରକରି ଏସିଡ ମାଡ଼ । ଗୋଟିଏ ପରିବାରର ୫ ଗୁରୁତର । ଅଧିକ ପଢନ୍ତୁ

ଜମିବାଡି ବିବାଦକୁ କେନ୍ଦ୍ରକରି ଏସିଡ ମାଡ଼
ଜମିବାଡି ବିବାଦକୁ କେନ୍ଦ୍ରକରି ଏସିଡ ମାଡ଼
author img

By

Published : Apr 14, 2023, 8:00 AM IST

ଜମିବାଡି ବିବାଦକୁ ନେଇ ଏସିଡ ମାଡ଼

ଜଗତସିଂହପୁର: ଜମିବାଡି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ କହଳ ଉଗ୍ରରୂପ ନେଇଛି । ଗୋଟିଏ ପରିବାର ଏସିଡ ମାଡରେ ଅନ୍ୟ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଡତିରା ଗ୍ରାମରେ ପାରିବାରିକ କଳହକୁ ନେଇ ଗତକାଲି (ଗୁରୁବାର) ଏହି ଏସିଡ ମାଡ଼ ହୋଇଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇ ଥିବାବେଳେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତିର୍ତ୍ତୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଡ଼ତିରା ଗ୍ରାମର ଇତିଶ୍ରୀ ମହାପାତ୍ର ଓ ପଡୋଶୀ ବିପିନି ବିହାରୀ ପଣ୍ଡାଙ୍କ ମଧ୍ୟରେ ଜାଗାବାଡ଼ିକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଇତିଶ୍ରୀ ବିପିନଙ୍କ ଘର ଭିତରେ ପଶି ଏସିଡ ଆକ୍ରମଣ କରିଥିଲେ । ଏଥିରେ ବିପିନ ପଣ୍ଡାଙ୍କ ସମେତ ପରିବାରର ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇଥିଲେ । ଏପରିକି ଏସିଡ ଆକ୍ରମଣକାରୀ ନିଜେ ମଧ୍ୟ ଆହତ ଥିବା ଜଣାପଡିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ଆହତମାନଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ, ଅଧ୍ୟାପକ ଗିରଫ

ଏସିଡ ଆକ୍ରମଣରେ ବିପିନ ପଣ୍ଡାଙ୍କ ଆଖିରେ ଆଘାତ ଲାଗିଥିବା ବେଳେ ପରିବାରର ଅନ୍ୟ ୪ ଜଣ ଲୋକଙ୍କ ଶରୀର ପୋଡି ଯାଇଛି । ଏ ସମ୍ପର୍କରେ ଖବର ପାଇ ତିର୍ତ୍ତୋଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣକାରୀ କେଉଁଠାରୁ ଏସିଡ ଆଣିଲେ ଓ କିଭଳି ଆକ୍ରମଣ କଲେ ତାକୁ ନେଇ ପଚରାଉଚରା କରିଛି । ଏହି ଘଟଣା ଘଟିବା ପରେ ଗାଁରେ ଉତ୍ତେଜନା ଲାଗି ରହିଛି । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହେବାର ସୂଚନା ମିଳିବା ପରେ ଗ୍ରାମରେ ପୋଲିସ ମୁତୟନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଧର୍ମେନ୍ଦ୍ର କହିଲେ ବାରମ୍ବାର କହିବି ଗୋ ବ୍ୟାକ୍ ଆନ୍ଧ୍ର, ପ୍ରମିଳା କହିଲେ ସବୁ ପ୍ରଚାର

ଏହାମଧ୍ୟ ପଢନ୍ତୁ: ରାଜ୍ୟରେ ନିଆଁ ବର୍ଷା, ଫସଲ ପରିଚାଳନା ପାଇଁ ପରାମର୍ଶ ଦେଲା ଓୟୁଏଟି

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.