ETV Bharat / state

ପାରାଦ୍ୱୀପରେ ବିରଳ ପ୍ରଜାତିର ମାଛ, କିଲୋ ପ୍ରତି ଦର ୬୧ ହଜାର

ଅଠରବାଙ୍କି ବାଲିପ୍ଲଟରେ ବିରଳ ତେଲିଆ ମାଛ ଦେଖିବାକୁ ମିଳିଛି । ଏହି ବିରଳ ମାଛର କିଲୋ ପ୍ରତି ୬୧ ହଜାର ଟଙ୍କାରେ ବିକ୍ରି ହୋଇଛି । ଅଧିକ ପଢ଼ନ୍ତୁ

ପାରାଦ୍ୱୀପରେ ବିରଳ ପ୍ରଜାତିର ମାଛ, କିଲ ପ୍ରତି ଦର ୬୧ ହଜାର ଟଙ୍କା

author img

By

Published : Jun 17, 2022, 8:53 PM IST

ପାରାଦ୍ଵୀପ: ଅଠରବାଙ୍କି ବାଲିପ୍ଲଟରେ ବିରଳ ତେଲିଆ ମାଛ ଦେଖିବାକୁ ମିଳିଛି । ଏହି ବିରଳ ମାଛର କିଲୋ ପ୍ରତି ୬୧ ହଜାର ଟଙ୍କାରେ ବିକ୍ରି ହୋଇଛି । ଏହି ତେଲିଆ ମାଛର ନାମ ବୋରେହି ବୋଲି ଜଣା ପଡ଼ିଛି । ଜଣେ ମତ୍ସ୍ୟଜୀବୀ ୪ଟି ତେଲିଆ ବୋରେହି ମାଛ ଧରିଥିବା ବେଳେ ଗୋଟିଏ ମାଛର ଓଜନ ୩୦ କେଜି ଥଲା ।

ପାରାଦ୍ୱୀପରେ ବିରଳ ପ୍ରଜାତିର ମାଛ, କିଲ ପ୍ରତି ଦର ୬୧ ହଜାର ଟଙ୍କା

ଅନ୍ୟ ତିନୋଟି ମାଛ ଯଥାକ୍ରମେ ୧୪, ୧୭, ଓ ୧୯ କେଜି ଓଜନ ଥିଲା । ୩୦ କେଜି ଓଜନ ଥିବା ମାଛକୁ କେଜି ପ୍ରତି ୬୧ ହଜାର ଟଙ୍କାରେ ନିଲାମ ଡକାଯାଇଛି । ଏହି ମାଛକୁ ୮ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାରେ କିଣି ନେଇଛନ୍ତି କୋଲକାତାର ଜଣେ ବ୍ୟବସାୟୀ । ଅନ୍ୟ ତିନୋଟି ମାଛ କିଲୋ ପ୍ରତି ୮ ହଜାର ୬୪୦ ଟଙ୍କାରେ ବିକ୍ରୟ ହୋଇଛି ।

ଏହି ତେଲିଆ ବୋରେହି ମାଛର ପୁଟ୍ଟି, ମଞ୍ଜି ଓ ମଝି କଣ୍ଟା ଔଷଧ ତିଆରି ପାଇଁ ବ୍ୟବହାର କରାଯାଏ ବୋଲି ଜଣା ପଡ଼ିଛି । ଏଥିପାଇଁ ଏହି ମାଛର ମୂଲ୍ୟ ଅଧିକ ଥାଏ । ଯେତେ ବଡ଼ମାଛ, ତାହାର ମୂଲ୍ୟ ମଧ୍ୟ ସେତେ ଅଧିକ ହୋଇଥାଏ । ଗତ ୬ ମାସ ତଳେ ୪୭ କେଜି ଓଜନର ଏକ ତେଲିଆ ମାଛ କିଲୋ ପ୍ରତି ୭୪ ହଜାର ଟଙ୍କାରେ ବିକ୍ରୟ ହୋଇଥିଲା ଏହାରି ମଧ୍ୟରେ ମାଛବଂଶ ବୃଦ୍ଧି ପାଇଁ ଦୁଇମାସ ଧରି ସମୁଦ୍ରରେ ମାଛ ଧରିବା ଉପରେ କଟକଣା ଜାରି ରହିଥିଲା । ତେବେ ଗତ ୧୫ ତାରିଖରୁ ମାଛଧରା ବନ୍ଦର ଖୋଲାଯାଇଛି । ସମୁଦ୍ରରେ ମାଛ ମାରିବା ପାଇଁ ଯାଇଥିବା ମତ୍ସ୍ୟଜୀବୀ ତେଲିଆ ବୋରେଇ ମାଛ ପାଇ ଖୁସି ଜାହିର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.