ETV Bharat / state

ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ପ୍ରଭାବିତ ହେଉଛି କୃଷି କାର୍ଯ୍ୟ

author img

By

Published : Jul 30, 2023, 10:48 PM IST

ଚାଷୀଙ୍କୁ ଘାରୁଛି ନିଅଣ୍ଟିଆ ବର୍ଷା ଚିନ୍ତା । ସ୍ବାଭାବିକ ଠାରୁ କମ ବର୍ଷା ପ୍ରଭାବରେ ପ୍ରଭାବିତ ଚାଷ । ସେପଟେ ଚାଷୀଙ୍କୁ 30 ଦିନରେ ଅମଳ ହେଉଥିବା ଧାନ ବିହନକୁ ଯୋଗାଇ ଦିଆଯିବ କହିଲେ କୃଷି ଅଧିକାରୀ ।ଅଧିକ ପଢନ୍ତୁ

ଚାଷୀଙ୍କୁ ଘାରୁଛି ନିଅଣ୍ଟିଆ ବର୍ଷା ଚିନ୍ତା
ଚାଷୀଙ୍କୁ ଘାରୁଛି ନିଅଣ୍ଟିଆ ବର୍ଷା ଚିନ୍ତା
ଚାଷୀଙ୍କୁ ଘାରୁଛି ନିଅଣ୍ଟିଆ ବର୍ଷା ଚିନ୍ତା

ଜଗତସିଂହପୁର: ଶ୍ରାବଣ ସରିବାକୁ ବସିଲାଣି ହେଲେ ବର୍ଷା ଲୁଚକାଳି ଖେଳୁଛି । ଚାଷୀମାନଙ୍କ ପାଇଁ କାଳ ହୋଇଛି ନିଅଣ୍ଟିଆ ବର୍ଷା ।ଜଗତସିଂହପୁର ଜିଲ୍ଲାରେ ସମ୍ପ୍ରତି ନିଅଣ୍ଟିଆ ବର୍ଷା ଚାଷ କାର୍ଯ୍ୟକୁ ପ୍ରଭାବିତ କରିଛି । ଶ୍ରାବଣ ଶେଷ ସୁଦ୍ଧା ବିଲରେ ହଳ ସରି କାଦୁଅ ପରେ ତଳି ରୁଆ ସରିଯିବା କଥା, ହେଲେ ତଳିରୁଆତ ଦୂରର କଥା ଆଜି ପର୍ଯ୍ୟନ୍ତ ବିଲରେ ହଳ ହୋଇ ପାରିଲା ନାହିଁ । ହଜାର ହଜାର ହେକ୍ଟର ଚାଷଜମି ଏବେ ପଡିଆ ପଡିଛି । ଚଳିତ ବର୍ଷ ବର୍ଷାର ଅଭାବ ସାଙ୍ଗକୁ ତାଳଦଣ୍ଡା ଓ ମାଛଗାଁ କେନାଲରେ ପାଣି ବିଳମ୍ବରେ ଆସିବାରୁ ଚାଷ କାର୍ଯ୍ୟରେ ବିଳମ୍ବ ହୋଉଥିବା ଚାଷୀ କହିଛନ୍ତି । ଜିଲ୍ଲା ଜଳସେଚନ ବିଭାଗ ଓ ଜିଲ୍ଲା କୃଷି ବିଭାଗର ସମନ୍ୱୟ ଅଭାବରୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଚାଷୀ ଅଭିଯୋଗ କରିଛନ୍ତି ଯେ, ଜଳସେଚନ ବିଭାଗ ପକ୍ଷରୁ ଜୁଲାଇ ମାସ 15 ତାରିଖ ପୂର୍ବରୁ ମାଛଗାଁ ଓ ତାଳଦଣ୍ଡା କେନାଲକୁ ସଫା କରାଯିବା ସହିତ ଜୁଲାଇ 15 ପୂର୍ବରୁ ନାଳରେ ପାଣି ଛାଡ଼ିବା କଥା । କିନ୍ତୁ ଜଳସେଚନ ବିଭାଗ ଜୁଲାଇ 15 ପର୍ଯ୍ୟନ୍ତ ମଧ୍ୟ ନାଳ ସଫା କରି ନଥିଲା । ଏପରିକି ନାଳବନ୍ଧର ସ୍ଥିତି ନପରଖି ଜୁଲାଇ16 ତାରିଖରେ 5ଶହ କ୍ୟୁସେକ୍‌ ଜଳ ଛାଡ଼ି ଦିଆଯାଇଥିଲା । ଫଳରେ ମାଛଗାଁ କେନାଲ୍‌ଟି ତରିକୁନ୍ଦ ଓ ଦଳେଇ ଘାଇ ନିକଟରେ ବନ୍ଧ ଭାଙ୍ଗି ଜଳାର୍ଣ୍ଣବ ହେଲା । ବନ୍ଧର ମରାମତି ପାଇଁ ବିଭାଗ ପକ୍ଷରୁ ପ୍ରାୟ 8ରୁ 10 ଦିନ ଲାଗିଗଲା । ଫଳରେ ଚାଷ କାର୍ଯ୍ୟ ଆହୁରି ବିଳମ୍ବ ହେଲା ।

