ETV Bharat / state

ଆଉ ଫେରିବେନି ଅଭିନେତା ପିଣ୍ଟୁ ନନ୍ଦ, ଝୁରୁଛି ଜନ୍ମମାଟି - ଜଗତସିଂହପୁର ମାଟିର ପୁଅ

ଜଗତସିଂହପୁର ମାଟିର ପୁଅ ତଥା ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଘଟିଛି ପରଲୋକ । ବୁଧବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ଘଟିବା ପରେ ଏପଟେ ତାଙ୍କୁ ଝୁରୁଛି ଗାଁ । ଅଧିକ ପଢନ୍ତୁ

Pintu Nanda
Pintu Nanda
author img

By

Published : Mar 2, 2023, 10:26 PM IST

Updated : Mar 3, 2023, 7:11 AM IST

ଆଉ ଫେରିବେନି ଅଭିନେତା ପିଣ୍ଟୁ ନନ୍ଦ, ଝୁରୁଛି ପୈତୃକ ଗାଁ

ଜଗତସିଂହପୁର: ଲିଭର ସିରୋସିସ ରୋଗରେ ପୀଡ଼ିତ ହୋଇ ବୁଧବାର ବିଳମ୍ବିତ ରାତ୍ରିରେ ପ୍ରାଣ ହରାଇଛନ୍ତି ଲୋକପ୍ରିୟ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ । ତାଙ୍କ ବିୟୋଗରେ ସାରା ରାଜ୍ୟବାସୀ ମର୍ମାହତ ହୋଇଥିବା ବେଳେ ଏପଟେ ମାଟିର ପୁଅକୁ ଝୁରୁଛି ଗାଁ । ହସଖୁସିର ପିଲାଟି ଏତେଶୀଘ୍ର ଚାଲିଯିବ ସେହି କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗ୍ରାମବାସୀ । ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ କୁଳ ତରତଙ୍ଗ ଗ୍ରାମରେ ପିଣ୍ଟୁ ନନ୍ଦ ଜନ୍ମ ଗ୍ରହଣ କରିଥିବା ବେଳେ ଏଠାରେ କଟିଥିଲା ତାଙ୍କର ପିଲାଦିନ ।

ଝଙ୍କଡ ମାଟିର ପୁଅ ପିଣ୍ଟୁ ନନ୍ଦ ସ୍ବାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ପରେ ବାପା ଅଶୋକ ନନ୍ଦ ଭୁବନେଶ୍ବରରେ ଚାକିରି କରିବାରୁ ସପରିବାର ଭୁବନେଶ୍ବର ଚାଲି ଯାଇଥିଲେ। ପରେ ଅଭିନୟ ଜଗତରେ ପାଦ ରଖିଥିଲେ। ତେବେ ପିଣ୍ଟୁ କେବେ ଗାଁକୁ ଭୁଲି ନଥିବା କହିଛନ୍ତି ଗ୍ରାମବାସୀ ଓ ସମ୍ପର୍କୀୟ । ପ୍ରତ୍ୟେକ ବର୍ଷ ଦୋଳ ପୂର୍ଣ୍ଣିମା ଆସିଲେ ଯେତେ କାମଥିଲେ ଥିଲେ ମଧ୍ୟ ଗାଁକୁ ଆସିବାକୁ ଭୁଲନ୍ତି ନାହିଁ ପିଣ୍ଟୁ ନନ୍ଦ। ଗାଁର ଇଷ୍ଟଦେବ ପ୍ରଭୁ ଗୋପୀନାଥଙ୍କ ସେବାରେ ସେ ନିଜକୁ ହଜାଇ ଦେଉଥିଲେ। ଫାଲଗୁନ ମାସ ପୂର୍ଣ୍ଣିମା ଦିନ ପିଣ୍ଟୁ ଗାଁରେ ଦୋଳଯାତ୍ରାର ଦାୟିତ୍ବ ନେଉଥିଲେ ।

ଏହା ବି ପଢନ୍ତୁ- ପିଣ୍ଟୁ ନନ୍ଦଙ୍କ ପରଲୋକରେ ଓଲିଉଡରେ ଶୋକର ଛାୟା, ଅପୂରଣୀୟ କ୍ଷତି କହିଲେ କଳାକାର

