ETV Bharat / state

ପାରାଦ୍ୱୀପ ବନ୍ଦରରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ପାରାଦ୍ୱୀପ ବନ୍ଦରର ନିଷିଦ୍ଧାଞ୍ଚଳରେ ନିଆଁ । ଅଗ୍ନିକାଣ୍ଡରେ ବନ୍ଦରର ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

author img

By

Published : Dec 17, 2022, 8:43 AM IST

Updated : Dec 17, 2022, 10:49 AM IST

paradip port
ପାରାଦ୍ୱୀପ ବନ୍ଦର
ପାରାଦ୍ୱୀପ ବନ୍ଦରରେ ଅଗ୍ନିକାଣ୍ଡ

ପାରାଦ୍ବୀପ: ପାରାଦ୍ୱୀପ ବନ୍ଦରରେ ଅଗ୍ନିକାଣ୍ଡ । ବନ୍ଦରର ନିଷିଦ୍ଧାଞ୍ଚଳରେ ନିଆଁ ଲାଗିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।

ସୂଚନା ଅନୁଯାୟୀ, ପାରାଦ୍ୱୀପ ବନ୍ଦରର ନିଷିଦ୍ଧାଞ୍ଚଳ ଥିବା ଏକ କୋଇଲା ପ୍ଲଟରେ କାମ ଚାଲିଥିବା ସମୟରେ ହଠାତ ଯନ୍ତ୍ରାଂଶରେ ନିଆଁ ଲାଗି ଯାଇଥିଲା । କମ୍ପାନୀ କତ୍ତୃପକ୍ଷ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆୟତ୍ତ କରିପାରିନଥିଲେ । ଫଳରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି 3ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଛି । ଏଥିରେ ବନ୍ଦରର ବ୍ୟାପକ କ୍ଷତି ହୋଇଥିବା ଜଣାପଡ଼ିଛି । ତେବେ ଏଭଳି ଘଟଣା ବନ୍ଦର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Dec 17, 2022, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.