ଅଧିକ ପଢନ୍ତୁ: ନିଅଣ୍ଟିଆ ବର୍ଷା ଆଣିଲା ମରୁଡ଼ି ଆଶଙ୍କା, ରାୟଗଡାରେ ପଡିଆ ପଡିଛି ଚାଷ ଜମି

ଜିଲ୍ଲା କୃଷି ଅଧିକାରୀ ନବ କିଶୋର ମହାପାତ୍ର କହିଛନ୍ତି, "ଜଗତସିଂହପୁର ଜିଲ୍ଲାରେ ମୋଟ 1ଲକ୍ଷ 5 ହଜାର ହେକ୍ଟର ଚାଷଜମି ଥିବାବେଳେ ସେଥିରୁ 84 ହଜାର 200 ଶହ ହେକ୍ଟର ଚାଷ ଜମିରେ ଧାନଚାଷ କରାଯାଇଥାଏ । ସେଥି ମଧ୍ୟରୁ 40 ପ୍ରତିଶତ ଜମି କେନାଲ ଦ୍ୱାରା ଜଳ ସେଚିତ ହେଉଥିବା ବେଳେ ଅବଶିଷ୍ଟ ବର୍ଷାଜଳ ଉପରେ ନିର୍ଭର କରିଥାଆନ୍ତି । ଚଳିତ ବର୍ଷ ଅନିଅମିତ ବର୍ଷା ସାଙ୍ଗକୁ କେନାଲ ଓ ଏହାର କାଡ଼ାନାଳ ଗୁଡ଼ିକରେ ପାଣିର ଅଭାବ ଯୋଗୁଁ ଚାଷ କାମ ବହୁ ପଛରେ ପଡିଛି । ଜିଲ୍ଲାରେ ଅସ୍ୱାଭାବିକ ବର୍ଷା ଯୋଗୁଁ ଚାଷ ପ୍ରଭାବିତ ହୋଇଛି । ତଥାପି କୃଷି ବିଭାଗ ଏହା ଉପରେ ନଜର ରଖିଛି । କେନାଲରେ ପାଣି ଆସିଲାଣି । ଆଗକୁ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ଯଦି ଚାଷ କାମ ଆଉ କିଛିଦିନ ବିଳମ୍ବ ହୁଏ ତେବେ ଚାଷୀମାନଙ୍କ ପାଇଁ 30 ଦିନରେ ଅମଳ ହେଉଥିବା ଧାନ ବିହନକୁ ଯୋଗାଇ ଦିଆଯିବ ।"

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.