ETV Bharat / state

ପାରାଦ୍ୱୀପ ସମୁଦ୍ର ମଝିରେ ଜଳିଗଲା ମାଛଧରା ବୋଟ, 9 ମତ୍ସ୍ୟଜୀବୀ ଉଦ୍ଧାର

author img

By

Published : Jul 25, 2022, 7:07 AM IST

Updated : Jul 25, 2022, 7:16 AM IST

ପାରାଦ୍ୱୀପ ସମୁଦ୍ର ମଧ୍ୟରେ 'ଭଗବତୀ-୩' ଟ୍ରଲରରେ ଅଗ୍ନିକାଣ୍ଡ । ୯ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର । ଅଧିକ ପଢନ୍ତୁ

ପାରାଦ୍ୱୀପ ସମୁଦ୍ରରେ ଜଳିଗଲା ମାଛଧରା ବୋଟ
ପାରାଦ୍ୱୀପ ସମୁଦ୍ରରେ ଜଳିଗଲା ମାଛଧରା ବୋଟ

ପାରାଦ୍ବୀପ: ପାରାଦ୍ୱୀପ ସମୁଦ୍ର ମଝିରେ ନିଆଁ । ହୁତୁହୁତୁ ହୋଇ ଜଳିଗଲା ମାଛଧରା ଟ୍ରଲର । ଜଳି ଯାଇଥିବା ଟ୍ରଲର ହେଉଛି 'ଭଗବତୀ-୩' । ଅନ୍ୟ ଏକ ଟ୍ରଲର ମାଧ୍ୟମରେ ୯ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଗତ ଶୁକ୍ରବାର ଦିନ ପାରାଦ୍ବୀପରୁ ମାଛ ଧରିବା ପାଇଁ ଗଭୀର ସମୁଦ୍ରକୁ ଟ୍ରଲରଟି ଯାଇଥିବା ବେଳେ ରବିବାର ଅପରାହ୍ନ ୪ଟା ସମୟରେ ଯାନ୍ତ୍ରିକ ତୃଟି ଯୋଗୁଁ ଟ୍ରଲରରେ ନିଆଁ ଲାଗି ଯାଇଥିଲା । ତେବେ ଟ୍ରଲରର ସମସ୍ତ କର୍ମଚାରୀ ମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ କୌଣସି ମତେ ଆୟତ୍ତ କରି ପାରିନଥିଲେ । 'ଭଗବତୀ-୩' ନଂ ଟ୍ରଲରଟି ସମୁଦ୍ର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ପ୍ରାୟ ୫୦ଲକ୍ଷ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଯାଇଛି ।

ପାରାଦ୍ୱୀପ ସମୁଦ୍ର ମଝିରେ ଜଳିଗଲା ମାଛଧରା ବୋଟ, 9 ମତ୍ସ୍ୟଜୀବୀ ଉଦ୍ଧାର

ସେହିପରି ଗତ ଶନିବାର ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି 'ଶ୍ରୀ ଲକ୍ଷ୍ମୀ ନାରାୟଣ' ମାଛଧରା ଟ୍ରଲର ପୋଡି ସମୁଦ୍ରରେ ଲୀନ ହୋଇଯାଇଥିଲା । ଏହା ପରେ ଆଉ ଏକ ଟ୍ରଲର ଯୋଗେ ସମସ୍ତ ୮ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇ ରବିବାର ପାରାଦ୍ବୀପକୁ ଅଣାଯାଇଥିଲା । ସମସ୍ତ ମତ୍ସ୍ୟଜୀବୀ ମାନଙ୍କର ସ୍ବାସ୍ଥ୍ୟବସ୍ଥା ଭଲଥିବା ଜଣାପଡିଛି । ଲଗାତାର ଦୁଇଦିନ ମଧ୍ୟରେ ଦୁଇଟି ଟ୍ରଲର ନିଆଁ ଲାଗି ଯାଇଥିବା ବେଳେ ସମସ୍ତ ମାଲିକ ମାନଙ୍କୁ ଟ୍ରଲର ଗୁଡିକୁ ସଠିକ ଭାବେ ଯାଞ୍ଚ କରିବା ପାଇଁ ମତ୍ସ୍ୟ ସଂଘ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Jul 25, 2022, 7:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.