ETV Bharat / state

ଦୀର୍ଘ 8 ଦିନ ଜଳବନ୍ଦୀ ହରିପୁରବାସୀ, ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରିଖିଲା ’ଇଟିଭି ଭାରତ’

ଜଗତସିଂହପୁର ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ କୁଜଙ୍ଗ ବ୍ଲକର ହରିପୁର ଗ୍ରାମ। ଏହି ଗ୍ରାମର ଗ୍ରାମବାସୀ ଦୀର୍ଘ 8 ଦିନ ଧରି ଜଳବନ୍ଦୀ ଜୀବନ କାଟୁଥିବା ଦେଖିବାକୁ ମିଳିଛି।

author img

By

Published : Sep 2, 2020, 10:35 PM IST

ଦୀର୍ଘ 8 ଦିନ ଧରି ଜଳବନ୍ଦୀ ରହିଛନ୍ତି ହରିପୁରବାସୀ, ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରିଖିଲା ’ଇଟିଭି ଭାରତ’

ଜଗତସିଂହପୁର: ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ଭାବେ ପରିଚିତ କୁଜଙ୍ଗ ବ୍ଲକର ହରିପୁର ଗ୍ରାମ। ଏହି ଗ୍ରାମର ଗ୍ରାମବାସୀ ଦୀର୍ଘ 8 ଦିନ ଧରି ଜଳବନ୍ଦୀ ଜୀବନ କାଟୁଥିବା ଦେଖିବାକୁ ମିଳିଛି। ଗ୍ରାମର ଚାରି ପାଖକୁ ଘେରି ରହିଛି ମହାନଦୀର ଅକାତ କାତ ପାଣି। ଗାଁ ଦାଣ୍ଡରେ ମଧ୍ୟ ପାଣି ।

ସେହି ଗ୍ରାମରେ ରହିଥିବା ପ୍ରାୟ 50 ଟି ପରିବାର ଏବେ ଦୁଃଖ ଦୁର୍ଦଶାରେ ଜୀବନ ବିତାଉଛନ୍ତି । ପ୍ରଶାସନ ଏସମ୍ପର୍କରେ ଜାଣି ସୁଦ୍ଧା କିଛି ପଦକ୍ଷେପ ନେଇ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଆମ ଜିଲ୍ଲା ପ୍ରତିନିଧି ଖବର ପାଇ ଏକ ଡଙ୍ଗା ସାହାଯ୍ୟରେ ପହଞ୍ଚିଥିଲେ ବନ୍ୟା ପ୍ରଭାବିତ ହରିପୁର ଗ୍ରାମରେ। ସେଠାକାର ପରିସ୍ଥିତି ସଙ୍ଗୀନ ରହିଥିବା ଦେଖିବାକୁ ମିଳିଥିଲା।

ଶହଶହ ଗୃହପାଳିତ ପଶୁ ଓ ମଣିଷ ଅନାହାର ଓ ଅର୍ଦ୍ଧହାରରେ ଜୀବନ କାଟୁଛନ୍ତି । ପ୍ରଶାସନ ତରଫରୁ ପରିବାର ପିଛା 2 କିଲୋ ଚୁଡା ଓ 1 ପ୍ୟାକେଟ ବିସ୍କୁଟ ଦେଇ ଦାୟିତ୍ୱ ସାରିଦେଇଛି। ହେଲେ ପଶୁଙ୍କ କଥା ଶୁଣିବାକୁ କେହି ନାହିଁ । ଦୀର୍ଘ 10 ଦିନ ହେବ ଚୁଲିକୁ ନିଆଁ ଯାଇନି । କିଏ ଜୀବନ ବିକଳରେ ଛାତ ଉପରେ ବସି ରହିଛି, ତ ଆଉ କିଏ ଉଚ୍ଚ ଜାଗାରେ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି।

ଜଗତସିଂହପୁର ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.