ETV Bharat / state

ବାତ୍ୟା ପ୍ରଭାବରେ ଜଗତସିଂହପୁରରେ ପ୍ରବଳ ବର୍ଷିବ ! ପାଚିଲା ଧାନକୁ ନେଇ ଚିନ୍ତାରେ ଚାଷୀ - ବର୍ଷା ପାଇଁ ଚିନ୍ତାରେ ଚାଷୀକୁଳ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଚିନ୍ତାରେ ଚାଷୀକୁଳ । ଅଧିକ ପଢନ୍ତୁ

ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ,ବିଲରେ ପାଚିଲା ଧାନ ଚିନ୍ତାରେ ଚାଷୀକୁଳ

author img

By ETV Bharat Odisha Team

Published : Nov 16, 2023, 10:07 PM IST

Updated : Nov 17, 2023, 9:22 PM IST

ବାତ୍ୟା ପ୍ରଭାବରେ ଜଗତସିଂହପୁରରେ ପ୍ରବଳ ବର୍ଷିବ

ଜଗତସିଂହପୁର: ଜିଲ୍ଲାରେ ଆଜିଠାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀକୁଳ । ଜିଲ୍ଲାର ଅଧିକାଂଶ ବ୍ଲକରେ ଏବେ ଧାନ ପାଚିବା ଆରମ୍ଭ କଲେଣି । ଧାନ କ୍ଷେତକୁ ଦେଖିଲେ ଯେପରି ସୁନାର ଫସଲ ଲହଡା ଭାଙ୍ଗୁଛି । ତାକୁ ଦେଖି ଚାଷୀ ଯେତିକି ଖୁସି ହେଉଛି ବର୍ଷା ନାଁ ଶୁଣି ସେତିକି ଡର ମଧ୍ୟ ମାଡୁଛି ।

ଚାଷୀଙ୍କ କହିବା କଥା ହେଲା ଚଳିତବର୍ଷ ଧାନ ଫସଲ ବହୁତ ଭଲ ହୋଇଛି । ମା' ଲଷ୍ମୀ ଯେପରି ଧାନର ଭଣ୍ଡାରକୁ ଯେପରି ଓଜାଡି ଦେଇଛନ୍ତି । ସମ୍ପୂର୍ଣ୍ଣ ଧାନ ପାକଳ ନହେଲେ ସୁଦ୍ଧା ଅଧାରୁ ଅଧିକ ହୋଇ ଗଲାଣି । ଫେନ୍ଥା ପେନ୍ଥା ଧାନ ପବନରେ ଲହଡି ଭାଙ୍ଗୁଛି । ଯଦି ଅଦିନିଆ ବର୍ଷା ହୁଏ ତେବେ ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯିବ । ଗଛରେ ଧାନ ନଧରିବା ପୂର୍ବରୁ ଯଦି ବର୍ଷା ହୋଇଥାନ୍ତା ତେବେ ଫସଲ ସେତେଟା କ୍ଷତି ହୋଇନଥାନ୍ତା । ହେଲେ ଏବେ ଆଉ ମାତ୍ର ୧୫ଦିନ ମଧ୍ୟରେ ଧାନ ସମ୍ପୂର୍ଣ୍ଣ ଅମଳ ଉପଯୋଗୀ ହୋଇଯିବ । ଏହି ସମୟରେ ଯଦି ଅଦିନିଆ ବର୍ଷା ଆସେ ତେବେ ଧାନ ଫସଲ ସଂପୂର୍ଣ୍ଣ ଭାବେ ଉଜୁଡି ଯିବ ।

ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସାଙ୍ଗକୁ ପାଣିର ଅଭାବ ହେତୁ ତଳିପକା କାର୍ଯ୍ୟରେ ବହୁତ ବିଳମ୍ବ ହୋଇଥିଲା । ମୌସୁମୀ ଆସିବାରେ ବିଳମ୍ବ ଓ କେନାଲରେ ପାଣି ଆସିବା ବିଳମ୍ବ ହେତୁ ଚାଷୀ ପାଖାପାଖି ଦୁଇମାସ ବିଳମ୍ବରେ କାଦୁଅ କରି ତଳି ରୋଇଥିଲା । ମୁଣ୍ଡର ଝାଳ ତୁଣ୍ଡରେ ମାରି ଯେଉଁ ସୁନାର ଫସଲ ଫଳେଇଛି ତାହା ଏବେ ଅଦିନିଆ ବର୍ଷାକୁ ଦେଖି ମନ ମରିଯାଉଛି ବୋଲି କହିଛନ୍ତି । ଗତବର୍ଷ ମଧ୍ୟ ଧାନ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା । ଯଦି ଚଳିତ ବର୍ଷ ବର୍ଷା ବିତ୍ପାତ ହୁଏ ତେବେ ଚାଷୀ ଅନେକାଂଶରେ କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ .....୨୪ ଘଣ୍ଟାରେ ବାତ୍ୟା: ଓଡ଼ିଶାରେ ପ୍ରବଳ ବର୍ଷିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ତାର ପାଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ସକ୍ରିୟ ହୋଇରହିଛି । ଆଜି (ଗୁରୁବାର )ଠାରୁ ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ ବୋଲି ସୂଚନା ଦେଇଥିଲା ପାଣିପାଗ ବିଭାଗ ।ଏହା ପ୍ରଭାବରେ ରାଜ୍ୟରେ ଆରମ୍ଭ ହେବ ବର୍ଷା । ବିଶେଷ କରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ଜଗତସିଂହପୁର, ପୁରୀରେ ବର୍ଷା ରହିବ । ସେହିଭଳି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Nov 17, 2023, 9:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.