ETV Bharat / state

ନିଆଁ ଆଁରେ କିଆଦା ଗାଁ, ଜଳିଗଲା ୧୮ ବଖରା ଘର - ଏରସମାରେ ଭୟାବହ ଅଗ୍ନିକାଣ୍ଡ

ଏରସମା ତହସିଲ ଅନ୍ତର୍ଗତ କିଆଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ୪ଟି ପରିବାରର ପାଖାପାଖି ୧୮ ବଖରା ଜଳିପୋଡି ପାଉଁଶ । ଅଧିକ ପଢନ୍ତୁ

ନିଆଁ ଆଁରେ କିଆଦା ଗାଁ, ଜଳିଗଲା ୧୮ ବଖରା ଘର
ନିଆଁ ଆଁରେ କିଆଦା ଗାଁ, ଜଳିଗଲା ୧୮ ବଖରା ଘର
author img

By

Published : Jun 17, 2022, 7:12 AM IST

ଜଗତସିଂହପୁର: ଏରସମା ତହସିଲ ଅନ୍ତର୍ଗତ କିଆଦା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ୪ଟି ପରିବାରର ପାଖାପାଖି ୧୮ ବଖରା ଜଳିପୋଡି ପାଉଁଶ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସଟ୍‌ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ଅନୁମାନ କରାଯାଉଛି । ସୂଚନା ଅନୁସାରେ, ଗତକାଲି(ଗୁରବାର) କିଆଦା ଗ୍ରାମର ଅମିତା ବରେଇଙ୍କ ଘରେ ହଠାତ୍‌ ନିଆଁ ଲାଗି ଯାଇଥିଲା । ଫଳରେ ଘରେ ଥିବା ସିଲିଣ୍ଡର ଫାଟିଯାଇ ନିଆଁ ଭୟଙ୍କର ଭାବେ ବ୍ୟାପି ଯାଇଥିଲା ।

ନିଆଁ ଆଁରେ କିଆଦା ଗାଁ, ଜଳିଗଲା ୧୮ ବଖରା ଘର

ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ଚାହୁଁ ଚାହୁଁ ୪ଟି ପରିବାରର ପାଖାପାଖି ୧୮ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ଏହାସହ ଘରେ ରହିଥିବା ଆସବାବ ପତ୍ର ସହ ଲକ୍ଷାଧିକ ଟଙ୍କାର ଧାନ ଚାଉଳ ପୋଡି ଭସ୍ମୀଭୂତ ହୋଇଯାଇଛି । ଖବରପାଇ ଏରସମା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ନେଇ ଅନୁମାନ କରାଯାଉଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.