ଜଗତସିଂହପୁର: ଜାଲ ସାର୍ଟିଫିକେଟ୍ ଅଭିଯୋଗ ଆଣି କଲେଜ ପ୍ରିନ୍ସିପାଲଙ୍କୁ ଘେରିଲେ ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ସ୍ବାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ।
ସୂଚନାନୁସାରେ, 2016 ରୁ 2018 ମଧ୍ୟରେ ନାମ ଲେଖାଇ ଥିବା ୨୫୮ ଜଣ ଛାତ୍ରଛାତ୍ରୀଙ୍କୁ ଜାଲ ରେଜିଷ୍ଟ୍ରେସନ୍ ନମ୍ବର ଦିଆଯାଇ ଆଡମିସନ୍ ଦିଆଯାଇଥିଲା । ପରେ ଛାତ୍ରଛାତ୍ରୀଙ୍କୁ ଉତ୍କଳ ୟନିଭର୍ସିଟିରୁ ମାଇଗ୍ରେସନ୍ ସାଟିଫିକେଟ୍ ନମିଳିବାରୁ କଲେଜର ଜାଲିଆତି ପଦାକୁ ଆସିଥିଲା ।
ତେବେ ଏ ନେଇ କଲେଜ କର୍ତ୍ତୃପକ୍ଷ, ଜିଲ୍ଲାପାଳ, ଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହା ମଧ୍ୟରେ 5 ମାସ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ମଙ୍ଗଳବାର ଅପରାହ୍ନରେ ଛାତ୍ରଛାତ୍ରୀ ମାନେ ପ୍ରିନ୍ସିପାଲଙ୍କୁ ଭେଟି ଘେରାଉ କରିଥିଲେ ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