ବାଜା ବାଣ ସାଙ୍ଗକୁ ଗାଁ ମେଳଣ କିପରି ସୁନ୍ଦର ହେବ ତାକୁ ନେଇ ତାଙ୍କର ଚିନ୍ତା ବଢି ଯାଉଥିଲା । ଗତବର୍ଷ ପିଣ୍ଟୁ କହିଯାଇଥିଲେ ଆସନ୍ତା ବର୍ଷ ଦୋଳକୁ ଆସିଲେ ଇଷ୍ଟଦେବ ଗୋପୀନାଥଙ୍କ ମେଳଣରେ ଭାଗ ନେବେ। କିନ୍ତୁ ସେ ଆଉ ଫେରିଲେ ନାହିଁ ବୋଲି ପିଣ୍ଟୁଙ୍କ ଖୁଡି ଓ ବଡ଼ ମା' କହିଛନ୍ତି । " ପିଣ୍ଟୁ ଆମ ଘରର ଅତିପ୍ରିୟ ଥିଲା । ଗାଁକୁ ଆସିଲେ ମାଟି ପିଣ୍ଡାରେ ଗାମୁଛା ପକାଇ ଶୋଇ ପଡୁଥିଲା । ଖାଇବା ପାଇଁ ଡାକିଲେ ତଳେ ବସି ଖାଇବାକୁ ସେ ବେଶ ଭଲ ପାଉଥିଲା ।" ଏହିଭଳି ପୁଅକୁ ହରାଇ ଏବେ ଗାଁ ଗୁମୁରି ଗୁମୁରି କାନ୍ଦୁଥିବା ପିଣ୍ଟୁଙ୍କ ପରିବାର ଲୋକେ କହିଛନ୍ତି । ପିଣ୍ଟୁଙ୍କ କର୍ମଭୂମି ରାଜଧାନୀ ଭୁବନେଶ୍ବର ହୋଇଥିଲେ ମଧ୍ୟ ସେ ନିଜ ଗାଁକୁ ଭୁଲି ନଥିଲେ।

ଏହା ବି ପଢନ୍ତୁ- Pintu Nanda Passes Away: ଆରପାରିରେ ଅଭିନେତା ପିଣ୍ଟୁ ନନ୍ଦ

ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ସହିତ ପିଣ୍ଟୁଙ୍କ ସମ୍ପର୍କ ରହିଥିଲା । ତାଙ୍କ ବିୟୋଗରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି । ସେ ଅଭିନୟ ଜଗତରେ ପାଦଦେବା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ସଫଳତାର ସିଢି ଚଢିଥିବା ପିଣ୍ଟୁଙ୍କ ଦାମ୍ପତ୍ୟ ଜୀବନ ସଂଘର୍ଷମୟ ଥିଲା । ସେ ବିବାହ କରିଥିଲେ ଓ ତାଙ୍କର ୨ଟି ପୁତ୍ର ସନ୍ତାନ ରହିଛନ୍ତି । ତେବେ କୌଣସି କାରଣବଶତଃ ପତିପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ବର୍ତ୍ତମାନ ପତ୍ନୀଙ୍କ ନିକଟରେ ସାନପୁଅ ରହୁଥିବା ବେଳେ ପିଣ୍ଟୁଙ୍କ ପାଖରେ ତାଙ୍କ ବଡ଼ପୁଅ ରହିଆସୁଛନ୍ତି ।

ଏହା ବି ପଢନ୍ତୁ- ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ, ILVS ହସ୍ପିଟାଲରେ ହେବ ଚିକିତ୍ସା

ସୂଚନା ଥାଉ କି ଅଭିନେତା ପିଣ୍ଟୁ ନନ୍ଦ ଦୀର୍ଘ ଦିନ ଧରି ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ । ଏହି ରୋଗ ଯୋଗୁଁ ତାଙ୍କ ଲିଭର ନଷ୍ଟ ହୋଇଯାଇଥିଲା । ତାଙ୍କ ଜୀବନ ବଞ୍ଚିବା ଲାଗି ଲିଭର ପ୍ରତିରୋପଣର ଆବଶ୍ୟକ ରହିଥିଲା । ଏଥିଲାଗି ତାଙ୍କୁ ପ୍ରଥମେ ଦିଲ୍ଲୀ ନିଆଯାଇଥିଲା । ମାତ୍ର ସେଠାରେ କେହି ଡୋନର ନ ମିଳିବା ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା । ହେଲେ ଏଠାରେ ମଧ୍ୟ ଲିଭର ପ୍ରତିରୋପଣ ପାଇଁ କେହି ଡୋନର ନ ମିଳିବାରୁ ବୁଧବାର ବିଳମ୍ବିତ ରାତ୍ରି ପ୍ରାୟ ୧୧.୨୫ ମିନିଟରେ ତାଙ୍କର ଦେହାନ୍ତ ଘଟିଥିଲା ।

ଇଟିଭି ଭାରତ, ଜଗତସିଂହପୁର

Last Updated : Mar 3, 2023, 7:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.